Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆସନ୍ତା ୨୪ରେ ପିଏମ୍-କିଷାନ ସମ୍ମାନ ନିଧି ଅଧୀନରେ ଚାଷୀଙ୍କୁ ମିଳିବ ୧୯ତମ କିସ୍ତି

National

ଆସନ୍ତା ୨୪ରେ ପିଏମ୍-କିଷାନ ସମ୍ମାନ ନିଧି ଅଧୀନରେ ଚାଷୀଙ୍କୁ ମିଳିବ ୧୯ତମ କିସ୍ତି

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଆସନ୍ତା ୨୪ରେ ପିଏମ୍-କିଷାନ ସମ୍ମାନ ନିଧି ଅଧୀନରେ ଚାଷୀଙ୍କୁ ମିଳିବ ୧୯ତମ କିସ୍ତି

Key Points

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବ୍ରୁଆରୀ ୨୪ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧୀନରେ ଚାଷୀମାନଙ୍କୁ ୧୯ତମ କିସ୍ତି ପ୍ରଦାନ କରିବେ । ଏହା ଅଧୀନରେ ପ୍ରାୟ ୨୨ ହଜାର କୋଟି ଟଙ୍କା ପଠାଯିବ ।

ଦେଶର ୯.୮ କୋଟି ଚାଷୀଙ୍କ ପାଇଁ ଖୁସି ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବ୍ରୁଆରୀ ୨୪ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧୀନରେ ଚାଷୀମାନଙ୍କୁ ୧୯ତମ କିସ୍ତି ପ୍ରଦାନ କରିବେ । ଏହା ଅଧୀନରେ ପ୍ରାୟ ୨୨ ହଜାର କୋଟି ଟଙ୍କା ପଠାଯିବ । ଯାହା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯିବ ।


ପ୍ରଧାନମନ୍ତ୍ରୀ-କିଷାନ ଯୋଜନା ଅଧୀନରେ ପ୍ରତ୍ୟେକ ହିତାଧିକାରୀ ଚାଷୀଙ୍କୁ ପ୍ରତି ଚାରି ମାସରେ ୨୦୦୦ ଟଙ୍କାର ତିନୋଟି ସମାନ କିସ୍ତିରେ ବାର୍ଷିକ ୬ ହଜାର ଟଙ୍କା ଦିଆଯାଏ । ଶୁକ୍ରବାର ଏହି ସୂଚନା ଦେଇ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ପ୍ରଧାନମନ୍ତ୍ରୀ ଆସନ୍ତା ୨୪ରେ ବିହାରର ଭାଗଲପୁରରେ ଏକ କାର୍ଯ୍ୟକ୍ରମରେ ପିଏମ-କିଷାନର ୧୯ତମ କିସ୍ତି ଜାରି କରିବେ । ଏହି ରାଶି ସିଧାସଳଖ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ ।


ପିଏମ୍-କିଷାନ ପାଇଁ ଯୋଗ୍ୟତା ?


ଆବେଦନକାରୀ ଭାରତର ନାଗରିକ ହୋଇଥିବେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେ ଜଣେ ଚାଷୀ ହୋଇଥିବେ ।


ତାଙ୍କର ଚାଷ ଯୋଗ୍ୟ ଜମି ଥିବ ।


ସେ ୧୦ ହଜାରରୁ ଅଧିକ ଟଙ୍କା ଭତ୍ତା ପାଉ ନଥିବେ ।


କୃଷକ ଜଣଙ୍କ ଆୟକରଦାତା ହୋଇ ନଥିବେ ।


ପିଏମ୍ କିଷାନ ଲାଗି ଇ-କେୱାଇସି ବାଧ୍ୟତାମୂଳକ ।

Raja Festival
Sponsored
PM to release 19th instalment of Kisan Nidhi from Bihar | Argus News