Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଲାଲକିଲ୍ଲାରୁ ଅପରେସନ ସିନ୍ଦୂରର ବୀର ଯବାନଙ୍କୁ ସାଲ୍ୟୁଟ୍ ଜଣାଇଲେ ପ୍ରଧାନମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·11 months ago·1 min read
 ଲାଲକିଲ୍ଲାରୁ ଅପରେସନ ସିନ୍ଦୂରର ବୀର ଯବାନଙ୍କୁ ସାଲ୍ୟୁଟ୍ ଜଣାଇଲେ ପ୍ରଧାନମନ୍ତ୍ରୀ

Key Points

ଅପରେସନ ସିନ୍ଦୂରର ବୀର ଯବାନଙ୍କୁ ସାଲ୍ୟୁଟ୍ କରିବାର ଅବସର
ଆମର ବୀର ଯବାନ ଶତ୍ରୁଙ୍କୁ କଳ୍ପନାତୀତ ଦଣ୍ଡ ଦେଇଛନ୍ତି
ଏପ୍ରିଲ 22ରେ ସୀମାପାର ଶତ୍ରୁ ପହଲଗାମରେ ନରସଂହାର କଲେ

ଅପରେସନ ସିନ୍ଦୂରର ବୀର ଯବାନଙ୍କୁ ସାଲ୍ୟୁଟ୍ କରିବାର ଅବସର,ଆମର ବୀର ଯବାନ ଶତ୍ରୁଙ୍କୁ କଳ୍ପନାତୀତ ଦଣ୍ଡ ଦେଇଛନ୍ତି । ଏପ୍ରିଲ ୨୨ରେ ସୀମାପାର ଶତ୍ରୁ ପହଲଗାମରେ ନରସଂହାର କଲେ । ପହଲଗାମରେ ଧର୍ମ ପଚାରି ପଚାରି ଲୋକଙ୍କୁ ଗୁଳି ମାରିଲେ । ପହଲଗାମ ଘଟଣା ନେଇ ସାରା ଦେଶ ଆକ୍ରୋଶରେ ଭରିଥିଲା । ଅପରେସନ ସିନ୍ଦୂର ପହଲଗାମ ଆକ୍ରୋଶର ଅଭିବ୍ୟକ୍ତି। ଏପ୍ରିଲ ୨୨ ପରେ ସେନାକୁ ପୁରା ସ୍ବାଧୀନତା ଦିଆଗଲା । ରଣନୀତି,ଲକ୍ଷ୍ୟ ଓ ସମୟ ସବୁକିଛି ସେନା ସ୍ଥିର କଲା । ଆମ ସେନା ଯାହା କରିଛି, ତାହା ଅନେକ ଦଶକ ଯାଏଁ ହୋଇନଥିଲା । ଶତ୍ରୁ ସୀମାରେ ପଶି ଆତଙ୍କୀ ଆଡ୍ଡାକୁ ଧୂଳିସାତ୍ କରାଲେ ଆମ ଯବାନ ମାନେ ।


ଆତଙ୍କୀ ଅଟ୍ଟାଳିକାକୁ ଧ୍ବସ୍ତ କଲେ ଭାରତୀୟ ସେନା । ପାକିସ୍ତାନରେ ହୋଇଥିବା ବିନାଶ ବାବଦରେ ପ୍ରତିଦିନ ନୂଆ ଖୁଲାସା ହେଉଛି । ଆମ ଦେଶ ବହୁ ଦଶକ ଧରି ଆତଙ୍କକୁ ସହି ଆସିଛୁ । ଆତଙ୍କବାଦରେ ଦେଶର ଛାତିକୁ ବିଦ୍ଧ କରାଯାଇଛି । ଆମେ ଏବେ ନୂଆ ନର୍ମାଲ୍ ସ୍ଥିର କରିଛୁ । ଆତଙ୍କୀ ଓ ସେମାନଙ୍କ ଆଶ୍ରୟଦାତାଙ୍କୁ ଆମେ ଅଲଗା ଅଲଗା ଦେଖିବୁ ନାହିଁ । ଭାରତ ସ୍ଥିର କରିଛି, ପରମାଣୁ ଧମକ ଆଉ ସହିବୁ ନାହିଁ । ଦୀର୍ଘ ବର୍ଷ ଧରି ଚାଲିଆସିଥିଲା ନ୍ୟୁକ୍ଲିୟର ବ୍ଲାକମେଲ୍ । ଆଗକୁ ବି ଶତ୍ରୁ ଏମିତି ଉଦ୍ୟମ ଜାରି ରଖିଲେ ମୁହଁତୋଡ଼ ଜବାବ ଦିଆଯିବ । ଆଗକୁ ବି ଜବାବ ଦେବାର ସମୟ, ଉପାୟ ସବୁକିଛି ସେନା ହିଁ ସ୍ଥିର କରିବ । ଆମେ ଶତ୍ରୁଙ୍କୁ ମୁହଁତୋଡ଼ ଜବାବ ଦେବୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Salutes Brave Soldiers of Operation Sindoor from Red Fort | Argus News | Argus News