କାଲିଠାରୁ ଜୁଲାଇ ୯ ମଧ୍ୟରେ ୫ଟି ରାଷ୍ଟ୍ର ଗସ୍ତ କରିବେ ମୋଦି

Key Points
ଆସନ୍ତାକାଲିଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତ କାର୍ଯ୍ୟକ୍ରମ
ବ୍ରିକ୍ସ ସମ୍ମିଳନୀରେ ହେବେ ସାମିଲ
କାଲିଠାରୁ ଜୁଲାଇ ୯ ମଧ୍ୟରେ ୫ଟି ରାଷ୍ଟ୍ର ଗସ୍ତ କରିବେ ମୋଦି
ଆସନ୍ତାକାଲିଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତ କାର୍ଯ୍ୟକ୍ରମ। ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବା ସହିତ କାଲିଠାରୁ ଜୁଲାଇ ୯ ମଧ୍ୟରେ ୫ଟି ରାଷ୍ଟ୍ର ଗସ୍ତ କରିବେ ମୋଦି । ପିଏମ ମୋଦି ଘାନା, ତ୍ରିନିଦାଦ ଓ ତବୋଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମ୍ବିଆ ଗସ୍ତ କରିବେ। ୩୦ ବର୍ଷ ପରେ ଭାରତୀୟ ପ୍ରଧାନମନ୍ତ୍ରୀ ଘାନା ଗସ୍ତ କରିବାକୁ ଯାଉଥିବା କହିଛନ୍ତି ବୈଦେଶିକ ମନ୍ତ୍ରଣାଳୟ ସଚିବ ପି କୁମାରନ । ଗସ୍ତ ସମୟରେ ସାମରିକ, ବାଣିଜ୍ୟକୁ ନେଇ ଦ୍ବିପାକ୍ଷାକ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଘାନା ପିଏମଙ୍କ ସହ ମୋଦିଙ୍କ ରାତ୍ରି ଭୋଜନ ରହିଛି। ୧୫ ହଜାରରୁ ଅଧିକ ପ୍ରବାସୀ ଭାରତୀୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିବା ସମ୍ଭାବନା ରହିଛି ।