Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପଶ୍ଚିମବଙ୍ଗରେ ମହିଳା ରାଲିକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

National

ପଶ୍ଚିମବଙ୍ଗରେ ମହିଳା ରାଲିକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·1 min read
ପଶ୍ଚିମବଙ୍ଗରେ ମହିଳା ରାଲିକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ପଶ୍ଚିମବଙ୍ଗ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସପ୍ତାହେ ମଧ୍ୟରେ ଏହା ପିଏମଙ୍କ ଦ୍ବିତୀୟ ଗସ୍ତ । ଆଜି ପଶ୍ଚିମବଙ୍ଗରେ ମହିଳା ରାଲିକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ । ବାରାସତରେ ମହିଳା ସମାବେଶକୁ ସମ୍ବୋଧନ କରି ନାରୀ ସଶକ୍ତିକରଣ ଏବଂ ସନ୍ଦେଶଖାଲି ପ୍ରସଙ୍ଗ ଉଠାଇବେ। ଦିନକ ପରେ ଅନ୍ତର୍ଜାତୀୟ ମହିଳା ଦିବସ ଥିବା ବେଳେ, ଏହାର ଠିକ୍ ପୂର୍ବରୁ ମୋଦିଙ୍କ ମହିଳା ରାଲି ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । 

ଏହି ସଭାରେ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ନିଜ ଅଭିଯୋଗ ଜଣାଇବାର ସୁଯୋଗ ପାଇବେ କିଛି ମହିଳା । ମହିଳା ସମାବେଶକୁ ଉଦବୋଧନ ଦେବା ପୂର୍ବରୁ ୧୧ କିମି ମେଗା ରୋଡ ଶୋ କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ହାୱଡ଼ାରେ ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ପ୍ରକଳ୍ପ ଲୋକାର୍ପଣ କରିବେ ପିଏମ୍ । ହୁଗୁଳି ନଦୀ ଭିତରେ ଦେଇ କୋଲକାତାର ମୈଦାନ ଷ୍ଟେସନରୁ ଏସପ୍ଲାନେଡ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଚାଲିବ ଏହି ଅଣ୍ଡର ୱାଟର ମେଟ୍ରୋ । 

ମୋଟ ମେଟ୍ରୋ ଲାଇନର ଦୈର୍ଘ୍ୟ ୧୬.୫ କିଲୋମିଟର ହୋଇଥିବା ବେଳେ, ୫୨୦ ମିଟର ପାଣି ତଳେ ରହିଛି । ଏହାକୁ ପାର୍ କରିବା ପାଇଁ ମାତ୍ର ୪୫ ସେକେଣ୍ଡ ଲାଗିବ ।  ଅନ୍ୟପଟେ ଆଜି ହାୱଡ଼ାରେ ଦେଶର ପ୍ରଥମ ଅଣ୍ଡର-ୱାଟର୍ ମେଟ୍ରୋ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଭାରତ ଖବର...

Painting
Sponsored
PM to address women's rally in West Bengal | Argus News