Narendra Modi / ଏତେ ଖୁସି ହେଲେ ଯେ ମଞ୍ଚ ଉପରେ ଗାମୁଛା ଉଡ଼ାଇଲେ ମୋଦି, ଦେଖନ୍ତୁ ଭିଡିଓ...

Key Points
ଏନଡିଏ ନେତାଙ୍କ ଉପସ୍ଥିତିରେ ୨୬ଜଣିଆ ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ।
ବିହାରରେ ପୁଣି ଲୋକଙ୍କୁ ମିଳିବ ସୁଶାସନ । ଦଶମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନାଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ବ । ଏନଡିଏ ନେତାଙ୍କ ଉପସ୍ଥିତିରେ ୨୬ ଜଣିଆ ମନ୍ତ୍ରିମଣ୍ଡଳର ଶପଥଗ୍ରହଣ । ବିହାରୀ ଅନ୍ଦାଜରେ ଗାମୁଛା ଉଡାଇ ବିହାରବାସୀଙ୍କୁ ପ୍ରଧାନମନ୍ତ୍ରୀ ଜଣାଇଲେ ଧନ୍ୟବାଦ ।
ଶପଥ ଗ୍ରହଣ ପରେ ବିହାରବାସୀଙ୍କୁ ପ୍ରଧାନମନ୍ତ୍ରୀ ଜଣାଇଲେ କୃତଜ୍ଞତା । ପୁରା ବିହାରୀ ଅନ୍ଦାଜରେ ସେମାନଙ୍କୁ ଜଣାଇଛନ୍ତି ଧନ୍ୟବାଦ । ଯେଉଁ ଗାମୁଛାକୁ ନେଇ ବିହାରବାସୀଙ୍କ ସ୍ବତନ୍ତ୍ର ପରିଚୟ ରହିଛି, ତା ମାଧ୍ୟମରେ ବିହାରବାସୀଙ୍କ ସହ ଯୋଡ଼ି ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିହାରର ଗାନ୍ଧି ମଇଦାନରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କଥା ଦେଇ କଥା ରଖିଛନ୍ତି ପ୍ରଧାନମନ୍ତ୍ରୀ ।
ନିର୍ବାଚନ ପ୍ରଚାର ବେଳେ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ମୁଜାଫରପୁରରେ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ବିହାର ସ୍ବାଭିମାନର ପ୍ରତୀକ ଗାମୁଛା ଉଡାଇ ଭୋଟରଙ୍କ ସହ ଯୋଡ଼ି ହୋଇଥିଲେ । ଏହାପରେ ଏଡିଏର ବିପୁଳ ବିଜୟ ପରେ ନୂଆଦିଲ୍ଲୀରେ ଆୟୋଜିତ ବିଜୟ ସମାବେଶରେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଗାମୁଛା ଉଡାଇ ଜଣାଇଥିଲେ ଧନ୍ୟବାଦ।
ଆଉ ଆଜି ଗୁରୁବାର ଗାନ୍ଧି ମଇଦାନର ମଧ୍ୟ ପ୍ରଧାନମନ୍ତ୍ରୀ ଗାମୁଛା ଉଡ଼ାଇ ବିହାରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିହାରରେ ଦଶମ ଥର ଲାଗି ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ନୀତିଶ କୁମାର। ଉପମୁଖ୍ୟମନ୍ତ୍ରୀ ଭାବେ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନାଙ୍କ ସମେତ ୨୬ ମନ୍ତ୍ରୀ ଶପଥ ନେଇଛନ୍ତି। ବିଜେପିର ୧୪, ଜେଡିୟୁର ୮, ଲୋକଜନଶକ୍ତି ପାର୍ଟିର ୨, ହିନ୍ଦୁସ୍ତାନ ଆଓ୍ବାମ ମୋର୍ଚ୍ଚାର ୧ ଓ RLMର ଜଣେ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି ।
ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗ ଦେଇଥିଲେ । ବିହାରରେ ଏନଡିଏ ବିଜୟରେ ପ୍ରମୁଖ ଭୂମିକା ନିଭାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପିର ବରିଷ୍ଠ ନେତା ଓ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଯୋଗ ଦେଇଥିଲେ ।
ବିହାର ନିର୍ବାଚନରେ ଏନଡିଏ ବିପୁଳ ଜନମତ ପାଇ ରେକର୍ଡ ୨୦୨ଟି ସିଟରେ ବିଜୟୀ ହୋଇଥିଲା । ବିଜେପି ସବୁଠାରୁ ଅଧିକ ୮୯ଟି ସିଟ୍ ପାଇଥିବା ବେଳେ ସହଯୋଗୀ ଜନତା ଦଳ ୟୁନାଇଟେଡ ୮୫ ସିଟ୍ ପାଇଥିଲା ।
📱 Get Argus News App
✨Related Topics
Explore more stories