PM Narendra Modi: ମୋଦିଙ୍କ ୨ ଦିନିଆ ଗୁଜରାଟ ଗସ୍ତ

Key Points
ଆଜିଠୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୨ ଦିନିଆ ଗୁଜରାଟ ଗସ୍ତ ।
ଅହମ୍ମଦାବାଦରେ ୫ ହଜାର ୪ ଶହ କୋଟି ମୂଲ୍ୟର ପ୍ରକଳ୍ପର ହେବ ଶିଳାନ୍ୟାସ
ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ଆଜିଠୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୨ ଦିନିଆ ଗୁଜରାଟ ଗସ୍ତ । ଅହମ୍ମଦାବାଦରେ ୫ ହଜାର ୪ ଶହ କୋଟି ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ବୀରମଗାମ-ଖୁଦାଦ-ରାମପୁରା ସଡ଼କପଥ, ଅହମ୍ମଦାବାଦ-ମେହସାଣା-ପାଲନପୁର ୬ ଲେନ ଯୁକ୍ତ ଇଣ୍ଡମରପାସ୍ ର ଉଦଘାଟନ ସହ ଅହମ୍ମଦାବାଦ-ବୀରମଗାମ ରେଲୱେ ଓଭରବ୍ରିଜର ଶିଳାନ୍ୟାସ କରିବେ ପିଏମ । ଆଜି ସଂଧ୍ୟାରେ ଅହମ୍ମଦାବାଦରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବେ ମୋଦି ।
ଆସନ୍ତାକାଲି ସକାଳ ସାଢ଼େ ୧୦ଟାରେ ହସଲପୁରରେ ହାଇବ୍ରିଡ ବ୍ୟାଟେରୀ ଇଲେକଟ୍ରୋଡ ପ୍ରଡକସନ ୟୁନିଟର ଉଦଘାଟନ ସହ ୧୦୦ରୁ ଅଧିକ ଦେଶକୁ ବ୍ୟାଟେରୀ ଇଲେକ୍ଟ୍ରିକ ଯାନ ରପ୍ତାନୀର ଶୁଭାରମ୍ଭ କରିବେ ପିଏମ । ଏହାସହ ୧ ହଜାର ୪ ଶହ କୋଟିରୁ ଅଧିକ ମୂଲ୍ୟର ଏକାଧିକ ରେଳ ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଲୋକ ସମାଗମ ହେବେ। ଯାହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଦେଶ ଖବର: