Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପଦ୍ମଶ୍ରୀ ପାଇବେ କବୟିତ୍ରୀ ପ୍ରତିଭା ଶତପଥୀ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
 ପଦ୍ମଶ୍ରୀ ପାଇବେ କବୟିତ୍ରୀ ପ୍ରତିଭା ଶତପଥୀ

ଅର୍ଗସ ବ୍ୟୁରୋ : ୨୦୨୫ ବର୍ଷ ପାଇଁ ଗତକାଲି ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଚଳିତ ବର୍ଷ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୯ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ । ମୋଟ ୧୩୯ ଜଣ ପାଇବେ ପଦ୍ମ ସମ୍ମାନ। ଏଥିମଧ୍ୟରେ ଓଡ଼ିଶାର ୪ ଜଣଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ। ମେଡିସିନ୍ କ୍ଷେତ୍ରରେ ଡାକ୍ତର ଅଶୋକ ମହାପାତ୍ର, କଳାରେ ଅଦୈତ୍ୟ ଚରଣ ଗଡ଼ନାୟକ, ସାହିତ୍ୟ ଓ ଶିକ୍ଷାରେ ପ୍ରତିଭା ଶତପଥୀଙ୍କୁ ପଦ୍ମଶ୍ରୀ ଓ କଳାରେ ଦୁର୍ଗା ଚରଣ ରଣବୀର ପଦ୍ମଶ୍ରୀ ସମ୍ମାନ ପାଇବେ। ସାହିତ୍ୟ କ୍ଷେତ୍ରରେ କଲମ ଚାଳନା କରି ଭାଷା ସାହିତ୍ୟକୁ ଋଦ୍ଧିମନ୍ତ କରିଥିବା ପ୍ରତିଭା ଶତପଥୀ ୧୯୪୫ ମସିହା ୧୮ ଜାନୁୟାରୀରେ କଟକ ଜିଲ୍ଲାର ସତ୍ୟଭାମାପୁର ଠାରେ ଜନ୍ମଗ୍ରହଣ କରିଥିଲେ। ରେଭେନ୍ସାରୁ କଲେଜ ସରିବା ପରେ ୧୯୬୭ ସ୍ନାତକୋତ୍ତର ସାରିବା ପରେ ବିବାହ କରନ୍ତି ବିଶିଷ୍ଟ ସାହିତ୍ୟିକ ନିତ୍ୟାନନ୍ଦ ଶତପଥୀଙ୍କୁ। ୧୯୮୦ ମସିହାରେ ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ପିଏଚଡି ଲାଭ କରିଥିଲେ। କବିତା ଲିଖନରେ ସିଦ୍ଧହସ୍ତ ଏହି ପ୍ରତିଭାଙ୍କ ଚର୍ଚ୍ଚିତ କବିତା ସଂଙ୍କଳନ ମଧ୍ୟରେ ରହିଛି । ଇସ୍ତାହାର ନାମକ ଏକ ପତ୍ରିକାର ସେ ଦୀର୍ଘ ବର୍ଷ ଧରି ସମ୍ପାଦିକା ରହିଥିଲେ। ଓଡ଼ିଆ ଆଧୁନିକ କବିତା ଜଗତରେ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ କବୟିତ୍ରୀ ପ୍ରତିଭା ଶତପଥୀ। ଲେଖିକା ସହ ଅଧ୍ୟାପନା କ୍ଷେତ୍ରରେ ତାଙ୍କର ଅନୁଭବ ରହିଛି


କବିତା ସଂକଳନ -


୧୯୬୨ ଶେଷ ଜହ୍ନ, ୧୯୬୨ ଆମ କବିତା,୧୯୭୪ ଗ୍ରସ୍ତ ସମୟ, ୧୯୬୯ ଅସ୍ତ ଜହ୍ନର ଏଲିଜି, ୧୯୮୫ ନିମିଷେ ଅକ୍ଷର, ଅନୁବାଦ ଦ ହିଡେନ ଫ୍ଲାଓ୍ବାର, ୧୯୮୮ ମହାମେଘ, ୧୯୯୧ରେ ଶବରୀ, ୧୯୮୦ ନିୟତା ବସୁଧା, ୧୯୭୮ ସାହାଡା ସୁନ୍ଦରୀ, ୨୦୦୧ରେ ଅଧା ଅଧା ନକ୍ଷତ୍ର, ୧୯୯୬ ରେ ତନ୍ମୟ ଧୂଳି, ୨୦୦୬ ମସିହାରେ ପ୍ରକାଶ ପାଇଥିବା ' କହି ନ ହେଲେ' ପ୍ରମୁଖ ରହିଛି। ତାଙ୍କର ପ୍ରଭାବୀ କଲମ ଚାଳନା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସହ ବିଭିନ୍ନ ସାହିତ୍ୟ ସଂଗଠନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପାଇଥିବା ପୁରସ୍କାର ମଧ୍ୟରେ ରହିଛି


୧୯୬୨ରେ ପ୍ରଜାତନ୍ତ୍ର ତରୁଣ କବି ପୁରସ୍କାର, ୧୯୮୧ ରେ ଝଙ୍କାର ପୁରସ୍କାର, ୧୯୮୫ ରେ ଧରିତ୍ରୀ ସମାଜବାଦୀ ସୋସାଇଟି କବିତା ସମ୍ମାନ,୧୯୮୬ ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୨ ରେ ଶାରଳା ପୁରସ୍କାର, ୨୦୦୧ ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୪ ରେ ସାହିତ୍ୟ ଭାରତୀ ପୁରସ୍କାର, ୨୦୧୪ ମସିହାରେ ମଧ୍ୟପ୍ରଦେଶ ସରକାରଙ୍କ ରାଷ୍ଟ୍ରୀୟ କବି ସମ୍ମାନ ପ୍ରଭୃତି ରହିଛି


ଚଳିତ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୯ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିବା ପାଇଁ ଘୋଷଣା କରିଛନ୍ତି। ସେଥିମଧ୍ୟରୁ ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯିବା ନେଇ ଘୋଷଣା କରାଯାଇଛି।

Sponsored
Poetess Pratibha Satpathy to get Padma Shri | Argus News