Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତ ସ୍ଥଗିତ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତ ସ୍ଥଗିତ

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତ ସ୍ଥଗିତ । ନରୱେ, କ୍ରୋଏସିଆ ଏବଂ ନେଦରଲ୍ୟାଣ୍ଡ ଗସ୍ତ ସ୍ଥଗିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଆତଙ୍କବାଦୀ ବିରୋଧୀ କାର୍ଯ୍ୟାନୁଷ୍ଠାନ ଅପରେସନ ସିନ୍ଦୁର ପରେ ୩ ଦେଶ ଗସ୍ତ ବାତିଲ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ୟୁରୋପୀୟ ଦେଶ ଗସ୍ତ ସମୟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବୈଠକ ସହ ତିନି ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ରହିଥିଲା । ଆସନ୍ତା ମେ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ଗସ୍ତ କାର୍ଯ୍ୟକ୍ରମ ଥିଲା ।ପିଓକେ ସହ ପାକିସ୍ତାନରେ ୯ଟି ଆତଙ୍କବାଦୀ ଶିବିର ଉପରେ ମିଶାଇଲ ଆଟାକ କରି ଭାରତ ପହଲଗାମ ହାମଲାର ପ୍ରତିଶୋଧ ନେଇଛି । ଏପ୍ରିଲ ୨୨ରେ ଭାରତର ୨୫ନାରୀଙ୍କ ମଥାରୁ ସିନ୍ଦୁର ଲିଭାଇଥିଲେ ଆତଙ୍କବାଦୀ । ସେଥିପାଇଁ ଆକ୍ରମଣକୁ ଅପରେସନ ସିନ୍ଦୂର ନାମ ଦିଆଯାଇଛି।


ପହଲଗାମ ଆତଙ୍କୀ ଆକ୍ରମଣ ପରେ ଯେଉଁ ଅପେକ୍ଷା ଥିଲା ତାହାର ଅନ୍ତ ଘଟିଛି। ଭାରତୀୟ ସେନାର ଆକ୍ରମଣରେ ଘାଇଲା ହୋଇଛି ଆତଙ୍କୀସ୍ତାନ। ମିଳିଛି କଡ଼ା ଜବାବ। ସାରା ଦେଶରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ। ସାଧାରଣ ଲୋକେ ରାସ୍ତାକୁ ଆସି ହିନ୍ଦୁସ୍ତାନ ଜିନ୍ଦାବାଦ, ଭାରତ ମାତା କି ଜୟ ସ୍ଲୋଗାନ ଦେଇଛନ୍ତି। ସେନାର ପରାକ୍ରମ ଓ ସହାସକୁ ନେଇ ଭାରତୀୟ ଉତ୍ସାହିତ। ଆକ୍ରମଣ ପରେ ପାକିସ୍ତାନୀ ନାଗରିକ ଭୟଭୀତ । ବିଭିନ୍ନ ସ୍ଥାନରେ ଲୋକେ ବାଣ ପୁଟାଇ ଉତ୍ସବ ମନାଉଛନ୍ତି। ପରସ୍ପରକୁ ମିଠା ଖୁଆଇବା ସହିତ ବାଜା ବଜାଇ ପ୍ରତିଶୋଧର ମଜାକୁ ଦ୍ବିଗୁଣିତ କରିଛନ୍ତି। ଆତଙ୍କୀଙ୍କ ମନୋବଳ ହ୍ରାସ କରିବା ସହ ସେନାର ପରାକ୍ରମକୁ ସାବାସୀ ଦେଉଥିବା ମନେ ହେଉଛି।

ମଙ୍ଗଳବାର ରାତିରେ ହିଁ ଭାରତୀୟ ସେନା କଲା ଅପରେସନ ସିନ୍ଦୂର, କାରଣ 22 ଏପ୍ରିଲ ମଙ୍ଗଳବାରରେ ହିଁ ପହଲଗାମରେ ଖୋଜି ଖୋଜି ହିନ୍ଦୁ ମହିଳାଙ୍କ ମଥାରୁ ସିନ୍ଦୂର ଲିଭାଇଥିଲେ ପିଶାଚ ଆତଙ୍କବାଦୀ। ଭାରତୀୟ ସେନାର ଅପରେସନକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । କହିଛନ୍ତି ଭାରତୀୟ ଶୌର୍ଯ୍ୟ ଓ ପରାକ୍ରମର ପରିଚୟ ଦେଇଛି । ଆମେ ସେମାନଙ୍କୁ ମାରିଛୁ ଯେଉଁମାନେ ଆମ ନିରୀହ ଲୋକଙ୍କୁ ମାରିଥିଲେ।ବୁଧବାର ସକାଳୁ ସକାଳୁ ସାରା ବିଶ୍ବ ସାମ୍ନାରେ ହୋଇସାରିଥିଲା ପାକିସ୍ତାନର ମିଛର ପର୍ଦ୍ଦାଫାସ୍। ଖୋଜି ଖୋଜି ଆତଙ୍କବାଦୀଙ୍କ ଠିକଣାକୁ ଟାର୍ଗେଟ୍ କରିଥିଲା ଭାରତୀୟ ସେନା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pm-modis-three-nation-visit-to-europe-called-off | Argus News