ଦିଲ୍ଲୀରେ ବିଶାଳ ଜନସଭାକୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଦିଲ୍ଲୀରେ ବିଶାଳ ଜନସଭାକୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଆରକେପୁରମ୍ ଅଂଚଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କରିବେ । ଦିଲ୍ଲୀ ବିଜେପି ପକ୍ଷରୁ ରିଲିଜ ହୋଇଛି କ୍ୟାମ୍ପେନ୍ ଗୀତ । ବିଜେପି ନେତା ଦିନେଶ ଲାଲ ଯାଦବ ଏଥିରେ କଣ୍ଠଦାନ କରିଛନ୍ତି । ସେପଟେ ଦିଲ୍ଲୀରେ ଆପ୍କୁ ବଡ ଝଟ୍କା । ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଉପରୁ ତୁଟୁଛି ଆସ୍ଥା । ଏପରିକି ଦଳୀୟ ବିଧାୟକମାନେ ଆପ୍ ଛାଡି ବିଜେପିମୁହାଁ ହେଉଛନ୍ତି । ଗତକାଲି ଆପ୍ର ୮ଜଣ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି ।
ଆପର ନୀତିକୁ ସମାଲୋଚନା କରିବା ସହ କେଜ୍ରିଓ୍ବାଲ ଦୁର୍ନୀତିରେ ସାମିଲ ଥିବା ସେମାନେ ଅଭିଯାଗ କରିଛନ୍ତି । ଖୋଲିଛନ୍ତି ଆପ୍ ଦୁର୍ନୀତିର ପୋଲ୍ । ଆସନ୍ତା 5 ତାରିଖରେ ନିର୍ବାଚନ ହେବାକୁ ଯାଉଥିବାବେଳେ ଦଳର 8 ବିଧାୟକ ବିଜେପିରେ ସାମିଲ ହୋଇଥିବାରୁ ଆପର ନିର୍ବାଚନୀ ସମିକରଣ ଗଭୀର ଭାବେ ପ୍ରଭାବିତ ହେବ ବୋଲି କୁହାଯାଉଛି । ବିଧାୟକ ଗରିଶ ସୋନି, ରୋହିତ ମେହ୍ରାରାଉଲିଆ, ମଦନ ଲାଲ, ରାଜେଶ ରିସି, ନରେଶ ଯାଦବ, ଭବନ ଗୌର, ପବନ କୁମାର ଶର୍ମା ଏବଂ ବିଏସ୍ ଜୁନ ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳର ସଭ୍ୟପଦ ଗ୍ରହଣ କରିଛନ୍ତି ।