Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆସନ୍ତାକାଲି କତାରର ଦୋହା ଯିବେ ପ୍ରଧାନମନ୍ତ୍ରୀ ମୋଦି

National

ଆସନ୍ତାକାଲି କତାରର ଦୋହା ଯିବେ ପ୍ରଧାନମନ୍ତ୍ରୀ ମୋଦି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆସନ୍ତାକାଲି କତାରର ଦୋହା ଯିବେ ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ: ଆସନ୍ତାକାଲି କତାରର ଦୋହା ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଦୁଇ ଦିନିଆ ୟୁଏଇ ଗସ୍ତ ଶେଷ କରିବା ପରେ ଦୋହାରେ ପହଞ୍ଚିବେ ବୋଲି ସୋମବାର ବୈଦେଶିକ ମନ୍ତ୍ରଣାଳୟର ସଚିବ ବିନୟ କୱାତ୍ରା ସୂଚନା ଦେଇଛନ୍ତି। କତାର ଓ ଭାରତ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ସେଠାକୁ  ମୋଦି ଯାଉଥିବା ସଚିବ ବିନୟ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତ ସମ୍ପର୍କରେ ସୂଚନା ଦେଇ ବିନୟ କହିଛନ୍ତି, “ଫେବୃଆରୀ ୧୪ରେ ପ୍ରଧାନମନନ୍ତ୍ରୀ ମୋଦିଙ୍କ ଦୁଇ ଦିନିଆ ୟୁଏଇ ଗସ୍ତ ଶେଷ ହେବ। ସେହିଦିନ ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ମୋଦି ଦୋହାରେ ପହଞ୍ଚିବେ। ଗସ୍ତ ସମୟରେ ସେ କତାର ଅମୀର ଶେଖ ତାମିମ ବିନ ହମାଦ ଓ ଦେଶର ଅନ୍ୟ ବରିଷ୍ଠ ପ୍ରତିନିଧିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି କତାର ଗସ୍ତରେ ଯାଉଛନ୍ତି। ଭାରତ ଓ କତାର ମଧ୍ୟରେ ଏବେ ୨୦ ବିଲିୟନ ଡଲାରର ବ୍ୟବସାୟିକ ସମ୍ପର୍କ ରହିଛି। ଏହାକୁ ଆହୁରି ମଜବୁତ କରିବା ପାଇଁ ମୋଦି କତାରା ଯାଉଛନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
PM Modi to visit Doha on Feb 14 | Argus News