Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜାମ୍ମୁ ଓ କାଶ୍ମୀରରୁ ଧାରା 370 ହଟିବା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କାଶ୍ମୀର ଗସ୍ତ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଜାମ୍ମୁ ଓ କାଶ୍ମୀରରୁ ଧାରା 370 ହଟିବା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କାଶ୍ମୀର ଗସ୍ତ

ଅର୍ଗସ ବ୍ୟୁରୋ: ଜାମ୍ମୁ ଓ କାଶ୍ମୀରରୁ ଧାରା 370 ହଟିବା ପରେ ସେଠାକାର ଲୋକେ ଆଦୌ ଅସନ୍ତୁଷ୍ଟ ନୁହଁନ୍ତି, ସେମାନେ ବହୁତ ଖୁସି ଆଛନ୍ତି। ୨୦୧୯ରେ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜମ୍ମୁ କଶ୍ମୀର ଗସ୍ତରେ ପ୍ରଥମଥର ପାଇଁ ଶ୍ରୀନଗରରେ ପହଞ୍ଚିଥିଲେ। ଏ ଅବସରରେ ବକ୍ସି ଷ୍ଟାଡିୟମର ଦୃଶ୍ୟ ବିରୋଧୀ ଏବଂ ବିଶେଷ କରି ପାକିସ୍ତାନ ପାଇଁ ସବୁଠାରୁ ବଡ ଝଟକା ଥିଲା।

‘ବିକାଶ ଭାରତ ବିକାଶ ଜମ୍ମୁ କଶ୍ମୀର’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ କୃଷି ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ୫୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏ ଅବସରରେ ପିଏମ୍ ଜାମ୍ମୁ ଓ କାଶ୍ମୀରର ଏକ ହଜାର ଯୁବକଙ୍କୁ ନିଯୁକ୍ତିପତ୍ର ବାଣ୍ଟିଥିଲେ। ସଭାରେ ନାଜିର ନଜିମ ନାମଙ୍କ ଜଣ ଯୁବ ବ୍ୟବସାୟୀ କିପରି ମାତ୍ର 2ଟି ମହୁମାଛି ବକ୍ସରୁ ବ୍ୟବସାୟ ଆରମ୍ଭ କରି ଆଜିର ଦିନରେ 2000 ବକ୍ସ ରଖି ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ 100ରୁ ଅଧିକ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ସେ ବିଷୟରେ କହିଥିଲେ। ଡିଜିଟାଲ ଇଣ୍ଡିଆ ଏବଂ ପିଏମଇଜିପି ଜରିଆରେ ଲାଭବାନ ହୋଇଥିବା ଶୋପିଆ, ଜମ୍ମୁ, କୁପଓ୍ବାଡା, ଶ୍ରୀନଗର, ବାନ୍ଦିପୁରା, କଠୁଆ ଏବଂ କିସ୍ତଓ୍ବାଡାର ଅନେକ ଲାଭାର୍ଥୀଙ୍କ ସହିତ ଭିଡିଓ କନଫରେନ୍ସି ଜରିଆରେ ଆଲୋଚନା କରିଥିଲେ ପିଏମ୍।

ପ୍ରଧାନମନ୍ତ୍ରୀ ବକ୍ସି ଷ୍ଟାଡିୟମରୁ ୬,୪୦୦କୋଟି ଟଙ୍କା ମୂଲ୍ୟର ୫୩ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ଏ ଅଭସରରେ ସେ ଆହୁରି କହିଥିଲେ ଜମ୍ମୁ-କାଶ୍ମୀର କେବଳ ଏକ ଅଞ୍ଚଳ ନୁହେଁ, ଏହା ଭାରତର ଗର୍ବ, ମୁଖ୍ୟ, ସମ୍ମାନ ଏବଂ ବିକାଶର ପ୍ରତୀକ। ତେଣୁ ବିକଶିତ ଜମ୍ମୁ-କଶ୍ମୀର ବିକଶିତ ଭାରତର ପ୍ରାଥମିକତା ଅଟେ। ଏକ ସମୟ ଥିଲା ଯେତେବେଳେ ଜମ୍ମୁ କଶ୍ମୀରରେ ଦେଶର ଆଇନ ପ୍ରଯୁଜ୍ୟ ନ ଥିଲା, କିନ୍ତୁ ଆଜି କଶ୍ମୀରରୁ ସମଗ୍ର ଦେଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ସେ କହିଛନ୍ତି, ଆଜି ମୁଁ ପୃଥିବୀର ସ୍ବର୍ଗରେ ପହଞ୍ଚି ନିଜକୁ ବହୁତ ଧନ୍ୟ ମନେ କରୁଛି। ଏହା ଏକ ନିଆରା ଅନୁଭୂତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର: 

Sponsored
PM Modi visits J&K for the first time since abrogation of Article 370 in 2019 | Argus News