Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ପ୍ରଧାନମନ୍ତ୍ରୀଙ୍କ କେରଳ ଏବଂ ଆନ୍ଧ୍ରପ୍ରଦେଶକୁ ଦୁଇ ଦିନିଆ ଗସ୍ତ

Rashmita Mishra
Browse all articles by Rashmita Mishra
·1 year ago·1 min read
ଆଜି ପ୍ରଧାନମନ୍ତ୍ରୀଙ୍କ କେରଳ ଏବଂ ଆନ୍ଧ୍ରପ୍ରଦେଶକୁ ଦୁଇ ଦିନିଆ ଗସ୍ତ

ଆଜି ପ୍ରଧାନମନ୍ତ୍ରୀଙ୍କ କେରଳ ଏବଂ ଆନ୍ଧ୍ରପ୍ରଦେଶକୁ ଦୁଇ ଦିନିଆ ଗସ୍ତ । ଆଜି ସାଢ଼େ ୧୦ ଟାରେ ଭିଜିଞ୍ଜାମ ଅନ୍ତର୍ଜାତୀୟ ଗଭୀର ଜଳ ବହୁମୁଖୀ ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହା ଦେଶର ପ୍ରଥମ କଣ୍ଟେନର ଟ୍ରାନ୍ସସିପମେଣ୍ଟ ବନ୍ଦର । ବିଶ୍ୱ ବାଣିଜ୍ୟରେ ଭାରତର ସ୍ଥିତିକୁ ସୁଦୃଢ଼ କରିବା ଏହି ପୋର୍ଟ । ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି କରିବା ଏବଂ କାର୍ଗୋ ପରିବହନ ପାଇଁ ବିଦେଶୀ ବନ୍ଦର ଉପରେ ନିର୍ଭରତା ହ୍ରାସ କରିବାରେ ଯୋଗଦାନ କରିବ ।


ଏହା ପରେ ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶ ଯିବେ । ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଅମରାବତୀରେ ୫୮ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶରେ ୭ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିବେ। ଏହି ପ୍ରକଳ୍ପ ଗୁଡ଼ିକରେ ଜାତୀୟ ରାଜପଥର ବିଭିନ୍ନ ଅଂଶକୁ ପ୍ରଶସ୍ତ କରିବା, ରୋଡ୍ ଓଭର ବ୍ରିଜ୍ ଏବଂ ସବୱେ ନିର୍ମାଣ ଅନ୍ତର୍ଭୁକ୍ତ । ଏହା ସହ ପ୍ରଧାନମନ୍ତ୍ରୀ ସଂଯୋଗୀକରଣ ବୃଦ୍ଧି ଏବଂ କ୍ଷମତା ବୃଦ୍ଧି ଲକ୍ଷ୍ୟ ନେଇ ରେଳ ପ୍ରକଳ୍ପଗୁଡ଼ିକୁ ମଧ୍ୟ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pms-two-day-visit-to-kerala-and-andhra-pradesh-today | Argus News