Narendra Modi / ପଶ୍ଚିମବଙ୍ଗକୁ ମୋଦିଙ୍କ ବଡ଼ ଗିଫ୍ଟ

Key Points
ଏଥର ଗେରୁଆ ହେବ କି ପଶ୍ଚିମବଙ୍ଗ । ଆଗକୁ ନିର୍ବାଚନ ଥିବା ବେଳେ ଏବେଠାରୁ ପଶ୍ଚିମବଙ୍ଗ ଉପରେ ଫୋକସ୍ କଲେଣି ମୋଦି । ଏଥର ପଶ୍ଚିମବଙ୍ଗ ଖେଳିପାରେ ମୋଦି ମ୍ୟାଜିକ୍ । କାରଣ ଏହାପୂର୍ବରୁ ମୋଦି ଯେଉଁ ରାଜ୍ୟକୁ ଫୋକସ୍ କରିଛନ୍ତି ସେଠାରେ ବିଜେପିର ବିପୁଳ ବିଜୟ ହୋଇଛି । ବିଜେପିର ବରିଷ୍ଠ ନେତାମାନେ ବାରମ୍ବାର କହିସାରିଛନ୍ତି ଏଥର ଟାର୍ଗେଟ୍ ପଶ୍ଚିମବଙ୍ଗ । ତେଣୁ ମୋଦିଙ୍କ ଫୋକସ୍ ଏବେ ପଶ୍ଚିମବଙ୍ଗ ।
ଏକଥା ଏଇଥିପାଇଁ ଉଠିଲା, କାରଣ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି । ପୂର୍ବାହ୍ନ ପ୍ରାୟ ୧୧ଟା ୧୫ରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ରାଣାଘାଟ ଠାରେ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ଏହାପରେ ସେଠାରେ ଏକ ଜନସମାବେଶକୁ ସେ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ପ୍ରାୟ ୩୨୦୦ କୋଟି ଟଙ୍କାର ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଏନଏଚ-୩୪ରେ ୬୬.୭ କିମି ବିଶିଷ୍ଟ ୪ ଲେନ ବିଶିଷ୍ଟ ବାରାଜଗୁଲି-କ୍ରିଷ୍ଣାନଗର ସେକ୍ସନର ଉଦଘାଟନ କରିବେ। ଏହା ସହ ପଶ୍ଚିମବଙ୍ଗ ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର ଏନଏଚ-୩୪ରେ ୧୭.୬ କି.ମି ଦୈର୍ଘ୍ୟ ବିଶିଷ୍ଟ ବରସାତ-ବାରାଜଗୁଲି ସେକ୍ସନ ୪ ଲେନ୍ କାମର ଶିଳାନ୍ୟାସ କରିବେ।
ପଶ୍ଚିମବଙ୍ଗ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ଗୌହାଟୀରେ ପହଞ୍ଚିବା ପରେ ଲୋକପ୍ରିୟ ଗୋପୀନାଥ ବରଦୋଲୋଇ ଅନ୍ତର୍ଜାତୀୟ ବିମାନ ବନ୍ଦରର ନୂତନ ର୍ଟମିନାଲ କୋଠାର ପରିଦର୍ଶନ ଏବଂ ଉଦ୍ଘାଟନ କରିବେ । ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଗୌହାଟୀର ବୋରାଗାଓଁ ସ୍ଥିତ ଶହୀଦ ସ୍ମାରକ କ୍ଷେତ୍ରରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଏହା ପରେ, ସେ ଆସାମର ଦିବ୍ରୁଗଡ଼ ଜିଲ୍ଲାର ନାମରୂପ ଯାତ୍ରା କରିବେ, ଯେଉଁଠାରେ ଆସାମ ଭ୍ୟାଲି ଫର୍ଟିଲାଇଜର ଆଣ୍ଡ କେମିକାଲ କମ୍ପାନୀ ଲିମିଟେଡର ଆମୋନିଆ-ୟୁରିଆ ପ୍ରକଳ୍ପ ପାଇଁ ଭୂମି ପୂଜନ ସହ ଉପସ୍ଥିତ ସମାବେଶକୁ ମଧ୍ୟ ସେ ସମ୍ବାଧିତ କରିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ପାରମ୍ପରିକ ଔଷଧ ଉପରେ ଦ୍ୱିତୀୟ WHO ବିଶ୍ୱସ୍ତରୀୟ ସମ୍ମିଳନୀର ସମାପ୍ତି ସମାରୋହକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ଗତ ତିନି ଦିନ ଧରି, ପାରମ୍ପରିକ ଔଷଧ କ୍ଷେତ୍ରରେ ବିଶ୍ୱର ବିଶେଷଜ୍ଞମାନେ ଗମ୍ଭୀର ଏବଂ ଅର୍ଥପୂର୍ଣ୍ଣ ଆଲୋଚନାରେ ସାମିଲ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଏହି ଉଦ୍ଦେଶ୍ୟରେ ଭାରତ ଏକ ଦୃଢ଼ ମଞ୍ଚ ଭାବରେ କାର୍ଯ୍ୟ କରୁଥିବାରୁ ସେ ଖୁସି ପ୍ରକାଶ କରି ଏହି ପ୍ରକ୍ରିୟାରେ ‘ହୁ’ର ସକ୍ରିୟ ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ ।
📱 Get Argus News App
✨Related Topics
Explore more stories