Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

'ଅପରେସନ୍‌ ସିନ୍ଦୂର' ପରେ ପ୍ରଧାନମନ୍ତ୍ରୀ ପ୍ରଥମ ସମ୍ୱୋଧନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
'ଅପରେସନ୍‌ ସିନ୍ଦୂର' ପରେ ପ୍ରଧାନମନ୍ତ୍ରୀ ପ୍ରଥମ ସମ୍ୱୋଧନ

ଦେଶବାସୀଙ୍କୁ ସମ୍ୱୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାତି ୮ଟାରେ କରିବେ ସମ୍ୱୋଧନ। 'ଅପରେସନ୍‌ ସିନ୍ଦୂର' ପରେ ପ୍ରଧାନମନ୍ତ୍ରୀ ପ୍ରଥମ ସମ୍ୱୋଧନ। ପ୍ରଧାନମନ୍ତ୍ରୀଙ୍କ 'ଅପରେସନ୍‌ ସିନ୍ଦୂର'ର ସଫଳତା ବିଶ୍ୱ ଦେଖିଛି। ଅପରେସନ ‘ସିନ୍ଦୂର’କୁ ନେଇ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଥିଲା ବଡ଼ ବୈଠକ । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, NSA ଅଜିତ ଡୋଭାଲ ଉପସ୍ଥିତ ଥିଲେ । ବୈଠକରେ CDS ଅନୀଲ ଚୌହ୍ବାନ, ୩ ସେନାର ମୁଖ୍ୟ ମଧ୍ୟ ଉପସ୍ଥିତ ଥିଲେ ।


ଅପରେସନ୍ ସିନ୍ଦୂରରେ ଧ୍ବସଂ ବିଧ୍ବଂସ ହୋଇଥିଲା ଆତଙ୍କୀ ଆଡ୍ଡା । ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ମିଶାଇଲ୍ ମାଡ଼ କରିଥିଲେ ଭାରତୀୟ ସେନା । ପାକିସ୍ତାନରେ ୪ଟି ଏବଂ ପାକ୍ ଅଧିକୃତ କାଶ୍ମୀରରେ ୫ଟି ସ୍ଥାନରେ ହୋଇଥିଲା ମିଶାଇଲ ମାଡ଼ । ଲସ୍କର ଏ ତୋଇବା, ହିଜବୁଲ୍ ମୁଜାହିଦ୍ଦିନ୍ ଓ ଜୈସ୍ ଏ ମହମ୍ମଦ ଭଳି ଆତଙ୍କୀ ସଂଗଠନର କମର ଭାଙ୍ଗିଥିଲା ଭାରତ । ଯାହାର ସାଟେଲାଇଟ୍ ଚିତ୍ର ସେୟାର କରିଛି ଭାରତୀୟ ସେନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଯାହା ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ସ୍ଥଳରେ ଅପରେସନ୍ ସିନ୍ଦୂର ଦ୍ୱାରା ହୋଇଥିବା ଧ୍ୱଂସର ଦୃଶ୍ୟକୁ ପ୍ରମାଣ କରୁଛି । ଏହି ଦୃଶ୍ୟଗୁଡ଼ିକ ଦୁଇଟି ପ୍ରମୁଖ ଲକ୍ଷ୍ୟସ୍ଥଳ ମୁରିଦକେ ଏବଂ ବାହବଲପୁରର ପୂର୍ବ ଏବଂ ପରର । ଏହା ସହ ପାକିସ୍ତାନର ଏୟାର ଡିଫେନ୍ସ ରାଡାର ଏବଂ ଏୟାରଫିଲ୍ଡର ଆକ୍ରମଣର ପୂର୍ବ ଓ ପରର ଚିତ୍ର ସେୟାର କରିଛି ଭାରତୀୟ ସେନା ।

Sponsored
pm-modis-address-to-nation-at-8-pm-today-first-since-india-pak-conflict | Argus News