|
logo
Live

Argus News - ବିହାରକୁ ମୋଦିଙ୍କ ବଡ଼ ଭେଟି, ୪୦ ହଜାର କୋଟିର ଦେଲେ ପ୍ରକଳ୍ପ !

National

ବିହାରକୁ ମୋଦିଙ୍କ ବଡ଼ ଭେଟି, ୪୦ ହଜାର କୋଟିର ଦେଲେ ପ୍ରକଳ୍ପ !

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ବିହାରକୁ ମୋଦିଙ୍କ ବଡ଼ ଭେଟି, ୪୦ ହଜାର କୋଟିର ଦେଲେ ପ୍ରକଳ୍ପ !

Key Points

୧୧ ବର୍ଷ ମଧ୍ୟରେ କେବଳ ବିହାରରେ ୪ କୋଟି ଗରୀବଙ୍କୁ ଘର ଯୋଗାଇ ଦିଆଯାଇଥିବା କହିଛନ୍ତି ମୋଦି ।

ନିର୍ବାଚନ ପୂର୍ବରୁ ବିହାରକୁ ପିଏମ ମୋଦିଙ୍କ ବଡ଼ ଭେଟି । ୪୦ ହଜାର କୋଟିର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ପୂର୍ଣ୍ଣିୟା ଜନସଭାରେ ଆରଜେଡି-କଂଗ୍ରେସର ଖୋଲିଲେ ପୋଲ୍ । କହିଲେ, ବିହାରବାସୀଙ୍କୁ ଲଣ୍ଠନ ଦେଖାଇ ଲୁଣ୍ଠନ କରିବାକୁ ଚାଲିଛି ଚକ୍ରାନ୍ତ । ଅନୁପ୍ରବେଶକାରୀଙ୍କୁ ନେଇ ଭୋଟବ୍ୟାଙ୍କ ରାଜନୀତି କରୁଥିବା ଆରଜେଡି ଓ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ।


SIRକୁ ନେଇ ଇଣ୍ଡିନେତା ଲୋକଙ୍କୁ ଭୁଲ ତଥ୍ୟ ଦେଖାଇ ଭୁଆଁ ବୁଲାଉଛନ୍ତି । ବିହାର ନିର୍ବାଚନରେ ଜିତିବା ପରେ ୫ ବର୍ଷ ମଧ୍ୟରେ ରାଜ୍ୟର ଏକ କୋଟି ଯୁବକଙ୍କୁ ଚାକିରି ଓ ରୋଜଗାର ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ୧୧ ବର୍ଷ ମଧ୍ୟରେ କେବଳ ବିହାରରେ ୪ କୋଟି ଗରୀବଙ୍କୁ ଘର ଯୋଗାଇ ଦିଆଯାଇଥିବା କହିଛନ୍ତି ମୋଦି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିହାର ଗସ୍ତ ପୂର୍ବରୁ ସକାଳେ କୋଲକାତାରେ ସଶସ୍ତ୍ର ବାହିନୀର ଯୁଗ୍ମ କମାଣ୍ଡର ସମ୍ମିଳନୀ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ । ଭାରତୀୟ ସେନାର ପୂର୍ବ କମାଣ୍ଡ ମୁଖ୍ୟାଳୟରେ ସୋମବାରଠୁ ତିନି ଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି । ଅପରେସନ ସିନ୍ଦୁର ପରେ ଇଷ୍ଚର୍ଣ୍ଣ କମାଣ୍ଡ ପକ୍ଷରୁ ଆୟୋଜିତ ସମାବେଶରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେଇଛନ୍ତି । ସେନାରେ ବୈଷୟିକ ପରିବର୍ତ୍ତନ ଓ ଭବିଷ୍ୟତ ବିଷୟବସ୍ତୁକୁ ନେଇ ହୋଇଛି ମନ୍ଥନ । ୩ ଦିନିଆ ଗସ୍ତରେ ୫ ରାଜ୍ୟ ପାଇଁ ମୋଟ ୭୧ ହଜାର ୮୫୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ।


ଏହାପୂର୍ବରୁ ଆସାମକୁ ମଧ୍ୟ ପ୍ରଧାନମନ୍ତ୍ରୀ ଦେଇଛନ୍ତି ବଡ଼ ଉପହାର । ଦାରଙ୍ଗରେ ଆୟୋଜିତ ଜନସଭାରେ ୧୮ ହଜାର ୫୩୦ କୋଟି ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ ପିଏମ ମୋଦି । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆସାମ ବିକାଶର ନୂଆ ଶିଖରରେ ପହଞ୍ଚିଥିବା ନେଇ ଦରାଙ୍ଗରେ କହିଛନ୍ତି ମୋଦି । ଅପରେସନ ସିନ୍ଦୁର ପରେ ପ୍ରଥମେ ଆସାମ ଗସ୍ତରେ ଭାରତୀୟ ଯବାନଙ୍କ ପରାକ୍ରମକୁ ପ୍ରଶଂସା କରିଛନ୍ତି ପିଏମ ମୋଦି । ମା କାମାକ୍ଷାଙ୍କ ଆଶୀର୍ବାଦରୁ ଭାରତ ଶତ୍ରୁକୁ ମୁହଁତୋଡ଼ ଜବାବ ଦେବା ସହ ସଫଳତାର ପାହାଚ ଅତିକ୍ରମ କରୁଛି ବୋଲି ମୋଦି କହିଛନ୍ତି ।

Sponsored
ବିହାରକୁ ମୋଦିଙ୍କ ବଡ଼ ଭେଟି, ୪୦ ହଜାର କୋଟିର ଦେଲେ ପ୍ରକଳ୍ପ ! | Argus News