Videos
|
National

ମହିଳା ବିରୋଧୀ ଅପରାଧ ମାମଲା, ନ୍ୟାୟ ପ୍ରଦାନ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମହିଳା ବିରୋଧୀ ଅପରାଧ ମାମଲା, ନ୍ୟାୟ ପ୍ରଦାନ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

ଅର୍ଗସ ବ୍ୟୁରୋ:  ମହିଳା ବିରୋଧୀ ଅପରାଧ ମାମଲାରେ ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁତ୍ୱ ।  ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଉପସ୍ଥିତିରେ ଜିଲ୍ଲା ନ୍ୟାୟପାଳିକାର ରାଷ୍ଟ୍ରୀୟ ସମ୍ମିଳନୀର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ବିରୋଧୀ ହିଂସାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ମୋଦି । ମହିଳାଙ୍କ ବିରୋଧରେ ହିଂସା ଏବେ ସାରା ଦେଶର ଚିନ୍ତା ବଢ଼ାଇଛି । ସେଥିପାଇଁ ନ୍ୟାୟପାଳିକା ଏହି ମାମଲାରେ ଶୀଘ୍ର ନ୍ୟାୟ ପ୍ରଦାନ କଲେ ଦେଶର ଅଧା ଜନସଂଖ୍ୟାଙ୍କର ଭରସା ନ୍ୟାୟାଳୟ ଉପରେ ରହିବ ବୋଲି ପ୍ରଧାନମନ୍ତ୍ରୀ ଆଜି ମତ ରଖିଛନ୍ତି ।

ସେହିପରି ମହିଳାମାନଙ୍କୁ ସୁରକ୍ଷାର ଗ୍ୟାରେଣ୍ଟି ବି ମିଳିବ । ଭାରତର ଲୋକେ କଦାପି ନ୍ୟାୟପାଳିକାର ନିଷ୍ପତ୍ତିକୁ ଅବିଶ୍ବାସ ଚକ୍ଷୁରେ ଦେଖିନାହାନ୍ତି ।  ସେଥିପାଇ ନ୍ୟାୟପାଳିକାକୁ ସମ୍ବିଧାନର ସଂରକ୍ଷକ ବୋଲି ମଧ୍ୟ କୁହାଯାଏ । ଏପରିକି ଇମରଜେନ୍ସି ସମୟରେ ମଧ୍ୟ ଲୋକଙ୍କ ବିଶ୍ବାସ ଅଦାଲତ କାଏମ ରଖିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
PM Modi urges swift justice for crime against women amid Kolkata case: ‘Atrocities are serious concerns...’ | Argus News