ଇଏ ବି ପାକିସ୍ତାନକୁ ଦେଉଥିଲେ ତଥ୍ୟ

Key Points
ତିନି ଥର ଯାଇଥିଲେ ପାକିସ୍ତାନ
ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହ ଥିଲେ ସମ୍ପର୍କରେ
ପାକିସ୍ତାନ ଜାତୀୟ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ
ପାକିସ୍ତାନ ପାଇଁ ଗୁପ୍ତଚରୀ କାମ କରି ଗିରଫ ହେଲେ ଆଉ ଜଣେ। ଗିରଫ ବ୍ୟକ୍ତିଙ୍କ ନାମ ଜସବୀର ବୋଲି ଜଣାପଡ଼ିଛି। ସେ ପାକିସ୍ତାନ ପାଇଁ ଗୁପ୍ତଚର କରୁଥିବା ସନ୍ଦେହ କରାଯାଉଛି। ପୂର୍ବରୁ ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରାଙ୍କ ସହିତ ତାଙ୍କର ସମ୍ପର୍କ ରହିଛି। ସେ ଜାନ ମହଲ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଚଲାନ୍ତି। ଏହି ଚ୍ୟାନେଲରେ ୧୧ ଲକ୍ଷରୁ ଅଧିକ ସବସ୍କ୍ରାଇବର ଅଛନ୍ତି। ତାଙ୍କର ଅନେକ ପିଆଇଓଙ୍କ ସହିତ ସମ୍ପର୍କ ରହିଛି।
ପାକିସ୍ତାନ ଗୁଇନ୍ଦା ସଂସ୍ଥା ଗୁପ୍ତଚର ଅଧିକାରୀ ଶାକିରଙ୍କ ସହିତ ମଧ୍ୟ ସେ ଯୋଗାଯୋଗରେ ଥିଲେ। ୨୦୨୦ ରେ ସେ ପ୍ରଥମ ଥର ପାଇଁ ପାକିସ୍ତାନ ଯାଇଥିବା ବେଳେ ୨୦୨୧, ୨୦୨୪ ରେ ମଧ୍ୟ ସେ ପାକିସ୍ତାନ ଯାଇଥିଲେ। ଦାନିଶଙ୍କ ନିମନ୍ତ୍ରଣରେ ଦିଲ୍ଲୀରେ ପାକିସ୍ତାନୀ ଦୂତାବାସରେ ଅନୁଷ୍ଠିତ ପାକିସ୍ତାନ ଜାତୀୟ ଦିବସ କାର୍ଯ୍ୟକ୍ରମରେ ମଧ୍ୟ ଜସବୀର ସିଂହ ଯୋଗ ଦେଇଥିଲେ।
📱 Get Argus News App
✨ପାକିସ୍ତାନ ଗୁଇନ୍ଦା ସଂସ୍ଥା ଭାରତର ଗୁପ୍ତତଥ୍ୟ ହାସଲ କରିବା ପାଇଁ ଭାରତୀୟ ୟୁଟ୍ୟୁରଙ୍କୁ ହାତ କରିଥିଲା। ଜ୍ୟୋତି ମାଲହୋତ୍ରାଙ୍କ ଗିରଫ ପରେ ଏବେ ଖୋଲୁଛି ଜଣଙ୍କ ପରେ ଜଣଙ୍କ ଗୁମର।