Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୧୦୩ଟି ଅମ୍ରିତ ଷ୍ଟେସନର ଉଦଘାଟନ କରିବେ ମୋଦି

Banajyotshna Ray
Browse all articles by Banajyotshna Ray
·1 year ago·1 min read
୧୦୩ଟି ଅମ୍ରିତ ଷ୍ଟେସନର ଉଦଘାଟନ କରିବେ ମୋଦି

Key Points

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜସ୍ଥାନ ଗସ୍ତ

୧୦୩ଟି ଅମ୍ରିତ ଷ୍ଟେସନର ଉଦଘାଟନ କରିବେ ମୋଦି

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜସ୍ଥାନ ଗସ୍ତ । ପଲାନା ଓ ବିକାନେରରେ ୨୬ ହଜାର କୋଟିର ବହୁମୁଖୀ ବିକାଶମୂଳକ ପ୍ରକଳ୍ପର ଭିତିପ୍ରସ୍ତର ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଏହା ସହିତ ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୬ଟି ଜିଲ୍ଲାରେ ପୁନର୍ଗଠିତ ୧୦୩ଟି ଅମ୍ରିତ ଷ୍ଟେସନର ଉଦଘାଟନ କରିବେ ମୋଦି । ଆଜି ପାଖାପାଖି ଦିନ ପ୍ରାୟ ୧୧ଟାରେ ବିକାନେରରେ ପହଞ୍ଚିବା ପରେ ଦେଶନୋକରେ କରଣୀ ମାତା ମନ୍ଦିରରେ ପୂଜାର୍ଚ୍ଚନା କରିବେ ପ୍ରଧାନମନ୍ତ୍ରୀ । ପଲାନାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ।


ଡିଡବାନା କୁଚମାନର ବିକାନେର ଓ ନାବାରେ ଥିବା ସୌର ପ୍ରକଳ୍ପ ସହ ପାର୍ଟ ବି ପାବାର ଗ୍ରୀଡ ସିରୋହୀ ଟ୍ରାନ୍ସମିଶନ ଲିମିଟେଡ ଓ ପାର୍ଟ ଇ ପାବାରଗ୍ରୀଡ ମେବାର ଟ୍ରାନ୍ସମିଶନ ଲିମିଟେଡର ବି ପ୍ରଧାନମନ୍ତ୍ରୀ ଭିତିପ୍ରସ୍ତର ସ୍ଥାପନ କରିବେ । ବିକାନେରର ସୌର ପ୍ରକଳ୍ପ, ନିମଚ ପାବାରଗ୍ରୀଡ ଫତେଗଡ-୨ ପାବାର ଷ୍ଟେସନର ଲୋକାର୍ପଣ କରିବେ ମୋଦି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pm-modi-to-inaugurate-103-redeveloped-amrit-stations-in-86-districts-across-18-states-and-uts | Argus News