ପିଏମ ମୋଦିଙ୍କ ୨ ଦିନିଆ ସାଉଦି ଆରବ ଗସ୍ତ

ଆଜିଠୁ ପିଏମ ମୋଦିଙ୍କ ୨ ଦିନିଆ ସାଉଦି ଆରବ ଗସ୍ତ । ନୂଆଦିଲ୍ଲୀର G-20 ଶିଖର ସମ୍ମିଳନୀ ପରେ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ନିମନ୍ତ୍ରଣ କ୍ରମେ ତୃତୀୟ ଥର ପାଇଁ ପିଏମ ମୋଦି ସାଉଦି ଆରବ ଗସ୍ତ କରୁଛନ୍ତି । ପ୍ରତିରକ୍ଷା, ଶକ୍ତି ଓ ବାଣିଜ୍ୟ ସହଭାଗିତା ଉପରେ ଉଭୟ ଦେଶର ଫୋକସ ରହିଛି । ମୋଦି ଓ ସଲମାନଙ୍କ ମଧ୍ୟରେ ହେବାକୁ ଯାଉଥିବା ସାମରିକ ଡିଲ୍ ପାକିସ୍ତାନ ଗଳାରେ କଣ୍ଟା ହେବାକୁ ଯାଉଛି । ପ୍ରତିରକ୍ଷା, ଶକ୍ତି ଓ ବାଣିଜ୍ୟ ସହଭାଗିତା ଉପରେ ଉଭୟ ଦେଶର ଫୋକସ ରହିଛି । ମୋଦି ଓ ସଲମାନଙ୍କ ମଧ୍ୟରେ ହେବାକୁ ଯାଉଥିବା ସାମରିକ ଡିଲ୍ ପାକିସ୍ତାନ ଗଳାରେ କଣ୍ଟା ହେବାକୁ ଯାଉଛି ।
କାରଣ ପାକିସ୍ତାନ ବଦଳରେ ଏଣିକି ଭାରତୀୟ ସେନା ଦ୍ବାରା ସାଉଦି ଆରବ ସେନା ପ୍ରଶିକ୍ଷଣକୁ ସବୁଜ ସଂକେତ ଦେଇସାରିଛନ୍ତି କ୍ରାଉନ ପ୍ରିନ୍ସ । ଏହାସହିତ ସାଉଦି ସହ ଜୀବାଷ୍ମ ଇନ୍ଧନକୁ ହେବାକୁ ଯାଉଛି ବଡ଼ ଡିଲ୍ । ଭାରତ ଉପରେ ଗଲ୍ଫ ଦେଶର ବିଶ୍ବାସ ବୃଦ୍ଧି ବଢ଼ାଉଛି ଚୀନର ସମସ୍ୟା । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ, ରାଜନୈତିକ, ସାମାଜିକ, ସାଂସ୍କୃତିକ ସମ୍ପର୍କକୁ ଅଧିକ ଦୃଢ଼ କରିବ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରାଳୟ ସଚିବ ବିକ୍ରମ ମିସ୍ରି । ସେ ଏହି ଗସ୍ତକୁ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କରିଛନ୍ତି । ସାଉଦି ଆରବରେ ଭାରତୀୟ ପ୍ରବାସୀଙ୍କ ପାଇଁ ସ୍ବତନ୍ତ୍ର ଯୋଜନା ହୋଇଛି।
📱 Get Argus News App
✨ଦୁଇ ଦିନିଆ ଗସ୍ତ ସମୟରେ ପିଏମ ମୋଦି ପ୍ରବାସୀ ଭାରତୀୟଙ୍କୁ ଭେଟିବା ସହ ବଡ଼ ଉପହାର ଦେବାକୁ ଯାଉଛନ୍ତି। ଭାରତ ଓ ସାଉଦି ଆରବ ମଧ୍ୟରେ ୨୦୨୩-୨୪ରେ ବାଣିଜ୍ୟିକ କାରବାର ୨୫.୭ ବିଲିଅନ ଡଲାରରେ ପହଞ୍ଚିଥିବାବେଳେ ପ୍ରତିବର୍ଷ ଏହି ପରିମାଣ ବୃଦ୍ଧି ପାଉଛି । ୨୦୧୯ରେ ସାଉଦି ଆରବ ଭାରତରେ ୧୦ ବିଲିଅନ ଡଲାର ନିବେଶ କରିଥିଲା । ଏବେ ଏହା ୧୦୦ ବିଲିଅନ ଡଲାର ଅତିକ୍ରମ କରିଛି । ୨୦୧୪ରେ ଦୁଇ ଦେଶ ମଧ୍ୟରେ ସ୍ଥଳସେନା ଓ ନୌସେନା ସମରାଭ୍ୟାସ ହୋଇଥିବାବେଳେ ଏବେ ସାମରିକ ସମ୍ପର୍କ ନୂଆ ସୋପାନରେ ପହଞ୍ଚିବାକୁ ଯାଉଛି।