Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Narendra Modi / ୨୦୦୧ରୁ ୨୦୨୫.. ଲଗାତାର ଶାସନ ଗାଦିରେ ! ପୁରୁଣା ଫଟୋ ସେୟାର କଲେ

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
୨୦୦୧ରୁ ୨୦୨୫.. ଲଗାତାର ଶାସନ ଗାଦିରେ ! ପୁରୁଣା ଫଟୋ ସେୟାର କଲେ

Key Points

ରାଷ୍ଟ୍ରସେବାରେ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷ ।
ଦେଶବାସୀଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ।
କହିଲେ, ଦେଶର ସେବା କରିବା ସର୍ବଶ୍ରେଷ୍ଠ ସମ୍ମାନ ।

୨୦୦୧ରୁ ୨୦୨୫ । ରାଷ୍ଟ୍ରସେବାରେ ନରେନ୍ଦ୍ର ମୋଦିଙ୍କ ୨୫ବର୍ଷ । ଦେଶବାସୀଙ୍କୁ କୃତଜ୍ଞତା ଜଣାଇ ପିଏମ କହିଛନ୍ତି ଦେଶର ସେବା କରିବା ହେଉଛି ସର୍ବଶ୍ରେଷ୍ଠ ସମ୍ମାନ । ବିକଶିତ ଭାରତର ସ୍ୱପ୍ନ ପୂରଣ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ । ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ପୁରୁଣା ଫଟୋ ସହିତ, ପ୍ରଧାନମନ୍ତ୍ରୀ ଭାବେ ରାଷ୍ଟ୍ରପତି ଭବନରେ ଶପଥ ନେବାର ଏକ ଫଟୋ ବି ସେୟାର କରିଛନ୍ତି ମୋଦି।

୨୦୦୧ ଅକ୍ଟୋବର ୭ରୁ ୨୦୨୫ ଅକ୍ଟୋବର ୭। ୧୩ ବର୍ଷ ଗୁଜରାଟର ମୁଖ୍ୟମନ୍ତ୍ରୀ। ୧୧ ବର୍ଷ ଭାରତର ପ୍ରଧାନମନ୍ତ୍ରୀ। ରାଜ୍ୟ ଓ ଦେଶର ଶାସନ ମୁଖ୍ୟ ଭାବେ ୨୫ ତମ ବର୍ଷରେ ପଦାର୍ପଣ କରିଛନ୍ତି ନରେନ୍ଦ୍ର ମୋଦି। ଏହି ଅବସରରେ ଏକ୍ସରେ ଫଟୋ ପୋଷ୍ଟ କରି ଖୁସି ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ।

ସୋସିଆଲ୍ ମିଡିଆରେ ଫଟୋ ପୋଷ୍ଟ କରି PM ଲେଖିଛନ୍ତି, '୨୦୦୧ ମସିହାର ଏହି ଦିନରେ, ପ୍ରଥମ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲି । ଦେଶବାସୀଙ୍କ ନିରନ୍ତର ଆଶୀର୍ବାଦ ପାଇ ମୁଁ ଶାସନର ମୁଖ୍ୟ ଭାବରେ ୨୫ତମ ବର୍ଷରେ ପ୍ରବେଶ କରୁଛି । ଭାରତର ଜନସାଧାରଣଙ୍କ ପ୍ରତି କୃତଜ୍ଞତା। ଏହି ବର୍ଷ ମାନଙ୍କରେ ଲୋକଙ୍କ ଜୀବନକୁ ଉନ୍ନତ କରିବା ଓ ଏହି ମହାନ ରାଷ୍ଟ୍ରର ପ୍ରଗତିରେ ଯୋଗଦାନ ଦେବା ପାଇଁ ମୋର ନିରନ୍ତର ପ୍ରୟାସ ଜାରି ରହିଛି।'

ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ପୁରୁଣା ଫଟୋ ସହିତ, ପ୍ରଧାନମନ୍ତ୍ରୀ ଭାବେ ରାଷ୍ଟ୍ରପତି ଭବନରେ ଶପଥ ନେବାର ଏକ ଫଟୋ ବି ସେୟାର କରିଛନ୍ତି ମୋଦି।

ମୋଦିଙ୍କ ପ୍ରଧାନମନ୍ତ୍ରିତ୍ବର ୧୧ ବର୍ଷ ଭିତରେ ଭାରତରେ ଆସିଛି ଅନେକ ପରିବର୍ତ୍ତନ । ସଶକ୍ତ ହୋଇଛନ୍ତି ନାରୀ ଶକ୍ତି, ଯୁବ ଶକ୍ତି ଓ ଅନ୍ନଦାତା । ୨୫ କୋଟିରୁ ଅଧିକ ଭାରତୀୟ ଦାରିଦ୍ର୍ୟର କଷାଘାତରୁ ମୁକ୍ତି ପାଇଛନ୍ତି । ବିଶ୍ବର ହାତଗଣତି ସମୃଦ୍ଧ ରାଷ୍ଟ୍ର ଭିତରେ ଭାରତକୁ ଗଣାଯାଉଛି । ଲୋକଙ୍କୁ ଉନ୍ନତ ମାନର ଚିକିତ୍ସା ସୁବିଧା ପାଇଁ ବିଶ୍ବର ସର୍ବ ବୃହତ୍ ସାମାଜିକ ସୁରକ୍ଷା ଯୋଜନା କରାଯାଇଛି । ସବୁକ୍ଷେତ୍ରରେ ଆତ୍ମନିର୍ଭର ଭାରତ ଓ ମେକ୍ ଇନ୍ ଇଣ୍ଡିଆ ପାଇଁ ନିଆଯାଉଛି ପଦକ୍ଷେପ। ସ୍ବଦେଶୀ ସାମଗ୍ରୀ ବ୍ୟବହାର କରିବା ପାଇଁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି, ସାରା ବିଶ୍ବରେ ଭାରତର ଗୌରବ ବଢ଼ିଛି । ଡିଜିଟାଲ ଇଣ୍ଡିଆ, ୪ କୋଟି ଲୋକଙ୍କୁ ପକ୍କା ଘର ଓ ଭାରତ ଏବେ ଚତୁର୍ଥରୁ ତୃତୀୟ ବୃହତ୍ ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଛି।

ମୋଦିଙ୍କ ଫୋକସରେ ଦେଶର ମହିଳା, ଗରିବ, କୃଷକ, ଯୁବକ । PMଙ୍କ ମିଶନ, ୨୦୪୭ ସୁଦ୍ଧା ବିକଶିତ ଭାରତ। ପୂର୍ବୋଦୟର ବିକାଶକୁ ଗୁରୁତ୍ବ ଦେବା ସହ ଓଡ଼ିଶାର ଉନ୍ନତି ଉପରେ ସ୍ବତନ୍ତ୍ର ଧ୍ୟାନ ଦେଉଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ଓଡ଼ିଶାରେ ବିଜେପି ସରକାର ଗଠନ ହେବାର ମାତ୍ର ୧୬ ମାସ ଭିତରେ ୭ ଥର ଆସି ସାରିଲେଣି ମୋଦି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Narendra Modi | PM Narendra Modi shares his thoughts as he completes 25 years as head of government | Argus News