|
logo
Live

Argus News - ୩୭୦ ପୁଣି ଲାଗୁ କରିବାକୁ କଂଗ୍ରେସକୁ ମୋଦିଙ୍କ ଚ୍ୟାଲେଞ୍ଜ

National

୩୭୦ ପୁଣି ଲାଗୁ କରିବାକୁ କଂଗ୍ରେସକୁ ମୋଦିଙ୍କ ଚ୍ୟାଲେଞ୍ଜ

Banajyotshna Ray
Browse all articles by Banajyotshna Ray
·2 years ago·1 min read
୩୭୦ ପୁଣି ଲାଗୁ କରିବାକୁ କଂଗ୍ରେସକୁ ମୋଦିଙ୍କ ଚ୍ୟାଲେଞ୍ଜ

ଅର୍ଗସ ବ୍ୟୁରୋ:  ଜମ୍ମୁ ଓ କଶ୍ମୀରକୁ ଖୁବଶୀଘ୍ର ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା। ତା’ପରେ ହେବ ବିଧାନସଭା ନିର୍ବାଚନ। ଶୁକ୍ରବାର ଜମ୍ମୁ ଓ କଶ୍ମୀରର ଉଧମପୁରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେବା ଅବସରରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଆହୁରି କହିଥିଲେ, ଜମ୍ମୁ ଓ କଶ୍ମୀରରେ ଏଥର ଲୋକସଭା ନିର୍ବାଚନ ଆତଙ୍କବାଦ, ବିକ୍ଷୋଭ, ପଥରମାଡ଼ ଓ ସୀମା ସେପଟରୁ ଗୁଳିମାଡ଼ର ଭୟ ବିନା ହେବ।  ଏହା ସହ  ଗତ ୧୦ ବର୍ଷରେ ରାଜ୍ୟରେ ପରିବର୍ତ୍ତନ ଆସିଛି ଏବଂ ଦାରା 370 ହଟିବା ପରେ ଏଠାରେ ବହୁ ବିକାଶ ହୋଇଛି।

କ୍ଷମତା ପାଇଁ 370କୁ ଢାଲ କରି କଂଗ୍ରେସ, ନ୍ୟାସନାଲ କନଫରେନ୍ସ ଏବଂ ପିଡିପି ଜମ୍ମୁ ଓ କାଶ୍ମୀରରେ ପରିବାରବାଦ୍ ରାଜନୀତି ଓ ଚଲାଇଥିଲେ। ଏବେ ସେମାନଙ୍କ ଦୋକାନ ବନ୍ଦ ହୋଇଯାଇଛି। ଜମ୍ମୁ ଓ କାଶ୍ମୀରର ଲୋକମାନେ ଏହାକୁ ଠିକ ଭାବେ ବୁଛିଛନ୍ତି ବୋଲି କହିଛନ୍ତି ମୋଦି। ଠିକ ଏହି କଥା ଲଦାଖର ସାଂସଦ ଜାମାୟାଙ୍ଗ ସେରିଙ୍ଗ ନାମଗ୍ୟାଲ ଧାରା 370 ହଟିବା ପରେ ଲୋକସଭାରେ କହିଥିଲେ।

ଏହି ଅବସରରେ ସେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କଥା କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, କଂଗ୍ରେସ ଓ ବିରୋଧୀଙ୍କୁ ମୁଁ ଚ୍ୟାଲେଞ୍ଜ ଦେଉଛି ଯେ ସେମାନେ ପୁଣି ଥରେ ଜମ୍ମୁ ଓ କଶ୍ମୀରରେ ଧାରା ୩୭୦ ଲାଗୁ କରି ଦେଖାନ୍ତୁ। ଉଧମପୁର ଲୋକସଭା ଆସନ ପାଇଁ ଏପ୍ରିଲ ୧୯ ତାରିଖରେ ଭୋଟ୍ ଗ୍ରହଣ ହେବ। ଏହା ସହିତ ପ୍ରଧାନମନ୍ତ୍ରୀ ଏଥର ଲୋକସଭା ନିର୍ବାଚନ ପାଇଁ ଉଧମପୁର ଓ ଜମ୍ମୁରୁ ଯଥାକ୍ରମେ ପ୍ରାର୍ଥୀ ହୋଇଥିବା ଦଳୀୟ ନେତା ଜିତେନ୍ଦ୍ର ସିଂହ ଏବଂ ଯୁଗଳ କିଶୋର ଶର୍ମାଙ୍କୁ ବିଜୟୀ କରାଇବା ପାଇଁ ସଭାରେ ଉପସ୍ଥିତ ଲୋକଙ୍କୁ ଅନୁରୋଧ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର: 

Sponsored
୩୭୦ ପୁଣି ଲାଗୁ କରିବାକୁ କଂଗ୍ରେସକୁ ମୋଦିଙ୍କ ଚ୍ୟାଲେଞ୍ଜ | Argus News