Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିହାର ଭାଗଲପୁରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି

National

ବିହାର ଭାଗଲପୁରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି

Ritu Das
Browse all articles by Ritu Das
·1 year ago·2 min read
ବିହାର ଭାଗଲପୁରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି

ବିହାରର ଭାଗଲପୁରରୁ ଦେଶର ଅନ୍ନଦାତାଙ୍କ ପାଖକୁ ପହଞ୍ଚିଛି ତାଙ୍କ ହକ୍। ଖରିଫ୍ ପୂର୍ବରୁ ଆକାଉଣ୍ଟରେ ପଡ଼ିଛି 2 ହଜାର ଲେଖାଁଏ ଟଙ୍କା । ଚାଷୀଙ୍କ ସମୃଦ୍ଧିପାଇଁ ଜନ୍ମ ନେଇଥିବା ପିଏମ କିଷାନ ସମ୍ମାନନିଧିକୁ 6 ବର୍ଷ ପୂରିଥିବା ବେଳେ ଆଜି ଭାଗଲପୁରରେ ଆୟୋଜିତ ବିଶାଳ ଚାଷୀ ସମାବେଶରୁ ପିଏମ କିଷାନ ନିଧିର 19ତମ କିସ୍ତି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ପ୍ରାୟ 9.7 କୋଟି ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ପ୍ରାୟ 22 ହଜାର କୋଟି ଟଙ୍କା। ପିଏମ କିଷାନରେ ଓଡ଼ିଶାର 34 ଲକ୍ଷ 95 ହଜାର 147 ଜଣ ଚାଷୀ ଆର୍ଥିକ ସହାୟତା ପାଇଛନ୍ତି। ଗତ କିସ୍ତି ଠାରୁ ଏଥର ଅଧିକ 3 ଲକ୍ଷ 43 ହଜାର 447 ଚାଷୀ ଯୋଡି ହୋଇଛନ୍ତି ଏହି ଯୋଜନାରେ।


18 ତମ କିସ୍ତିରେ ବି 1 ଲକ୍ଷ 77 ହଜାର ଚାଷୀ ଯୋଡି ହୋଇଥିଲେ। ଅର୍ଥାତ ବିଜେପି ସରକାରକୁ ଆସିବା ପରେ ଅଧିକ 5 ଲକ୍ଷ ଚାଷୀ ପିଏମ କିଷାନରେ ପାଇଲେଣି ଲାଭ। ପୂର୍ବ ସରକାର ସମୟରେ ଯୋଗ୍ୟ ଥାଇ ବି ଚାଷୀଙ୍କ ପିଏମ କିଷାନରେ କରାଯାଇ ନ ଥିଲା ସାମିଲ। ପ୍ରଶ୍ନ କାହିଁକି ଯୋଗ୍ୟଙ୍କୁ ସାମିଲ କରୁ ନ ଥିଲା ବିଜେଡି ସରକାର। ଘାରି ଥିଲା କି ମୋଦି ଶ୍ରେୟ ନେବାର ଭୟ। ଓଡ଼ିଶାର ଚାଷୀଙ୍କ ମୁହଁରେ ହସଫୁଟାଇବା ପାଇଁ ଡବଲ ଇଞ୍ଜିନ ସରକାର ବାର୍ଷିକ 10 ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରୁଛନ୍ତି। ପ୍ରତିବର୍ଷ ଯୋଗ୍ୟ ହିତାଧିକାରୀଙ୍କୁ ପିଏମ କିଷାନ ଯୋଜନାରେ 3ଟି କିସ୍ତାରେ 6 ହଜାର ଟଙ୍କା ଲେଖାଏଁ ମିଳୁଥିବା ବେଳେ ସିଏମ କିଷାନ ଯୋଜନାରେ 2ଟି କିସ୍ତିରେ ବାର୍ଷିକ 4 ହଜାର ଟଙ୍କା ଲେଖାଏଁ ପାଉଛନ୍ତି ଓଡ଼ିଶାର ଚାଷୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏପଟେ ରାଜ୍ୟ ସରକାର ଏମଏସପି ସହ ପ୍ରଥମ ଥର ପାଇଁ 800 ଟଙ୍କା ଲେଖାଏଁ ଇନପୁଟ୍ ସହାୟତା ଦେଇ ଚାଷୀଙ୍କ ଆୟ ବଢ଼ାଇଛନ୍ତି। ଯେଉଁଥିପାଇଁ ଓଡ଼ିଶାର ଚାଷୀ ଏବେ ଖିୁସ୍। ପିଏମ କିଷାନକୁ ପୁରିଛି 6 ବର୍ଷ। ପିଏମ କିଷାନରେ 85 ପ୍ରତିଶତ ହେଉଛନ୍ତି କ୍ଷୁଦ୍ର ଓ ନାମ ମାତ୍ର ଚାଷୀ। ପ୍ରତି 4 ଜଣ ଚାଷୀଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା ଚାଷୀ। ଏପର୍ଯ୍ୟନ୍ତ ଡିବିଟିରେ 3. 5 ଲକ୍ଷ କୋଟି ଟଙ୍କା ଗଲାଣି ଚାଷୀଙ୍କ ଆକାଉଣ୍ଟକୁ।

Sponsored
PM's big gathering in Bhagalpur, Bihar | Argus News