Videos
|
National

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିଶୋଧ ଶତ୍ରୁଙ୍କ କଳ୍ପନା ବାହାରେ ଥିଲା: ବିଜେପି ସାଂସଦ ସମ୍ମିତ ପାତ୍ର

Rashmita Mishra
Browse all articles by Rashmita Mishra
·1 year ago·2 min read
ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିଶୋଧ ଶତ୍ରୁଙ୍କ କଳ୍ପନା ବାହାରେ ଥିଲା: ବିଜେପି ସାଂସଦ ସମ୍ମିତ ପାତ୍ର

ପ୍ରଧାନମନ୍ତ୍ରୀଙ୍କ ପ୍ରତିଶୋଧ, ଶତ୍ରୁର କଳ୍ପନା ବାହାରେ ଥିଲା, ଏହା ହେଉଛି ନୂଆ ଭାରତ’, ଅପରେସନ ସିନ୍ଦୂର ନେଇ କିଛି ଏପରି କହିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର । ପାକିସ୍ତାନ ବିରୋଧରେ ସଶସ୍ତ୍ର ବାହିନୀଙ୍କ ଯୋଜନାକୁ ପ୍ରଶଂସା କରିବା ସହିତ ପାକିସ୍ତାନକୁ କଡା ଭାଷାରେ ସମାଲୋଚନା ବି କରିଛନ୍ତି ।

ଆଜି ନୂଆଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତି ଦେଇଥିଲେ, ଆଉ ପ୍ରତିଶୋଧ ଶତ୍ରୁର କଳ୍ପନା ବାହାରେ ହେଲା ।ଅତୀତରେ ସର୍ଜିକାଲ୍ ଷ୍ଟ୍ରାଇକ୍ ସତ୍ତ୍ୱେ, ପାକିସ୍ତାନ କେବେ ବି ଭାବିନଥିବ ଭାରତ ଏପରି ଆକ୍ରମଣ କରିବ । ୨୬ ଜଣଙ୍କ ମୃତ୍ୟୁର ବଦଲା ନେବୁ ବୋଲି କହିଥିଲୁ, ପ୍ରତିଶୋଧରେ ଶତ୍ରୁ ଦେଶକୁ ମାଟିରେ ମିଶାଇବୁ, ଘରେ ପଶିକି ମାରିବୁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଆଉ ବାସ୍ତବରେ ଆମେ ଘରେ ପଶିକି ମାରିଲୁ ବୋଲି କହିଛନ୍ତି ସମ୍ବିତ୍ ।

ଏଥିସହିତ ସେ ଏହାବି କହିଛନ୍ତି, ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ଏବଂ ପରେ ଅପରେସନ ସିନ୍ଦୂର ଆରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ଆହୁରି ମଧ୍ୟ କହିଛନ୍ତି, ଏହା ଏକ ଅସାଧାରଣ ସଫଳତା। ପାକିସ୍ତାନ ଭିତରେ ଗଭୀର ଆକ୍ରମଣ କରିବା ଏବଂ ସେମାନଙ୍କର ଆତଙ୍କୀ ଶିବିରଗୁଡ଼ିକୁ ନଷ୍ଟ କରିବା । ଏହା ହେଉଛି ନୂଆ ଭାରତ । ଆମେ ସେମାନଙ୍କ ବାରିଆଡ ପଶି ଆକ୍ରମଣ କଲୁ । ଏହା ପ୍ରଥମ ଥର ଯେ କୌଣସି ଦେଶ ଏକ ପରମାଣୁ ଅସ୍ତ୍ରଶସ୍ତ୍ର ରାଷ୍ଟ୍ର ଭିତରେ ଗଭୀର ଆକ୍ରମଣ କରିଛି ।

ସେ ଆହୁରି ମଧ୍ୟ କହିଛନ୍ତି, ଯେ ପାକିସ୍ତାନର ପ୍ରାୟ ୯୦ ପ୍ରତିଶତ ଜଳ ଯୋଗାଣ ସିନ୍ଧୁ ନଦୀର ଜଳ ଉପରେ ନିର୍ଭର କରେ ଏବଂ ସେମାନଙ୍କର ପ୍ରାୟ ୮୦ ପ୍ରତିଶତ କୃଷି ଜଳ ଏହା ଉପରେ ନିର୍ଭର କରେ । ଯଦି ଏହି ପାଣି ବନ୍ଦ କରାଯାଏ, ତେବେ ପାକିସ୍ତାନର ଜିଡିପି ଏକ ଚତୁର୍ଥାଂଶ ହ୍ରାସ ପାଇବ। ଯଦି ପାକିସ୍ତାନକୁ ଏହି ପାଣିରୁ ବଞ୍ଚିତ କରାଯାଏ, ତେବେ ସେମାନଙ୍କର ଅବସ୍ଥା ଆହୁରି ଖରାପ ହେବ ଏବଂ ସେମାନଙ୍କର କୃଷି କ୍ଷତିଗ୍ରସ୍ତ ହେବ ବୋଲି ସେ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
pm-modis-revenge-was-beyond-enemys-imagination-bjp-mp-sambit-patra | Argus News