Navi Mumbai Airport / ସମ୍ପୂର୍ଣ୍ଣ ଡିଜିଟାଲାଇଜ୍ ବିମାନବନ୍ଦର, ବିଶ୍ୱର ଟପ୍ ଟେନ୍ ତାଲିକାର ପାଇବ ସ୍ଥାନ

Key Points
ଆଦାନି ଗ୍ରୁପ୍ ଏବଂ CIDCO ମଧ୍ୟରେ ଏକ ଜଏଣ୍ଟ ଭେଂଚରରେ ଏହି ବିମାନ ବନ୍ଦର ନିର୍ମାଣ କରାଯାଉଛି ।
ପିପିପି ମୋଡ୍ରେ ଏହାକୁ ନିର୍ମାଣ କରାଯିବ ।
ଏବେ ପ୍ରଥମ ପର୍ଯ୍ୟାୟକୁ ମୋଦି ଉଦ୍ଘାଟନ କରିଛନ୍ତି ।
ନଭୀ ମୁମ୍ବାଇରେ ଦେଶର ସବୁଠାରୁ ମହଙ୍ଗା ଆନ୍ତର୍ଜାତୀୟ ବିମାନବନ୍ଦର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଭାରତର ବିମାନ ଚଳାଚଳ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିବାକୁ ଯାଉଛି । ଏହି ଏୟାରପୋର୍ଟ ମୁମ୍ବାଇର ଦ୍ୱିତୀୟ ଆନ୍ତର୍ଜାତୀୟ ବିମାନ ଗେଟୱେ ଭାବେ କାମ କରିବ। ଏହା ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତୀୟ ବିମାନବନ୍ଦର (CSMIA)ର ଭିଡ଼ କମାଇବାରେ ସାହାଯ୍ୟ କରିବ । ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତୀୟ ବିମାନବନ୍ଦରକୁ ବର୍ଷକୁ ପ୍ରାୟ ୫୫ ମିଲିଅ ଯାତ୍ରୀ ଆସିଥାନ୍ତ । ଯାହାଫଳରେ ଏଠାରେ ପ୍ରବଳ ଭିଡ଼ ହୋଇଥାଏ ।
ତେବେ ଆଦାନି ଗ୍ରୁପ୍ ଏବଂ CIDCO ମଧ୍ୟରେ ଏକ ଜଏଣ୍ଟ ଭେଂଚରରେ ଏହି ବିମାନ ବନ୍ଦର ନିର୍ମାଣ କରାଯାଉଛି । ପିପିପି ମୋଡ୍ରେ ଏହାକୁ ନିର୍ମାଣ କରାଯିବ । ଏବେ ପ୍ରଥମ ପର୍ଯ୍ୟାୟକୁ ମୋଦି ଉଦ୍ଘାଟନ କରିଛନ୍ତି । ଏହାକୁ ଚାରିଟି ପର୍ଯ୍ୟାୟରେ ନିର୍ମାଣ କରାଯିବ । ଏଥିରେ ମୋଟ ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।
ସେପ୍ଟେମ୍ବରରେ ଡିଜିସିଏ ପକ୍ଷରୁ ବିମାନବନ୍ଦରକୁ ଏରୋଡ୍ରୋମ ଲାଇସେନ୍ସ ମିଳିଛି, ଯାହା ଆଧିକାରିକ ଉଡ଼ାଣ ପାଇଁ ଅନୁମୋଦନ ପାଇଥିଲା । ଏହା ସହ ଡିସେମ୍ବର ୨୦୨୫ରେ ବାଣିଜ୍ୟିକ ଉଡ଼ାଣ ଆରମ୍ଭ ହେବା ନେଇ ଆଶା କରାଯାଉଛି।
୧-ଏହି ବିମାନବନ୍ଦର ଦେଶର ପ୍ରଥମ ଡିଜିଟାଲାଇଜ୍ ବିମାନବନ୍ଦର ଭାବେ ଉଭା ହେବ । ଏଠାରେ ପ୍ରି-ବୁକିଂ ଗାଡ଼ି ପାଇଁ ପାର୍କିଂ ବ୍ୟବସ୍ଥା ରହିବ । ଅନ୍ଲାଇନ୍ ଲଗେଜ୍ ରିସିଭ କରିବାର ବ୍ୟବସ୍ଥା ସହିତ ଇମିଗ୍ରେସନ ସେବା ମଧ୍ୟ ଯୋଗାଇ ଦିଆଯିବ । ଏହା ଟର୍ମିନାଲ ସମ୍ପୂର୍ଣ୍ଣ ସ୍ୱୟଂ ଚାଳିତ, AI ଦ୍ୱାରା ଚାଲିବ ।
୨- ୧ ହଜାର ୧୬୦ ହେକ୍ଟରରେ ଗଢ଼ିଉଠିଥିବା ଏହି ବିମାନବନ୍ଦର ଏବେ ବର୍ଷକୁ ୨୦ ମିଲିଅନ ପାସେଞ୍ଜରଙ୍କ କାପାସିଟି ବହନ କରୁଛି । ଏବେ ଏଥିରେ ଗୋଟିଏ ମାତ୍ର ରନ୍ଓ୍ୱେ ଓ ଗୋଟିଏ ଟର୍ମିନାଲ ରହିଛି । ଆଗକୁ ସମ୍ପୂର୍ଣ୍ଣ କାମ ଶେଷ ହେଲେ ଦୁଇଟି ରନ୍ଓ୍ୱେ ରହିବ ଓ ଚାରିଟି ଟର୍ମିନାଲ ରହିବ । ଆଉ ଏହାର ୧୫୫ ମିଲିଅନ ଯାତ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ।
୩- ଏବେ ଏହା ୧୯ ହଜାର ୬୫୦ କୋଟି ଟଙ୍କାରେ ନିର୍ମାଣ କରାଯାଇଛି । ଏହାଦ୍ୱାରା ବିଭିନ୍ନ କ୍ଷେତ୍ରରେ ପ୍ରାୟ ଦୁଇ ଲକ୍ଷ ରୋଜଗାର ସୃଷ୍ଟି ହେବ । ଏଥିରେ ଏଭିଏସନ୍, ଲଜିଷ୍ଟିକ୍, ଆଇଟି, ହସ୍ପିଟାଲିଟି ଏବଂ ରିଅଲିଷ୍ଟେଟ୍ ଭଳି କ୍ଷେତ୍ର ମଧ୍ୟ ସାମିଲ ରହିଛି ।
୪- ଇଣ୍ଡିଗୋ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଏବଂ ଆକାଶ ଏୟାର ଭଳି ଏୟାର ଲାଇନ୍ସ ସଂସ୍ଥାମାନେ ଏବେଠାରୁ ନିଜର ପ୍ଲାନ୍ ଦେଇ ସାରିଲେଣି । ସେମାନେ ଏହି ବିମାନବନ୍ଦରରୁ ବିଭିନ୍ନ ସହରକୁ ଉଡ଼ାଣ ପାଇଁ ପ୍ରସ୍ତୁତି କରିସାରିଲେଣି ।
୫- ଡିସେମ୍ବରରୁ ଏଠାରୁ ବ୍ୟବସାୟିକ ଉଡ଼ାଣ ଆରମ୍ଭ ହବ । ପ୍ରଥମେ ୪୦ ପ୍ରତିଶତ ଯାତାୟାତ ଆନ୍ତର୍ଜାତୀୟ ହେବ । ତାପରେ ୭୫ ପ୍ରତିଶତକୁ ବୃଦ୍ଧି ପାଇବ। ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଦିନକୁ ମାତ୍ର ୧୨ ଘଣ୍ଟା ଏହି ବିମାନବନ୍ଦର ଚାଲିବ ।
୬-ପ୍ରଥମ ମାସରେ ପ୍ରତିଦିନ ୬୦ଟି ଉଡ଼ାଣ ସହିତ କାର୍ଯ୍ୟ ସ୍ୱାଭାବିକ ଭାବରେ ଆରମ୍ଭ ହେବ, ଏବଂ ଛଅ ମାସ ମଧ୍ୟରେ ଏହାକୁ ୨୪୦ ରୁ ୩୦୦ ଉଡ଼ାଣକୁ ବୃଦ୍ଧି କରାଯିବ।.
୭-ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରମୁଖ କେନ୍ଦ୍ରଗୁଡ଼ିକ ନିକଟରେ ରଣନୈତିକ ଭାବରେ ଅବସ୍ଥିତ। ଏହା ଜବାହରଲାଲ ନେହେରୁ ପୋର୍ଟ ଟ୍ରଷ୍ଟ (JNPT) ଠାରୁ ମାତ୍ର 14 କିଲୋମିଟର, MIDC ତାଲୋଜା ଶିଳ୍ପ କ୍ଷେତ୍ରରୁ 22 କିଲୋମିଟର, ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍ ଦେଦେଇ ମୁମ୍ବାଇ ପୋର୍ଟ ଟ୍ରଷ୍ଟରୁ 35 କିଲୋମିଟର, ଥାନେରୁ 32 କିଲୋମିଟର ଏବଂ ଏହି ଅଞ୍ଚଳର ଏକ ପ୍ରସିଦ୍ଧ ପାୱାରଲୁମ୍ ସହର ଭିୱାଣ୍ଡିରୁ 40 କିଲୋମିଟର ଦୂରରେ ଅବସ୍ଥିତ।
୮-ସିଡକୋ ଏମ୍ଡି ବିଜୟ ସିଂହଲ କହିଛନ୍ତି ଯେ ଏହି ୧୧୬୦ ଏକର ବିସ୍ତାରିତ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ୨୦୨୯ରେ, ତୃତୀୟ ପର୍ଯ୍ୟାୟ ୨୦୩୨ରେ ଏବଂ ଚତୁର୍ଥ ପର୍ଯ୍ୟାୟ ୨୦୩୬ ସୁଦ୍ଧା ଉଦ୍ଘାଟିତ ହେବ ।
୯-ଏହାର ଅନ୍ୟାନ୍ୟ ସୁବିଧା ମଧ୍ୟରେ ଏକ ସ୍ୱୟଂଚାଳିତ ପିପୁଲ ମୁଭର (ଏପିଏମ) ସାମିଲ ରହିଛି । ଏହା ଏକ ପରିବହନ ପ୍ରଣାଳୀ ଯାହାକି ସମସ୍ତ ଚାରିଟି ଯାତ୍ରୀ ଟର୍ମିନଲକୁ ଅନ୍ତଃ-ଟର୍ମିନଲ ସ୍ଥାନାନ୍ତରଣ ପାଇଁ ଯୋଡ଼ିବ ଏବଂ ଏକ ଲ୍ୟାଣ୍ଡସାଇଡ ଏପିଏମ ବି ଅଛି ଯାହାକି ସହରର ମୌଳକ ଢାଞ୍ଚା ସହ ଯୋଡ଼ିବ । ସ୍ଥାୟୀ ବ୍ୟବସ୍ଥା ଅନୁରୂପ ଏହି ବିମାନବନ୍ଦରରେ ସ୍ଥାୟୀ ବିମାନ ଇନ୍ଧନ (ଏସଏଏଏଫ) ପାଇଁ ସମର୍ପିତ ଭଣ୍ଡାରଣ, ପ୍ରାୟ ୪୭ ମେଗାୱାଟ ସୌର ଉର୍ଜା ଉତ୍ପାଦନ ଏବଂ ସମ୍ପୂର୍ଣ୍ଣ ସହର ସହ ସାର୍ବଜନୀକ ସମ୍ପର୍କ ରକ୍ଷା ପାଇଁ ଇଭି ବସ୍ ସେବା ଉପଲବ୍ଧ ହେବ । ଏନଏମଆଇଏ ଦେଶର ପ୍ରଥମ ବିମାନ ବନ୍ଦର ହେବ ଯାହାକି ୱାଟର ଟ୍ୟାକ୍ସି ବ୍ୟବସ୍ଥା ସହ ମଧ୍ୟ ଯୋଡ଼ିହେବ ।
📱 Get Argus News App
✨Related Topics
Explore more stories