ଆଜି 70 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଲଞ୍ଚ୍ କରିବେ ମୋଦି

ଅର୍ଗସ ବ୍ୟୁରୋ: ଆଜି 70 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ଲଞ୍ଚ୍ କରିବେ ମୋଦି । ଓଡିଶାକୁ ମିଳିବ ମୋଦିଙ୍କ ସ୍ବାସ୍ଥ୍ୟ ଗ୍ୟାରେଣ୍ଟି । ମାର୍ଚ୍ଚ ଶେଷ ସୁଦ୍ଧା ଓଡିଶାରେ ଲାଗୁ ହେବ ଆୟୁଷ୍ମାନ ଯୋଜନା । ଆଜି ଆୟୁଷ୍ମାନ ଯୋଜନା ଦ୍ବିତୀୟ ଭାଗକୁ ଗ୍ରହଣ କରିବେ ରାଜ୍ୟ ସରକାର । ବିସ୍ତୃତ ଗାଇଡ ଲାଇନ ଓ ମୋଡାଲିଟ ପ୍ରସ୍ତୁତ କରି ଖୁବଶୀଘ୍ର ଓଡିଶାରେ କାର୍ଯ୍ୟାକାରୀ କରିବେ ବିଜେପି ସରକାର । ରାଜ୍ୟ ବାହାରେ ଦାଦନ ଖଟୁଥିବା ଶ୍ରମିକଙ୍କୁ ବି ମିଳିବ ମାଗଣା ଚିକିତ୍ସା । ଯୋଜନାରେ ଲାଭବାନ ହେବେ ରାଜ୍ୟର କୋଟିଏ ପରିବାର । ଉଭୟ ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାର ଗୋଟିଏ କାର୍ଡ ହେବ । ନୂଆ କାର୍ଡ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଯୋଗାଇ ଦେବାକୁ କାର୍ଯ୍ୟ ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।
ଏହି ନୂଆ କାର୍ଡ ଦ୍ବାରା ରାଜ୍ୟରେ ଏକ କୋଟି ପରିବାରକୁ ମିଳିବ ମାଗଣା ଚିକିତ୍ସା ସୁବିଧା । ପୁରୁଣା କାର୍ଡ ରେ ପୂର୍ବରୁ ୯୫୦ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଥିବା ବେଳେ ନୂଆ କାର୍ଡ ଲଞ୍ଚ ହେବା ପରେ ୨୭ ହଜାର ହସ୍ପିଟାଲରେ ଲୋକଙ୍କୁ ଚିକିତ୍ସା ସୁବିଧା ମିଳିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ବିଜେଡି ନିର୍ବାଚନରେ ମୁଖ୍ୟ ଆୟୁଧ କରି ଆୟୁଷ୍ମାନକୁ ଗ୍ରହଣ କରୁନଥିଲା । କିନ୍ତୁ ବାସ୍ତବତା କହୁଥିଲା ଭାରତ ସରକାରଙ୍କର ଏନଏଚଏମ୍ ସମେତ ସମସ୍ତ ଯୋଜନାକୁ ଗୋଟିଏ ଛତା ତଳେ ଆଣି ସଂଖ୍ୟାର ମିଛ ଗଣିତରେ ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ଯୋଜନା କରିଥିଲା ବିଜେଡି ।
ଅଧିକ ପଢ଼ନ୍ତୁ ଦେଶ ଖବର: