Videos
|
National

ବିଶ୍ୱ ବନ୍ୟଜନ୍ତୁ ଦିବସରେ ସୁନ୍ଦର ଭିଡିଓ ପୋଷ୍ଟ କଲେ ମୋଦି, ଦେଖନ୍ତୁ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ବିଶ୍ୱ ବନ୍ୟଜନ୍ତୁ ଦିବସରେ ସୁନ୍ଦର ଭିଡିଓ ପୋଷ୍ଟ କଲେ ମୋଦି, ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ ବନ୍ୟଜନ୍ତୁ ଦିବସ ଅବସରରେ ଆମ ଗ୍ରହର ଅବିଶ୍ୱସନୀୟ ଜୈବ ବିବିଧତାର ସୁରକ୍ଷା ତଥା ସଂରକ୍ଷଣ ପାଇଁ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି: “ଆଜି, ବିଶ୍ୱ ବନ୍ୟଜନ୍ତୁ ଦିବସରେ, ଆସନ୍ତୁ ଆମେ ଆମ ଗ୍ରହର ଅବିଶ୍ୱସନୀୟ ଜୈବ ବିବିଧତାର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇବା। ପ୍ରତ୍ୟେକ ପ୍ରଜାତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଆସନ୍ତୁ ଭବିଷ୍ୟତ ପିଢ଼ି ପାଇଁ ସେମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା। ବନ୍ୟଜନ୍ତୁ ସଂରକ୍ଷଣ ତଥା ସୁରକ୍ଷା ଦିଗରେ ଭାରତର ଅବଦାନ ପାଇଁ ମଧ୍ୟ ଆମେ ଗର୍ବିତ।”



ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି କହିଛନ୍ତି, ବିଗତ ଦଶନ୍ଧିରେ ବାଘ, ଚିତାବାଘ ଏବଂ ଗଣ୍ଡାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଆମେ ବନ୍ୟପ୍ରାଣୀଙ୍କୁ କେତେ ଗୁରୁତ୍ୱ ଦେଉଛନ୍ତି ଏବଂ ବନ୍ୟପ୍ରାଣୀଙ୍କ ସ୍ଥାୟୀ ଆବାସ ସୃଷ୍ଟି ଦିଗରେ ଯେ କାର୍ଯ୍ୟ କରୁଛନ୍ତି ତାହାକୁ ଏହା ଦର୍ଶାଉଛି।