Videos
|
National

Tariff ବିବାଦ ଭିତରେ ପିଏମ୍ ମୋଦିଙ୍କ ଜାପାନ ଗସ୍ତ, କେଉଁ ପ୍ରସଙ୍ଗ ଉପରେ ରହିବ ଫୋକସ୍ ନିଜେ କହିଲେ ପ୍ରଧାନମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·1 year ago·2 min read
Tariff ବିବାଦ ଭିତରେ ପିଏମ୍ ମୋଦିଙ୍କ ଜାପାନ ଗସ୍ତ, କେଉଁ ପ୍ରସଙ୍ଗ ଉପରେ ରହିବ ଫୋକସ୍ ନିଜେ କହିଲେ ପ୍ରଧାନମନ୍ତ୍ରୀ

Key Points

ପ୍ରଧାନମନ୍ତ୍ରୀ ମୋଦି ୫ ଦିନିଆ ଜାପାନ ଓ ଚୀନ ଗସ୍ତରେ ଯାଇଛନ୍ତି । ଏହି ବିଦେଶ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଦ୍ଵିପାକ୍ଷିକ, ରଣନୀତିକ ଓ ଆର୍ଥିକ ସମ୍ବନ୍ଧକୁ ମଜଭୁତ କରିବା ।

ନୂଆଦିଲ୍ଲୀ: ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ୫ ଦିନିଆ ଜାପାନ ଓ ଚୀନ ଗସ୍ତରେ ଯାଇଛନ୍ତି । ଏହି ବିଦେଶ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଦ୍ଵିପାକ୍ଷିକ, ରଣନୀତିକ ଓ ଆର୍ଥିକ ସମ୍ବନ୍ଧକୁ ମଜଭୁତ କରିବା । ଆମେରିକା ଟାରିଫ୍ ବିବାଦ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ଵୂପର୍ଣ୍ଣ ।


ପ୍ରଥମେ ଜାପାନ ଗସ୍ତରେ ଯାଇ ଟୋକିଓରେ ପହଞ୍ଚି ସାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ କରିଛନ୍ତି ଜାପାନ ସରକାର । ସେଠାରେ ପ୍ରଧାନମନ୍ତ୍ରୀ ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଭାଗ ନେବେ । ଜାପାନ ପ୍ରଧାନମନ୍ତ୍ରୀ ଶିଗେଋ ଇଶିବାଙ୍କ ନିମନ୍ତ୍ରଣରେ ଜାପାନ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Narendra Modi (@narendramodi) August 29, 2025


ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏହି ଗସ୍ତ ସମୟରେ ଦୁଇ ଦେଶ ରଣନୀତିକ ଓ ବୈଶ୍ଵିକ ସମ୍ପର୍କ ନେଇ ଚର୍ଚ୍ଚା କରିବେ । ଯେଉଁଥିରେ ବାଣିଜ୍ୟ, ନିବେଶ ଓ ପ୍ରତିରକ୍ଷା ସମ୍ପର୍କ ବୃଦ୍ଧି ସହ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଓ ସେମିକଣ୍ଡକ୍ଟର ଭଳି ନୂଆ ଜ୍ଞାନକୌଶଳ ଦିଗରେ ସହଯୋଗ ବ୍ୟାପକ କରାଯିବ ।


ଜାପାନ ପରେ ପ୍ରଧାନମନ୍ତ୍ରୀ ମୋଦି ଚୀନ ଯିବେ । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିମନ୍ତ୍ରଣରେ ଶଂଘାଇ ସହଯୋଗ ସଂଗଠନ (SCO)ର ୨୫ତମ ବାର୍ଷିକ ବୈଠକରେ ସାମିଲ୍ ହେବେ ପ୍ରଧାନମନ୍ତ୍ରୀ ମୋଦି । ଭାରତ ଏସ୍‌ସିଓର ସକ୍ରିୟ ସଦସ୍ୟ ରହିଛି । ଚୀନ ଗସ୍ତ ସମୟରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଅନ୍ୟ ନେତାଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି ।


ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଅଗଷ୍ଟ ୩୦ରେ ମିୟାଗି ସ୍ଥିତ ବୁଲେଟ୍ ଟ୍ରେନ୍ କାରଖାନା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ଜାପାନ, ଭାରତରେ ୧୦ ଟ୍ରିଲିୟନ୍ ଅର୍ଥାତ ୫.୯୩ ଲକ୍ଷ କୋଟି ଟଙ୍କା ନିବେଶ ଘୋଷଣା କରିବା ନେଇ ଜାପାନ ଗଣମାଧ୍ୟମରେ ପ୍ରକାଶ ପାଇଛି ।

PM Modi Embarks on Key 5-Day Visit to Japan and China to Strengthen Strategic and Economic Ties | Argus News | Argus News