Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଜି ଗୁଜୁରାଟ ଓ ରାଜସ୍ଥାନ ଗସ୍ତରେ ଯିବେ ପିଏମ ମୋଦି

National

ଆଜି ଗୁଜୁରାଟ ଓ ରାଜସ୍ଥାନ ଗସ୍ତରେ ଯିବେ ପିଏମ ମୋଦି

Ritu Das
Browse all articles by Ritu Das
·2 years ago·1 min read
ଆଜି ଗୁଜୁରାଟ ଓ ରାଜସ୍ଥାନ ଗସ୍ତରେ ଯିବେ ପିଏମ ମୋଦି

ଅର୍ଗସ ବ୍ୟୁରୋ: ଆଜି ଗୁଜୁରାଟ ଓ ରାଜସ୍ଥାନ ଗସ୍ତରେ ଯିବେ ପିଏମ ମୋଦି। ଅହମ୍ମଦାବାଦରେ ୮୫ ହଜାର କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଏହା ପରେ ସାବରମତି ଆଶ୍ରମ ଗସ୍ତରେ ଯିବେ ପିଏମ ମୋଦି। ଗାନ୍ଧି ଆଶ୍ରମ ମେମୋରିଆଲ ପାଇଁ ମାଷ୍ଟର ପ୍ଲାନ ଲଞ୍ଚ୍ କରିବା ସହ କୋଚ୍ରାବ ଆଶ୍ରମର ଲୋକାର୍ପଣ କରିବେ। ଏହା ପରେ ରାଜସ୍ଥାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ରାଜସ୍ଥାନର ପୋଖରାନରେ ଭାରତର ତିନି ସେନାର ଯବାନଙ୍କ ଦ୍ବାରା ମିଳିତ ଏକ୍ସରସାଇଜ ଭାରତ ଶକ୍ତି ଦେଖିବେ। 

ଏହି ଏକ୍ସରସାଇଜରେ ଭାରତୀୟ ପ୍ରତିରକ୍ଷା ଉପକରଣ ଗୁଡିକର କ୍ଷମତା ପ୍ରଦର୍ଶନ ସହ ଯବାନଙ୍କ ବୀରତ୍ବର ନିଦର୍ଶନ ଦେଖିବାକୁ ମିଳିବ। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ରର ବ୍ୟବହାର ଦେଖାଇବ ଭାରତୀୟ ସେନା।  ଯାହାର ସାକ୍ଷୀ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜସ୍ଥାନରେ ହେବାକୁ ଥିବା  ଟ୍ରାଇ-ସର୍ଭିସେସ୍ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର EXERCISE 'ଭାରତ ଶକ୍ତି'କୁ ଦେଖିବେ ପ୍ରଧାନମନ୍ତ୍ରୀ ମୋଦି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi | Argus News