Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଶ୍ରୀଲଙ୍କାରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ- 'ଏହା ୧୪୦ କୋଟି ଭାରତୀୟଙ୍କ ସମ୍ମାନ'

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଶ୍ରୀଲଙ୍କାରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ- 'ଏହା ୧୪୦ କୋଟି ଭାରତୀୟଙ୍କ ସମ୍ମାନ'

ଶ୍ରୀଲଙ୍କା ଗସ୍ତରେ ଯାଇ ଶୁକ୍ରବାର କଲୋମ୍ବୋରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସେଠାରେ ଶ୍ରୀଲଙ୍କାର ବିଦେଶ ମନ୍ତ୍ରୀ ବିଜିତା ହେରାଥ, ସ୍ଵାସ୍ଥ୍ୟ ମନ୍ତ୍ରୀ ନଳିନ୍ଦା ଜୟତିସ୍ସା ଓ ମତ୍ସ୍ୟ ପାଳନ ମନ୍ତ୍ରୀ ରାମଲିଙ୍ଗମ ଚନ୍ଦ୍ରଶେଖର ସମେତ ୫ ବରିଷ୍ଠ ମନ୍ତ୍ରୀ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ସ୍ଵାଗତ କରିଥିଲେ ।


ଏହା ପରେ ମୋଦିଙ୍କୁ ସ୍ଵତନ୍ତ୍ରତା ଛକରେ ଗାର୍ଡ ଅଫ୍ ଅନର ସହ ୨୧ ତୋପ ସଲାମୀ ଦିଆ ଯାଇଥିଲା । ଚତୁର୍ଥଥର ପାଇଁ ଶ୍ରୀଲଙ୍କା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେଠାରେ ଶ୍ରୀଲଙ୍କା ମିତ୍ର ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ଏହା ଶ୍ରୀଲଙ୍କା ସରକାରଙ୍କ ସର୍ବୋଚ୍ଚ ନାଗରିକ ସମ୍ମାନ ଅଟେ । ଯାହାକି ବିଦେଶର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଶ୍ରୀଲଙ୍କା ସହ ବିଶେଷ ବନ୍ଧୁତା ପାଇଁ ଦିଆଯାଇଥାଏ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶ୍ରୀଲଙ୍କା ସରକାରଙ୍କ ସର୍ବୋଚ୍ଚ ନାଗରିକ ସମ୍ମାନ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମାନକୁ ୧୪୦ କୋଟି ଭାରତୀୟଙ୍କ ସମ୍ମାନ କହିଛନ୍ତି । ଏହା ଶ୍ରୀଲଙ୍କ ଓ ଭାରତ ମଧ୍ୟରେ ଦୃଢ଼ ବନ୍ଧୁତା ଓ ପ୍ରତିବଦ୍ଧତାର ମୂଲ୍ୟ ପ୍ରତିଫଳିତ କରୁଛି । ଏହି ସମ୍ମାନ ସୂଚାଉଛି ଭାରତ କେବଳ ଏକ ପଡ଼ୋଶୀ ଦେଶ ନୁହେଁ, ବରଂ ଜଣେ ପ୍ରକୃତ ବନ୍ଧୁ ଅଟେ ।


ଭାରତ ଓ ଶ୍ରୀଲଙ୍କ ମଧ୍ୟରେ କେବଳ କୂଟନୀତିକ ସମ୍ବନ୍ଧ ନାହିଁ । ସେଠାରେ ଭିତ୍ତିଭୂମି ବିକାଶରେ ଭାରତ କାମ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଭାଷଣରେ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ ବାବଦରେ କହିଛନ୍ଚି । ସେ କହିଛନ୍ତି, ଶ୍ରୀଲଙ୍କାର କୃଷକଙ୍କୁ ସହଯୋଗ କରିବ ଭାରତ । ଭାରତୀୟ ତାମିଲ୍ ବଂଶୋଦ୍ଭବଙ୍କ ପାଇଁ ୧୦ ହଜାର କୋଟିର ଆବାସ ଓ ସାମାଜିକ ଯୋଜନା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିପାଇଁ ଶ୍ରୀଲଙ୍କ ସରକାରଙ୍କ ସହ ଭାରତ ଚୁକ୍ତି କରିଛି । ଏହି ଚୁକ୍ତି ଭିତ୍ତିଭୂମି, ଡିଜିଟାଲ କନେକ୍ଟିଭିଟି ଆଦି କ୍ଷେତ୍ରରେ କରାଯାଇଛି ।


ଶନିବାର ରକ୍ଷା ସହଯୋଗ ଚୁକ୍ତିରେ ସ୍ଵାକ୍ଷର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ । ତ୍ରିଙ୍କୋମାଲିକୁ ଶକ୍ତି କ୍ଷେତ୍ର ଭାବେ ବିକଶିତ କରିବାକୁ ଦୁଇ ପକ୍ଷ ରାଜିନାମା ସ୍ଵାକ୍ଷର କରିଛନ୍ତି । ଆର୍ଥିକ ସଂକଟରୁ ମୁକୁଳିବା ପାଇଁ ଶ୍ରୀଲଙ୍କା ଚେଷ୍ଟା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ଏହି ଦ୍ଵୀପ ଦେଶକୁ ବଳ ଦେଇଛି ।

Sponsored
PM Narendra Modi receives Mithra Vibhushana award from Sri Lanka | Argus News