Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମୋଦିଙ୍କୁ ନିମନ୍ତ୍ରଣ କଲେ ଟ୍ରମ୍ପ, ହ୍ୱାଇଟ୍‌ ହାଉସରେ ହେବ ଭେଟଘାଟ୍

National

ମୋଦିଙ୍କୁ ନିମନ୍ତ୍ରଣ କଲେ ଟ୍ରମ୍ପ, ହ୍ୱାଇଟ୍‌ ହାଉସରେ ହେବ ଭେଟଘାଟ୍

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ମୋଦିଙ୍କୁ ନିମନ୍ତ୍ରଣ କଲେ ଟ୍ରମ୍ପ, ହ୍ୱାଇଟ୍‌ ହାଉସରେ ହେବ ଭେଟଘାଟ୍

ଆମେରିକା ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ତାଙ୍କୁ ନିମନ୍ତ୍ରଣ କରିଛନ୍ତି । ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯିବେ । ଟ୍ରମ୍ପ ଦ୍ବିତୀୟ ଥର ପାଇଁ ଶପଥ ନେବା ପରେ ଏହା ମୋଦିଙ୍କ ପ୍ରଥମ ଗସ୍ତ ହେବ । ଡୋନାଲଡ୍ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଫେବୃଆରୀ ୧୦ରୁ ପ୍ୟାରିସରେ ହେବାକୁ ଥିବା ଦୁଇ ଦିନିଆ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆକ୍ସନ ସମିଟ୍‌ରେ ପ୍ରଧାନମନ୍ତ୍ରୀ ଯୋଗଦେବେ । ଏହାପରେ ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତରେ ଯିବେ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯୟୀ ଫେବ୍ରୁଆରୀ ୧୩ରେ ମୋଦି-ଟ୍ରମ୍ପ୍ ଭେଟଘାଟ ହୋଇପାରେ । ହ୍ବାଇଟ ହାଉସରେ ଉଭୟ ନେତା ଏକାଠି ବସିପାରନ୍ତି । ଫେବ୍ରୁଆରୀ ୧୨ ସନ୍ଧ୍ୟାରେ ୱାଶିଂଟନ୍ ଡିସିରେ ପହଞ୍ଚିବା ପରେ, ୧୩ରେ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିବାର ସମ୍ଭାବନା ରହିଛି ।

ଗତ ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ଡୋନାଲ୍ଡ ଟ୍ରମ୍ପ୍ । ଭାରତୀୟ ସମୟ ରାତି ସାଢ଼େ ଦଶଟାରେ ସେ ୪୭ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ସେହିପରି ଭାରତୀୟ ବଂଶୋଦ୍ଭବ ଉଷାଙ୍କ ସ୍ୱାମୀ ଜେ.ଡି. ଭେନ୍ସ ମଧ୍ୟ ଉପରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ଶପଥ ଗ୍ରହଣ ପରେ ଟ୍ରମ୍ପ କହିଥିଲେ, ଆମେରିକାର ସ୍ବର୍ଣ୍ଣିମ ଯୁଗର ଆରମ୍ଭ ହେଲା । ଆମେରିକାକୁ ପୁଣି ଥରେ ମହାନ କରିବା। ଆମେରିକାରେ ଅବୈଧ ପ୍ରବେଶ ହେବ ନାହିଁ। କେହି ଆମେରିକାକୁ ବ୍ୟବହାର କରିପାରିବେ ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi To Hold Talks US President Donald Trump In Washington On Feb 13 | Argus News