Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପିଏମ୍ କିଷାନ ନିଧିର ୧୯ତମ କିସ୍ତି ପ୍ରଦାନ କରିବେ ମୋଦି, ୨ ହଜାର ଲେଖାଏଁ ପାଇବେ ୯ କୋଟିରୁ ଅଧିକ ଚାଷୀ

National

ପିଏମ୍ କିଷାନ ନିଧିର ୧୯ତମ କିସ୍ତି ପ୍ରଦାନ କରିବେ ମୋଦି, ୨ ହଜାର ଲେଖାଏଁ ପାଇବେ ୯ କୋଟିରୁ ଅଧିକ ଚାଷୀ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ପିଏମ୍ କିଷାନ ନିଧିର ୧୯ତମ କିସ୍ତି ପ୍ରଦାନ କରିବେ ମୋଦି, ୨ ହଜାର ଲେଖାଏଁ ପାଇବେ ୯ କୋଟିରୁ ଅଧିକ ଚାଷୀ

ଚାଷୀଙ୍କ ପାଇଁ ଖୁସି ଖବର । ଆଜି ବିହାରରୁ ପିଏମ୍ କିଷାନର ୧୯ ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ପ୍ରଧାନମନ୍ତ୍ରୀ ମୋଦି । ଦେଶର ପ୍ରାୟ ୯ କୋଟି ଚାଷୀଙ୍କ ଖାତାକୁ ଆସିବ ୨ ହଜାର ଲେଖାଏଁ ଟଙ୍କା । ପିଏମ୍ ମୋଦି ଡିବିଟି ଜରିଆରେ ୯.୫ କୋଟି ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇବେ ।


ସରକାର ଏହି କିସ୍ତି ପାଇଁ ୨୦ ହଜାର କୋଟିରୁ ଅଧିକ ଅର୍ଥ ବ୍ୟୟବରାଦ କରିଛନ୍ତି। ପ୍ରଧାନମନ୍ତ୍ରୀ-କିଷାନ ଯୋଜନା ଅଧୀନରେ ପ୍ରତ୍ୟେକ ହିତାଧିକାରୀ ଚାଷୀଙ୍କୁ ପ୍ରତି ଚାରି ମାସରେ ୨୦୦୦ ଟଙ୍କାର ତିନୋଟି ସମାନ କିସ୍ତିରେ ବାର୍ଷିକ ୬ ହଜାର ଟଙ୍କା ଦିଆଯାଏ । ପିଏମ କିଷାନ ଯୋଜନାରେ ଦେଶର କୃଷକଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରୁଛି ।


ଏହା ସହିତ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଗୋକୁଳ ମିଶନ ଅଧିନରେ ମୋତିହାରିରେ ସ୍ଵଦେଶୀ ବ୍ରିଡର ଦକ୍ଷତା କେନ୍ଦ୍ରକୁ ଉଦଘାଟନ କରିବେ । ଏହାର ପ୍ରମୁଖ ଉଦ୍ଦେଶ୍ୟ ହେଲା ଅତ୍ୟାଧୁନିକ ଆଇଭିଏଫ୍ ଟେକନିକ ଆରମ୍ଭ କରିବା, ଆଗାମୀ ଦିନରେ ପ୍ରଜନନ ପାଇଁ ସ୍ଵଦେଶୀ ବ୍ରିଡ୍‌ର ଉତ୍କୃଷ୍ଟ ପଶୁଙ୍କ ଉତ୍ପାଦନ ଏବଂ ଆଧୁନିକ ପ୍ରଜନନ ଟେକନିକରେ କୃଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ । ବରୌଣୀରେ ମଧ୍ୟ ଦୁଗ୍ଧ ଉତ୍ପାଦନ ସଂଯନ୍ତ୍ରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହାର ଉଦ୍ଦେଶ୍ୟ ୩ ଲକ୍ଷ ଦୁଗ୍ଧ ଉତ୍ପାଦକ ମାନଙ୍କ ପାଇଁ ଏକ ସଂଗଠିତ ବଜାର ସୃଷ୍ଟି କରିବା ।


ପିଏମ୍-କିଷାନ ପାଇଁ ଯୋଗ୍ୟତା ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆବେଦନକାରୀ ଭାରତର ନାଗରିକ ହୋଇଥିବେ ।

ସେ ଜଣେ ଚାଷୀ ହୋଇଥିବେ ।

ତାଙ୍କର ଚାଷ ଯୋଗ୍ୟ ଜମି ଥିବ ।

ସେ ୧୦ ହଜାରରୁ ଅଧିକ ଟଙ୍କା ଭତ୍ତା ପାଉ ନଥିବେ ।

କୃଷକ ଜଣଙ୍କ ଆୟକରଦାତା ହୋଇ ନଥିବେ ।

ପିଏମ୍ କିଷାନ ଲାଗି ଇ-କେୱାଇସି ବାଧ୍ୟତାମୂଳକ ।

Sponsored
PM Modi to release 19th installment of PM Kisan Yojana in Bhagalpur today | Argus News