ଉଦଘାଟିତ ହେବ ସେଣ୍ଟ୍ରାଲ ଭିଷ୍ଟାର ନୂତନ ବିଲ୍ଡିଂ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

Key Points
ଉଦଘାଟନ ହେବ କର୍ତ୍ତବ୍ୟ ଭବନ
କର୍ତ୍ତବ୍ୟ ଭବନ ଉଦଘାଟନ କରିବେ PM
କର୍ତ୍ତବ୍ୟ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ଉଦଘାଟିତ ହେବ ସେଣ୍ଟ୍ରାଲ ଭିଷ୍ଟାର ନୂତନ ବିଲ୍ଡିଂ
ସେଣ୍ଟ୍ରାଲ ଭିଷ୍ଟାର ବ୍ୟାପକ ରୂପାନ୍ତରଣର ଏକ ଅଂଶ
ଆଜି ଉଦଘାଟିତ ହେବ ସେଣ୍ଟ୍ରାଲ ଭିଷ୍ଟାର ନୂତନ ବିଲ୍ଡିଂ କର୍ତ୍ତବ୍ୟ ଭବନ । ଦିଲ୍ଲୀର କର୍ତ୍ତବ୍ୟ ପଥସ୍ଥିତ କର୍ତ୍ତବ୍ୟ ଭବନ ପରିଦର୍ଶନ କରି ଏହାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହା ସେଣ୍ଟ୍ରାଲ ଭିଷ୍ଟାର ବ୍ୟାପକ ରୂପାନ୍ତରଣର ଏକ ଅଂଶ । ଏହା ଅନେକ ଆଗାମୀ ସାଧାରଣ କେନ୍ଦ୍ରୀୟ ସଚିବାଳୟ କୋଠା ମଧ୍ୟରୁ ପ୍ରଥମ ଯାହା ପ୍ରଶାସନିକ ପ୍ରକ୍ରିୟାକୁ ସୁଗମ କରିବ । ଏହି ପ୍ରକଳ୍ପ ସରକାରଙ୍କ ବ୍ୟାପକ ପ୍ରଶାସନିକ କାର୍ଯ୍ୟ ସହ ମନ୍ତ୍ରଣାଳୟଗୁଡ଼ିକୁ ଏକାଠି କରି ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ଭାବେ କାର୍ଯ୍ୟ କରିବ ।
ଅନେକ ପ୍ରମୁଖ ମନ୍ତ୍ରଣାଳୟ ୧୯୫୦ ଏବଂ ୧୯୭୦ ଦଶକ ମଧ୍ୟରେ ନିର୍ମିତ ଶାସ୍ତ୍ରୀ ଭବନ, କୃଷି ଭବନ, ଉଦ୍ୟୋଗ ଭବନ ଏବଂ ନିର୍ମାଣ ଭବନ ଭଳି ପୁରୁଣା କୋଠାରୁ କାର୍ଯ୍ୟ କରୁଛି । ଏବେ ଏହି ନୂତନ କୋଠାରୁ ତାହା କାର୍ଯ୍ୟ କରିବ । ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକୁ ଏକତ୍ର କରି ଦକ୍ଷତା, ନବସୃଜନ ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହା ପ୍ରାୟ ୧.୫ ଲକ୍ଷ ବର୍ଗ ମିଟର ଅଞ୍ଚଳରେ ବିସ୍ତାରିତ ଏକ ଅତ୍ୟାଧୁନିକ କାର୍ଯ୍ୟାଳୟ କମ୍ପ୍ଲେକ୍ସ ହେବ ।
📱 Get Argus News App
✨ଅଧିକ ପଢ଼ନ୍ତୁ ଦେଶ ଖବର: