Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କର୍ମଯୋଗୀ ସପ୍ତାହ କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି

Banajyotshna Ray
Browse all articles by Banajyotshna Ray
·1 year ago
କର୍ମଯୋଗୀ ସପ୍ତାହ କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ:  ଜାତୀୟ ଶିକ୍ଷା ସପ୍ତାହର ଶୁଭାରମ୍ଭ । କର୍ମଯୋଗୀ ସପ୍ତାହ କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜାତୀୟ ଶିକ୍ଷା ସପ୍ତାହ ଅଧିନରେ କର୍ମଯୋଗୀ ସପ୍ତାହର ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀର ଡଃ ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ସରକାରୀ କର୍ମଚାରୀଙ୍କ ବ୍ୟକ୍ତିଗତ ଏବଂ ସାଂଗଠନିକ ଦକ୍ଷତା ବିକାଶ ପାଇଁ 2020ରେ ଆରମ୍ଭ ହୋଇଥିଲା କର୍ମଯୋଗୀ ମିଶନ । ରାଷ୍ଟ୍ରୀୟ ଶିକ୍ଷା ସପ୍ତାହ ଏହି କ୍ଷେତ୍ରରେ ଏକ ସର୍ବବୃହତ ଆୟୋଜନ । ଯାହା ସରକାରୀ କର୍ମଚାରୀଙ୍କ ପାଇଁ ବ୍ୟକ୍ତିଗତ ଏବଂ ସାଂଗଠନିକ ଦକ୍ଷତା ବିକାଶ ଦିଗରେ ନୂତନ ପ୍ରେରଣା ପ୍ରଦାନ କରିବ । ଏହି ସପ୍ତାହ ମଧ୍ୟରେ, ମନ୍ତ୍ରଣାଳୟ, ବିଭାଗ ଏବଂ ସଂଗଠନ ମଧ୍ୟ ଡୋମେନ୍ ଆଧାରିତ ଦକ୍ଷତା ବୃଦ୍ଧି ପାଇଁ ସେମିନାର ଏବଂ କର୍ମଶାଳା ଆୟୋଜନ ହେବ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored