Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିଶ୍ଵର ସର୍ବୋଚ୍ଚ ରେଳ ବ୍ରିଜ୍‌ ଚେନାବର ଉଦ୍‌ଘାଟନ କରିବେ ପିଏମ୍ ମୋଦି

Sushanta Sahoo
Browse all articles by Sushanta Sahoo
·1 year ago·1 min read
ବିଶ୍ଵର ସର୍ବୋଚ୍ଚ ରେଳ ବ୍ରିଜ୍‌ ଚେନାବର ଉଦ୍‌ଘାଟନ କରିବେ ପିଏମ୍ ମୋଦି

ଆସନ୍ତା ୧୯ରେ ଚେନାବ ବ୍ରିଜର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୭୨ କିମି ବିଶିଷ୍ଟ ଉଧମପୁର-ଶ୍ରୀନଗର-ବାରାମୁଳା ଚେନାବ ରେଳ ଲାଇନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଚେନାବ ବ୍ରିଜ ବିଶ୍ଵର ସବୁଠାରୁ ଉଚ୍ଚତମ ରେଳ ବ୍ରିଜ ଅଟେ ।


ଯାହା ଦ୍ଵାରା କାଶ୍ମୀରରୁ ଦିଲ୍ଲୀକୁ ସିଧାସଳଖ ଯାତାୟାତ ସମ୍ଭବ ହୋଇ ପାରିବ । ବିଶ୍ୱର ସବୁଠୁ ଉଚ୍ଚ ରେଳ ବ୍ରିଜ୍ ଭାବେ ପରିଗଣିତ ଏହି ପୋଲ ୧୮ଟି ପିଲର ଉପରେ ନିର୍ମିତ । ଯାହା କି ୩୩୦ମିଟର ଉଚ୍ଚା ଆଇଫିଲ ଟାୱାରଠୁ ବି ଅଧିକ ଉଚ୍ଚତା ବିଶିଷ୍ଟ ।ପୋଲକୁ ଏତେ ମଜଭୁତ କରାଯାଇଛି ଯେ ମାଇନସ୍ ୨୦ ଡିଗ୍ରୀ ତାପମାତ୍ରା ହେଉ କି ୨୬୦ କିଲୋମିଟର ବେଗରେ ପବନ କିଛି ବି ପ୍ରାକୃତିକ ସ୍ଥିତି ଏହାର କୌଣସି କ୍ଷତି କରି ପାରିବ ନାହିଁ ।


ଏପରିକି ୮.୦ ରିକ୍ଟର ସ୍କେଲର ଭୂମିକମ୍ପ ମଧ୍ୟ ଏହି ବ୍ରିଜର କୌଣସି କ୍ଷତି ହେବ ନାହିଁ । ଏତିକି ନୁହେଁ ୪୦ କେଜିର ବିସ୍ଫୋରକ ସାମଗ୍ରୀ ଦ୍ଵାରା ବି ପୋଲ କ୍ଷତିଗ୍ରସ୍ତ ହେବ ନାହିଁ । ପୂର୍ବରୁ ଶୀତ ଦିନେ ବରଫ ବର୍ଷା କାରଣରୁ ଏଠି ସେନା ପହଞ୍ଚି ପାରୁ ନଥିଲେ । ଏବେ ୩୬୫ ଦିନ ଭାରତୀୟ ସେନାର ଆତଯାତ ଫଳରେ କାଶ୍ମୀରରେ ପାକିସ୍ତାନର ଆତଙ୍କବାଦ କାର୍ଯ୍ୟକଳାପ ଉପରେ ସମ୍ପୂର୍ଣ୍ଣ ରୋକ ଲାଗିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଚେନାବ ବ୍ରିଜ୍ ଉଦ୍‌ଘାଟନ ସହ ଭାରତୀୟ ରେଳବାଇ ୨ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ । ଗୋଟିଏ ଶ୍ରୀନଗର ଏବଂ ଅନ୍ୟଟି କାଟ୍ରାରୁ ଶ୍ରୀନଗରରୁ ଚାଲିବ । ଏହ ପୂର୍ବରୁ ରେଲୱେ ଶ୍ରୀ ମାତା ବଷ୍ଣୋଦେବୀ କାଟ୍ରାରୁ ଶ୍ରୀନଗର ଟ୍ରାଏଲ୍ ରନ୍ କରିଥିଲା ।

Sponsored
PM Modi To Inaugurate World’s Highest Railway Bridge | Argus News