Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - `ମନ କି ବାତ'ରେ ମାତୃଶକ୍ତି ବନ୍ଦନ

National

`ମନ କି ବାତ'ରେ ମାତୃଶକ୍ତି ବନ୍ଦନ

Banajyotshna Ray
Browse all articles by Banajyotshna Ray
·2 years ago·2 min read
`ମନ କି ବାତ'ରେ ମାତୃଶକ୍ତି ବନ୍ଦନ

ଅର୍ଗସ ବ୍ୟୁରୋ:  ବର୍ଷର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ମାତୃଶକ୍ତି ବନ୍ଦନ । କାର୍ଯ୍ୟକ୍ରମର 109 ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 75 ତମ ସାଧାରଣତନ୍ତ୍ର ଦିବସ ପରେଡରେ ନାରୀଶକ୍ତିର ପ୍ରତିଫଳନ ଦେଖିବାକୁ ମିଳିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ବେଟି ବଚାଓ-ବେଟି ବଢାଅ ଅଭିଯାନ, ସୁକନ୍ୟା ସମୃଦ୍ଧି ଯୋଜନା ସହ ନାରୀଶକ୍ତିର ବିକାଶ ପାଇଁ ଉଜ୍ଜଳା ଯୋଜନାରେ ଗ୍ୟାସ ସଂଯୋଗ, ବିଜୁଳି ଯୋଗାଣ, ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ, ଶୌଚାଳୟ ମିଶନରେ ମହିଳାଙ୍କୁ ଅଗ୍ରାଧିକାର ଦେଇଛନ୍ତି କେନ୍ଦ୍ର ସରକାର ।  ଦେଶ ବିକାଶରେ ନାରୀଶକ୍ତିର ଭୂମିକାକୁ ଉଚ୍ଚ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା, ପଦ୍ମ ପୁରସ୍କାର ଏବଂ ଗଣତନ୍ତ୍ର ସମ୍ପର୍କରେ ଦେଶବାସୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଯୋଧ୍ୟାର ପବିତ୍ର ମାଟିଉପରେ ଏବେ ବିଶ୍ବ ପୁଣିଥରେ ଆସ୍ଥା ପ୍ରକଟ କରିଛି ।

ରାମଲାଲା ଦେଶର କୋଟିକୋଟି ଭାରତୀୟଙ୍କୁ ଏକାଠି କରିପାରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।  ଭାରତୀୟ ଗଣତନ୍ତ୍ର ଦିନକୁଦିନ ଆହୁରି ମଜଭୂତ ହେଉଛି ବୋଲି କହିବା ସହ ପଦ୍ମ ପୁରସ୍କାରର ସ୍ୱରୂପ ବଦଳିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପଦ୍ମ ପୁରସ୍କାର ଏବେ ଲୋକଙ୍କ ପଦ୍ମ ହୋଇପାରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।ଦେଶର ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କି ବାତ ଶୁଣିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଭୁବନେଶ୍ବର ଗସ୍ତରେ ଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ `ମନ କି ବାତ' ଶୁଣିଛନ୍ତି । ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀର ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ ସେଣ୍ଟର, ବୁଥ ନମ୍ବର 59ରେ କର୍ମକର୍ତ୍ତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ' ଶୁଣିଥିଲେ କେନ୍ଦ୍ରମନ୍ତ୍ରୀ ।

ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ, ଦିଲ୍ଲୀପ ମହାନ୍ତି ଏବଂ ସମ୍ପାଦକ ସାରଦା ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ମନ କି ବାତ କାର୍ଯ୍ୟକ୍ରମ ପୂର୍ବରୁ କେନ୍ଦ୍ରମନ୍ତ୍ରୀ 59 ନମ୍ବର ବୁଥ କମିଟି ବୈଠକରେ ଯୋଗ ଦେଇଥିଲେ । ସେହିପରି କଟକ ଗସ୍ତରେ ଆସିଥିବା ରେଳମନ୍ତ୍ରୀ ଲୋକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଶୁଣିଛନ୍ତି । କଟକ ସଦର ପରମହଂସରେ ମନ କି ବାତ ଶୁଣିବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ପୁଣିଥରେ ଦେଶବାସୀଙ୍କ ସହ ଭାବ ବିନିମୟ କରିଛନ୍ତି ପିଏମ୍‌ ମୋଦି । ସଫଳ ବ୍ୟକ୍ତିଙ୍କ ସଂଘର୍ଷର କଥା ଓ ସଫଳତାର କାହାଣୀ ସହ ଐତିହ୍ୟ ଓ ନୂଆ ଭାରତ ସମ୍ପର୍କରେ ନିଜର ଭାବ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ମନ କି ବାତରେ ରାଷ୍ଟ୍ରର ବିକାଶରେ ଭାଗୀଦାର ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ପିଏମ ମୋଦି ।

ଅଧିକ ପଢ଼ନ୍ତୁ ଦେଶ ଖବର: 
 

Sponsored
PM Narendra Modi's 109th Edition of Mann Ki Baat | Argus News