ଆସାମକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଉପହାର

Key Points
ଆସାମକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଉପହାର । ଦାରଙ୍ଗରେ ଆୟୋଜିତ ଜନସଭାରେ ୧୮ ହଜାର ୫୩୦ କୋଟି ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପିଏମ ମୋଦି ।
ଆସାମକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଉପହାର । ଗସ୍ତର ଦ୍ବିତୀୟ ଦିନରେ ଦାରଙ୍ଗରେ ଆୟୋଜିତ ଜନସଭାରେ ୧୮ ହଜାର ୫୩୦ କୋଟି ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପିଏମ ମୋଦି । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆସାମ ବିକାଶର ନୂଆ ଶିଖରରେ ପହଞ୍ଚିଥିବା ଦରାଙ୍ଗରେ କହିଛନ୍ତି ମୋଦି । ଅପରେସନ ସିନ୍ଦୁର ପରେ ପ୍ରଥମ ଆସାମ ଗସ୍ତରେ ଭାରତୀୟ ଯବାନଙ୍କ ପରାକ୍ରମକୁ ପ୍ରଶଂସା କରିଛନ୍ତି ପିଏମ ମୋଦି । ମା କାମାକ୍ଷାଙ୍କ ଆଶୀର୍ବାଦରୁ ଭାରତ ଶତ୍ରୁକୁ ମୁହଁତୋଡ ଜବାବ ଦେବା ସହ ସଫଳତାର ପାହାଚ ଅତିକ୍ରମ କରୁଛି ବୋଲି ମୋଦି କହିଛନ୍ତି ।
ଦରାଙ୍ଗରେ ନାଁ ନନେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ମୋଦି । ବିରୋଧୀଙ୍କ ଅପମାନ ପ୍ରସଙ୍ଗରେ ଭଗବାନ ଶିବଙ୍କ ଭକ୍ତ ହୋଇଥିବାରୁ ବିଷ ମଧ୍ୟ ପାନ କରି ପାରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ବର୍ଷା ସତ୍ତ୍ବେ କାର୍ଯ୍ୟକ୍ରମରେ ଲୋକଙ୍କ ପ୍ରବଳ ଭିଡ଼ ଓ ଉତ୍ସାହ ଦେଖିବାକୁ ମିଳିଥିଲା। ଏହାପରେ ଗୋଲାଘାଟରେ ନୁମାଲିଗଡ଼ ରିଫାଇନାରୀ ପ୍ଲାଣ୍ଟର ଲୋକାର୍ପଣ ସହ ପଲିପ୍ରପିଲିନ୍ ପ୍ଲାଣ୍ଟର ଭିତ୍ତି ସ୍ଥାପନ କରିଛନ୍ତି ପିଏମ।