PM Narendra Modi: ୫ ବର୍ଷ ପରେ ଚୀନ୍ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Key Points
ଭାରତ ଏବଂ ଚୀନ ଦ୍ୱିପାକ୍ଷିକ ସମ୍ପର୍କକୁ ଉନ୍ନତ କରିବା ପାଇଁ ପ୍ରୟାସ କରିବାକୁ ଏହି ଗସ୍ତ କରିବେ ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତମାସ ଶେଷ ଆଡ଼କୁ ଜାପାନ ଓ ଚୀନ ଗସ୍ତ କରିବେ। ଆମେରିକା ସହ ଟାରିଫ ବିବାଦ ଜୋର ଧରିଥିବା ବେଳେ ଚୀନ୍ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି। ୫ ବର୍ଷ ପରେ ଚୀନ୍ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
୨୦୨୦ମସିହାରେ ପୂର୍ବ ଲଦାଖର ଗଲୱାନରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଚୀନ ଗସ୍ତ ହେବ। ଭାରତ ଏବଂ ଚୀନ ଦ୍ୱିପାକ୍ଷିକ ସମ୍ପର୍କକୁ ଉନ୍ନତ କରିବା ପାଇଁ ପ୍ରୟାସ କରିବାକୁ ଏହି ଗସ୍ତ କରିବେ ପ୍ରଧାନମନ୍ତ୍ରୀ ।
ଶେଷ ଥର ପାଇଁ ୨୦୧୯ରେ ପ୍ରଧାନମନ୍ତ୍ରୀ ଚୀନ୍ ଗସ୍ତ କରିଥିଲେ। ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀରେ ଯୋଗଦେବା ପାଇଁ ସେ ଚୀନ ଗସ୍ତ କରିବେ ବୋଲି ଜଣାପଡ଼ିଛି। ଚୀନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଅଗଷ୍ଟ ୩୦ରେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହିତ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ।