କନ୍ୟାକୁମାରୀରେ ଧ୍ୟାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅର୍ଗସ ବ୍ୟୁରୋ: ଆଜି ତାମିଲନାଡୁର କନ୍ୟାକୁମାରୀ ବିବେକାନନ୍ଦ ରକ୍ ମେମୋରିଆଲରେ ଧ୍ୟାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସନ୍ଧ୍ୟାରୁ ଜୁନ ଏକ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଧ୍ୟାନମଣ୍ଡପର ଧ୍ୟାନ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ୪୫ ଘଣ୍ଟା ରହିବେ। ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହେବା ପରେ ପ୍ରଧାନମନ୍ତ୍ରୀ କନ୍ୟାକୁମାରୀରେ ଧ୍ୟାନ କରିବେ। ଏଥିପାଇଁ ସେଠାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । କୋଷ୍ଟାଲ୍ ସିକ୍ୟୁରିଟି ଗ୍ରୁପ୍, ଇଣ୍ଡିଆନ୍ କୋଷ୍ଟଗାର୍ଡ ଏବଂ ଭାରତୀୟ ନୌସେନା ସାମୁଦ୍ରିକ ସୀମା ଉପରେ ନଜର ରଖିବେ।
ଭାରତର ସବୁଠାରୁ ଦକ୍ଷିଣରେ ଥିବା କନ୍ୟାକୁମାରୀର ଭବଥୁରାଲ କୂଳରୁ ୫୦୦ମିଟର ଭିତରେ ଏହି ଏହି ରକ୍ ରହିଛି । ଏଠାରେ ଭାରତ ମହାସାଗର ସହ ବଙ୍ଗୋପ ସାଗର ଓ ଆରବ ସାଗର ଏକତ୍ରୀକରଣ ହୋଇଛି । ୧୮୯୨ ମସିହାରେ ସ୍ବାମୀ ବିବେକାନନ୍ଦ ଏଠାରେ ତିନି ଦିନ ଧ୍ୟାନ କରି ଜ୍ଞାନପ୍ରାପ୍ତି କରିଥିଲେ । ୨୦୧୯ ନିର୍ବାଚନ ପ୍ରଚାର ପରେ କେଦାରନାଥ ଗୁମ୍ଫାରେ ପ୍ରଧାନମନ୍ତ୍ରୀ୧ ୧୫ ଘଣ୍ଟା ଧ୍ୟାନ କରିଥିଲେ।
ଅଧିକ ପଢ଼ନ୍ତୁ ଦେଶ ଖବର:

