ପିଏମ ମୋଦିଙ୍କ ନେଟଓ୍ୱର୍ଥ: ନା ଅଛି ଘର, ନା ଅଛି କାର...

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ତୃତୀୟ ଥର ଲୋକସଭା ନିର୍ବାଚନ ପାଇଁ ବାରାଣସୀରୁ ନାମାଙ୍କନ ଭରିଛନ୍ତି। ଏଥିସହିତ ନିର୍ବାଚନ ଆୟୋାଗ ସାମ୍ନାରେ ମୋଦି ନିଜ ସମ୍ପତ୍ତିର ଘୋଷଣା କରିଛନ୍ତି। ପିଏମ ମୋଦିଙ୍କ ଦ୍ୱାରା ନିର୍ବାଚନ ଆୟୋଗ ନିକଟରେ ଦାଖିଲ ହୋଇଥିବା ଆଫିଡେଭିଟ୍ ଅନୁଯାୟୀ ମୋଦିଙ୍କ ନେଟଓ୍ୱର୍ଥ ୩,୦୨.୦୬,୮୮୯ ଟଙ୍କା ।
ଦୁଇ କୋଟି ଟଙ୍କାରୁ ଅଧିକ ବ୍ୟାଙ୍କ ଡିପୋଜିଟ୍
ନିର୍ବାଚନ ଆୟୋଗକୁ ଦେଇଥିବା ଆଫିଡେଭିଟ୍ ର ସୂଚନା ଦେଇ ମୋଦି କହିଥିଲେ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ତାଙ୍କ ପାଖରେ ୫୨,୯୨୦ ଟଙ୍କା କ୍ୟାସ ଥିଲା। ଏଥିରୁ ୨୮,୦୦୦ ଟଙ୍କା ନିର୍ବାଚନ ଖର୍ଚ୍ଚ ପାଇଁ ବ୍ୟବହାର କରାଯାଇଥିଲା। ସେଭିଙ୍ଗ ଆଉଣ୍ଟ, ଏଫଡି ସମେତ ସମସ୍ତ ଡିପୋଜିଟ୍ ୨.୮୫ କୋଟି ଟଙ୍କା। ଏଥିରେ ଏସବିଆଇର ଗାନ୍ଧିନଗର ବ୍ରାଞ୍ଚ ରେ ଖୋଲା ହୋଇଥିବା ଆକାଉଣ୍ଟରେ ୭୩,୩୦୪ ଟଙ୍କା ଏବଂ ନିର୍ବାଚନୀ କ୍ଷେତ୍ର ବାରଣାସୀ ସ୍ଥିତ ଏସବିଆଇ ଆକାଉଣ୍ଟରେ ୭୦୦୦ ଟଙ୍କା ଜମା କରାଯଇଛି। ପିଏମ ମୋଦି ନ୍ୟାସନାଲ ସେଭିଙ୍ଗ ସାର୍ଟିଫିକେଟ ୯,୧୨,୦୦୦ ଟଙ୍କା ଅଛି। ଏହା ବ୍ୟତିତ ତାଙ୍କର ଅନ୍ୟ ସମ୍ପତ୍ତିମାନଙ୍କ ମଧ୍ୟରେ ସୁନାର ୪ଟି ମୁଦି ସାମିଲ ଅଛି। ଯାହାର ମୂଲ୍ୟ ୨,୬୭,୭୫୦ ଟଙ୍କା ଦର୍ଶାଯାଇଛି। ପିଏମ ମୋଦିଙ୍କ ପାଖରେ କୌଣସି ଅସ୍ଥାବର ସମ୍ପତ୍ତି ନାହିଁ। ପିଏମ ମୋଦିଙ୍କ ପାଖରେ କୌଣସି ଘର ନାହିଁ କି ଯାଗା ନାହିଁ। ଏହା ବ୍ୟତିତ ମୋଦିଙ୍କ ନାମରେ କୌଣସି କାର ମଧ୍ୟ ନାହିଁ।
ପ୍ରଧାନମନ୍ତ୍ରୀଙ୍କ ମିଳୁଛି ଏତିକି ଦରମା
📱 Get Argus News App
✨ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ରୁ ଲଗାତାର ଦେଶର ଦାୟିତ୍ୱ ସମ୍ଭାଳି ଆସୁଛନ୍ତି। ପିଏମ ମୋଦିଙ୍କୁ ମିଳୁଥିବା ଦରମା କଥା ଯଦି କହିବା ତେବେ ତାହା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା ବର୍ଷକୁ ପାଖାପାଖି ୨୦ ଲକ୍ଷ ଟଙ୍କା । ଯଦି ଏହି ହିସାବରେ ଦେଖିବା ତେବେ ମୋଦିଙ୍କ ମାସକୁ ଦରମା ପାଖାପାଖି ୨ ଲକ୍ଷ ହେବ। ।
ଅଧିକ ପଢନ୍ତୁ ଭାରତ ଖବର