Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୭୯ତମ ସ୍ବାଧୀନତା ଦିବସର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Rashmita Mishra
Browse all articles by Rashmita Mishra
·11 months ago·2 min read
୭୯ତମ ସ୍ବାଧୀନତା ଦିବସର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Key Points

ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ସେ ଏକ୍ସରେ ଲେଖିଛନ୍ତି, ଆପଣମାନଙ୍କୁ ସମସ୍ତଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା

ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ସ୍ୱତନ୍ତ୍ରତାର ଦିନକୁ ନେଇ ଉତ୍ସାହର ମାହୋଲ । ପିଲାଠୁ ବୁଢା ସଭିଏଁ ଦେଶପ୍ରେମରେ ମସଗୁଲ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଏକ୍ସରେ ଲେଖିଛନ୍ତି, ଆପଣମାନଙ୍କୁ ସମସ୍ତଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା। ମୁଁ କାମନା କରୁଛି ଯେ ଏହି ପବିତ୍ର ଅବସର ସମସ୍ତ ଦେଶବାସୀଙ୍କ ଜୀବନରେ ନୂତନ ଉତ୍ସାହ ଏବଂ ନୂତନ ଶକ୍ତି ଆଣିବ, ଯାହା ଦ୍ୱାରା ଏକ ବିକଶିତ ଭାରତର ନିର୍ମାଣକୁ ଏକ ନୂତନ ପ୍ରେରଣା ମିଳିବ। ଜୟ ହିନ୍ଦ! କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛି ଦିଲ୍ଲୀର ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତାକା ଉତ୍ତୋଳନ ଏବଂ ଦେଶବାସୀଙ୍କୁ ସମ୍ବୋଧନ।

୭୯ତମ ସ୍ବାଧୀନତା ଦିବସରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଏକ୍ସରେ ପୋଷ୍ଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ସମସ୍ତ ଦେଶବାସୀଙ୍କୁ୍‌ ସ୍ବାଧୀନତା ଦିବସର ଶୁଭେଚ୍ଛା। ସ୍ବାଧୀନତା ଆନ୍ଦୋଳନରେ ନିଜର ସର୍ବସ୍ବ ଦେଇଥିବା ସ୍ବାଧୀନତା ସଂଗ୍ରାମୀଙ୍କୁ ମୁଁ ସଲାମ କରୁଛି। ଏହା ସହିତ, ଦେଶର ଏକତା, ଅଖଣ୍ଡତା ଏବଂ ସ୍ବାଭିମାନ ପାଇଁ ଦିନରାତି ପରିଶ୍ରମ କରୁଥିବା ସାହସୀ ସୈନିକମାନଙ୍କୁ ସଲାମ କରୁଛି। ଆସନ୍ତୁ, ଆମେ ସମସ୍ତେ ମିଶି ସ୍ବାଧୀନତା ସଂଗ୍ରାମର ଅମର ସହିଦମାନଙ୍କ ସ୍ବପ୍ନକୁ ପୂରଣ କରିବା ଏବଂ ପ୍ରତ୍ୟେକ କ୍ଷେତ୍ରରେ ଏକ ବିକଶିତ, ସ୍ବାବଲମ୍ବୀ ଏବଂ ଶ୍ରେଷ୍ଠ ଭାରତ ଗଠନରେ ଆମର ସର୍ବୋତ୍ତମ ଯୋଗଦାନ ଦେବାକୁ ପ୍ରତିଜ୍ଞା ନେବା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Narendra Modi Extends Greetings on 79th Independence Day | Argus News