Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Update / PM Narendra Modi On Semicon: ଆତ୍ମନିର୍ଭର ଭାରତକୁ ମିଳିଲା ବଡ଼ ଶକ୍ତି

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·3 min read
PM Narendra Modi On Semicon: ଆତ୍ମନିର୍ଭର ଭାରତକୁ ମିଳିଲା ବଡ଼ ଶକ୍ତି

Key Points

ଆତ୍ମନିର୍ଭର ଭାରତକୁ ମିଳିଲା ବଡ଼ ଶକ୍ତି
ପ୍ରଥମ ସ୍ୱଦେଶୀ ମାଇକ୍ରୋ ପ୍ରୋସେସର 'ବିକ୍ରମ 3201'ର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
ଦେଶର ସର୍ବବୃହତ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ସୋ'ରେ ପିଏମ୍  

ସର୍ବବୃହତ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ସୋ'ରେ ଆତ୍ମନିର୍ଭର ଭାରତକୁ ମିଳିଲା ବଡ଼ ଶକ୍ତି । ପ୍ରଥମ ସ୍ବଦେଶୀ ମାଇକ୍ରୋ ପ୍ରୋସେସର 'ବିକ୍ରମ 3201'ର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ । ପିଏମ୍ କହିଲେ, ସେମିକଣ୍ଡକ୍ଟର ହବ୍ ହେବ ଭାରତ । ତାଇଓ୍ବାନ, ଚୀନ, ଦକ୍ଷିଣ କୋରିଆ ଓ ଆମେରିକାକୁ ଦେବ ଟକ୍କର । ଓଡ଼ିଶା ପ୍ୟାଭିଲିୟନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ସ୍ଥାନ ପାଇଲା ବ୍ରହ୍ମପୁର ପାରଳା ମହାରଜା ଇଞ୍ଜିନିୟରିଂ କଲେଜ ପ୍ରସ୍ତୁତ ଚିପ୍ କାର୍ଡ ।

ଆତ୍ମନିର୍ଭର ଭାରତର ପ୍ରମାଣ । ନୂଆଦିଲ୍ଲୀ ଯଶୋଭୂମିରେ ମଙ୍ଗଳବାରଠୁ ଆରମ୍ଭ ହୋଇଥିବା ଚତୁର୍ଥ ସେମିକନ ଇଣ୍ଡିଆ ସମ୍ମିଳନୀରେ ଉନ୍ମୋଚିତ ହୋଇଛି ଭାରତର ପ୍ରଥମ ସ୍ବଦେଶୀ ମାଇକ୍ରୋ ପ୍ରୋସେସର ବିକ୍ରମ 3201। ଇସ୍ରୋ ପକ୍ଷରୁ ନିର୍ମିତ ଏହି ଡିଜିଟାଲ ଡାଇମଣ୍ଡର ଉନ୍ମୋଚନ କରି ପିଏମ୍ ମୋଦି କହିଛନ୍ତି, ଆଗାମୀ ଦିନରେ ଏହି ମାଇକ୍ରୋ ପ୍ରୋସେସର ହିଁ ବିକାଶର ଗତି ନିର୍ଦ୍ଧାରଣ କରିବ । ଗତ ଶତାବ୍ଦୀର ବିକାଶର ଧାରା ତେଲ ଦ୍ବାରା ନିୟନ୍ତ୍ରିତ ହେଉଥିବା ବେଳେ ଚଳିତ ଶତାବ୍ଦୀ ମାଇକ୍ରୋ ପ୍ରୋସେସର ଦ୍ବାରା ତ୍ବରାନ୍ବିତ ହେବ।


ଏହାସହ ପଢ଼ନ୍ତୁ:- ବାପାଙ୍କ ସପକ୍ଷରେ କହିବାରୁ ଦଳରୁ ବିଦା କଲେ ସେହି ବାପା !


ବିକ୍ରମ୍ 3201 । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ୩୨ ବିଟ୍ ମାଇକ୍ରୋପ୍ରୋସେସର । ଯାହା ମାଇନସ ୫୫ଡିଗ୍ରୀରୁ ୧୨୫ ଡିଗ୍ରୀ ସେଲସିୟସ ତାପମାତ୍ରା ବି ସହିପାରିବ । ଦେଶର ସର୍ବବୃହତ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ସୋର ଉଦଘାଟନ ଅବସରରେ ପିଏମ୍ ମୋଦି ଆହୁରି କହିଛନ୍ତି ଭାରତ ସେମିକଣ୍ଡକ୍ଟରର ହବ୍‌ ହେବ। ଭାରତ ୭.୮% ଅଭିବୃଦ୍ଧି ହାସଲ କରି ନିଜ ତାକତ ଦେଖାଇଛି । ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି । ସେମିକଣ୍ଡକ୍ଟର ମିଶନ ଭାରତକୁ ଆତ୍ମନିର୍ଭରଶୀଳ କରିବ ।

ଭାରତର ସେମିକଣ୍ଡକ୍ଟର ତାଇଓ୍ବାନ, ଚୀନ, ଦକ୍ଷିଣ କୋରିଆ ଓ ଆମେରିକାକୁ ଦେବ ଚ୍ୟାଲେଂଜ । ଏବେ ୫୦ ବିଲିୟନ ଡଲାରର ମାଇକ୍ରୋପ୍ରୋସେସର ଶିଳ୍ପ ୨୦୩୦ ସୁଦ୍ଧା ଏହା ୧୦୦ ବିଲିୟନ ଡଲାର ପାର କରିବ ।

ସେମିକନ ଇଣ୍ଡିଆ ସମ୍ମିଳନୀରେ ଓଡ଼ିଶାର କମାଲ୍ ବି ଦେଖିବାକୁ ମିଳିଛି । ଏଠି ଓଡ଼ିଶା ପ୍ୟାଭିଲିୟନର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯେଉଁଠି ସ୍ଥାନ ପାଇଛି ବ୍ରହ୍ମପୁର ପାରଳା ମହାରଜା ଇଞ୍ଜିନିୟରିଂ କଲେଜର ଇଂଜିନିୟରଙ୍କ ଦ୍ବାରା ପ୍ରସ୍ତୁତ ଚିପ୍ କାର୍ଡ । ଏହି ଚିପ୍ କାର୍ଡ ଦ୍ୱାରା କ୍ରିମିନାଲ ଆକ୍ଟିଭିଟିର ଟ୍ରାକ୍ କରାଯାଇପାରିବ । ନିକଟରେ କେନ୍ଦ୍ର କ୍ୟାବିନେଟ ମୋହର ଲାଗିଥିବା ଓଡ଼ିଶାର ଦୁଇ ସେମିକଣ୍ଡକ୍ଟର ପ୍ରୋଜେକ୍ଟ Sicsem, 3dgs କୁ ଏଠାରେ ପ୍ରଦର୍ଶିତ କରାଯାଇଛି । ଏହା ସହିତ ARF, scaledgeକୁ ମଧ୍ୟ ପ୍ରଦର୍ଶିତ କରାଯଇଛି। ଏହି ପ୍ୟାଭିଲିୟନରେ ପ୍ରଦର୍ଶିତ ହୋଇଛି ଓଡ଼ିଶାର IT ପଲିସି ଏବଂ ecosystemର ଝଲକ। ଆଗାମୀ ଦିନରେ ଭାରତ ସେମିକଣ୍ଡକ୍ଟର ହବ୍ ହେବାକୁ ଯାଉଛି, ଏଥିରେ ଓଡ଼ିଶାର ବଡ ଭାଗିଦାରୀ ରହିବ । ଏଥିସହ ନିଯୁକ୍ତି କ୍ଷେତ୍ରରେ ବଡ ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାସହ ପଢ଼ନ୍ତୁ:- ଦୁଷ୍କର୍ମ ଅଭିଯୋଗରେ ହୋଇଥିଲେ ଗିରଫ, ପୋଲିସକୁ ଗୁଳି କରି ଫେରାର ହୋଇଗଲେ AAP ବିଧାୟକ


ସବୁ ଇଲୋକଟ୍ରୋନିକ୍ ସାମଗ୍ରୀ ଏପରିକି ମୋବାଇଲ, ହାତ ଘଣ୍ଟା ଠାରୁ ଆରମ୍ଭ କରି ଜୀବନ ରକ୍ଷାକାରୀ ମେଡିକାଲ ସାମଗ୍ରୀରେ ମଧ୍ୟ ଏହି ମାଇକ୍ରୋଚିପ୍ ବ୍ୟବହାର ହେଉଛି । ୪ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଯଶୋଭୂମିରେ ଚାଲିବ ଭାରତର ସର୍ବବୃହତ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ଶୋ । ଏଥିରେ ୩୩ ରାଷ୍ଟ୍ର, ୫୦ରୁ ଅଧିକ ବିଶ୍ୱସ୍ତରୀୟ ସିଏକ୍ସଓ, ୩୫୦ ପ୍ରଦର୍ଶକ ଏବଂ ୫୦ରୁ ଅଧିକ ଦୂରଦ୍ରଷ୍ଟା ବିଶ୍ୱସ୍ତରୀୟ ବକ୍ତା ଅଂଶଗ୍ରହଣ କରିଛନ୍ତି ।

ସେମିକନ୍ ଇଣ୍ଡିଆ ଆତ୍ମନିର୍ଭର ଭାରତ ପାଇଁ ସେମିକଣ୍ଡକ୍ଟର ଇକୋସିଷ୍ଟମରେ ସହଯୋଗକୁ ପ୍ରୋତ୍ସାହିତ କରି ଭବିଷ୍ୟତର ଜଟିଳ ଚ୍ୟାଲେଞ୍ଜଗୁଡ଼ିକୁ ମୁକାବିଲା କରିବାକୁ ଲକ୍ଷ୍ୟ ରହିଛି ।

ଏହାସହ ପଢ଼ନ୍ତୁ:- 

ରାହୁଲଙ୍କୁ ପ୍ରବଳ ଧୋଇଲେ ମୋଦି, ଏଥର ମହିଳାମାନେ କରିବେ ସାବାଡ଼ !


Related Topics

Explore more stories

Sponsored
Update | PM Modi to Inaugurate Semicon India 2025 in New Delhi Today | Argus News