Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

PM Narendra Modi: ବିକଶିତ ଭାରତ ରୋଜଗାର ଯୋଜନା, ୩ କୋଟି ୫୦ ଲକ୍ଷ ଯୁବକ-ଯୁବତୀଙ୍କୁ ମିଳିବ ଲାଭ

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
PM Narendra Modi: ବିକଶିତ ଭାରତ ରୋଜଗାର ଯୋଜନା, ୩ କୋଟି ୫୦ ଲକ୍ଷ ଯୁବକ-ଯୁବତୀଙ୍କୁ ମିଳିବ ଲାଭ

Key Points

ଘରୋଇ କ୍ଷେତ୍ରରେ ପ୍ରଥମ ଥର ଚାକିରି ପାଉଥିବା ଯୁବକ ଯୁବତୀ ପାଇବେ ୧୫ ହଜାର ଟଙ୍କା ।

ଏଥିରେ ୩ କୋଟି ୫୦ ଲକ୍ଷ ଯୁବକ-ଯୁବତୀଙ୍କୁ ମିଳିବ ଲାଭ ।

ଏହାସହ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ପିଏମ୍‌ ମୋଦି ।

ସ୍ୱାଧୀନତାର ମହାପର୍ବରେ ଉତ୍ସବ ମୁଖର ସାରା ଦେଶ । ଦିଲ୍ଲୀ ଲାଲକିଲ୍ଲାରେ ପରେଡ ଅଭିବାଦନ ନେବା ପରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ପ୍ରଧାନମନ୍ତ୍ରୀ । ଆଉ ଦେଶର ଯୁବପିଢ଼ିଙ୍କ ପାଇଁ ବଡ଼ ଘୋଷଣା କରଥିଲେ ମୋଦି । ସ୍ୱାଧୀନତା ଦିବସରୁ ଆରମ୍ଭ ହୋଇଛି ୧ ଲକ୍ଷ କୋଟିର ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା । ଘରୋଇ କ୍ଷେତ୍ରରେ ପ୍ରଥମ ଥର ଚାକିରି ପାଉଥିବା ଯୁବକ ଯୁବତୀ ପାଇବେ ୧୫ ହଜାର ଟଙ୍କା । ଏଥିରେ ୩ କୋଟି ୫୦ ଲକ୍ଷ ଯୁବକ-ଯୁବତୀଙ୍କୁ ମିଳିବ ଲାଭ । ଏହାସହ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ପିଏମ୍‌ ମୋଦି ।

ଦେଶର ସୁରକ୍ଷା ପାଇଁ ସୁଦର୍ଶନ ଚକ୍ର ମିଶନର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଶତ୍ରୁ ଆକ୍ରମଣକୁ ପ୍ରତିହତ କରିବ ମିଶନ ସୁଦର୍ଶନ ଚକ୍ର। ସୁଦର୍ଶନ ଚକ୍ର ଦ୍ବାରା ଟାର୍ଗେଟେଡ୍, ପ୍ରିସାଇଜ୍ ଆକ୍ରମଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଲାଲକିଲ୍ଲାରୁ 'ସମୃଦ୍ଧ ଭାରତ' ପାଇଁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। 'ଭୋକାଲ୍ ଫର୍ ଲୋକାଲ୍'କୁ ସମସ୍ତେ ନିଜ ଜୀବନର ମନ୍ତ୍ର କରନ୍ତୁ, ଏବେର ପୀଢ଼ି ସମୃଦ୍ଧ ଭାରତ ପାଇଁ କାମ କରୁ, ଏହା ସମୟର ଆବଶ୍ୟକତା ବୋଲି କହିଛନ୍ତି ମୋଦି। ଉତ୍ପାଦ ପାଇଁ 'ଦାମ୍ କମ୍, ଦମ୍ ଅଧିକ' ପାଇଁ ମୋଦି ଆହ୍ବାନ ଦେଇଛନ୍ତି।

ଅପରେସନ ସିନ୍ଦୂରର ବୀର ଯବାନଙ୍କୁ ଆଜି ଲାଲକିଲ୍ଲାରୁ ସାଲ୍ୟୁଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ। ମୋଦି କହିଛନ୍ତି ଆମର ବୀର ଯବାନ ଶତ୍ରୁଙ୍କୁ କଳ୍ପନାତୀତ ଦଣ୍ଡ ଦେଇଛନ୍ତି। ମୋଦି କହିଛନ୍ତି, ଭାରତ ସ୍ଥିର କରିସାରିଛି, ରକ୍ତ ଓ ପାଣି ଏକା ସାଙ୍ଗରେ ବୋହିବ ନାହିଁ । ସିନ୍ଧୁ ଚୁକ୍ତି କେତେ ଅନ୍ୟାୟ ପୂର୍ଣ୍ଣ ଦେଶବାସୀ ବୁଝିସାରିଛନ୍ତି । ଭାରତ ସ୍ଥିର କରିଛି, ପରମାଣୁ ଧମକ ଆଉ ସହିବୁ ନାହିଁ। ଦୀର୍ଘ ବର୍ଷ ଧରି ଚାଲିଆସିଥିଲା ନ୍ୟୁକ୍ଲିୟର ବ୍ଲାକମେଲ୍। ଆଗକୁ ବି ଶତ୍ରୁ ଏମିତି ଉଦ୍ୟମ ଜାରି ରଖିଲେ ମୁହଁତୋଡ଼ ଜବାବ ଦିଆଯିବ।

୧୦ଟି ନୂଆ ପରମାଣୁ ରିଆକ୍ଟର କ୍ଷେତ୍ରରେ ଦ୍ରୁତ ଗତିରେ କାମ ଚାଲିଛି । ୨୦୪୭ ସୁଦ୍ଧା ପରମାଣୁ ଶକ୍ତି କ୍ଷମତା ୧୦ ଗୁଣା ଅଧିକ କରିବାକୁ ଲକ୍ଷ୍ୟ ରହିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi’s 5 big announcements in record 103-minute speech | Argus News