Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଥାନାରେ ରୁଜୁ ହେଲା ମାମଲା

National

ଥାନାରେ ରୁଜୁ ହେଲା ମାମଲା

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଥାନାରେ ରୁଜୁ ହେଲା ମାମଲା

Key Points

ଯଦି ଏହି ନିୟମ ପ୍ରଚଳିତ ହୁଏ ତେବେ ମିଛ ମାମଲା ସଂଖ୍ୟା ବଢିଯିବ

ପୋଲିସ ଷ୍ଟେସନ ଆସିବାକୁ ନ ପଡିବାରୁ କିଛି ଅସାଧୁ ବ୍ୟକ୍ତି ଏୟାର ଦୁରୁପଯୋଗ କରି ପୋଲିସର ସମୟ ନଷ୍ଟ କରିବେ

ସାଇବର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି

ଆର୍ଥିକ କାରବାର ଠାରୁ ନେଇ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ଏବେ ଡିଜିଟାଲ ମାଧ୍ୟମରେ ପରିଚାଳିତ ହେଉଛି। ସରକାରୀ ଅଫିସରେ କିଛି କାର୍ଯ୍ୟଥିଲେ ଘରେ ବସି କିମ୍ବା ପାଖରେ ଥିବା ଜନସେବା କେନ୍ଦ୍ରକୁ ଯାଇ ଆବେଦନ କରି ହେଉଛି। ଭାରତ ଏବେ ବୈଷୟିକ ଜ୍ଞାନ କୌଶଳ ଉପରେ ସର୍ବାଧିକ ଗୁରୁତ୍ବ ଦେଉଛି। ଯାହାକୁ ଦୃଷ୍ଟିରେ ରଖି ଏବେ ଜମ୍ମୁ - କାଶ୍ମୀର ପୋଲିସ ଲୋକଙ୍କ ସୁବିଧା ପାଇଁ ହ୍ୱାଟସଆପରେ ଗ୍ରହଣ କରିଛି ଅଭିଯୋଗ।


ହ୍ବାଟସଆପ ଜରିଆରେ ଜମ୍ମୁ- କାଶ୍ମୀର ପୋଲିସ ଇ- ଏଫଆଇଆର ପଞ୍ଜିକୃତ କରିଛି । ରାଜ୍ୟ ସଡକ ପରିବହନର ଜଣେ ଡ୍ରାଇଭର ହ୍ବାଟସଆପରେ ପୋଲିସକୁ ଏଫଆଇଆର ପଠାଇଥିଲେ। ଅଭିଯୋଗ ପାଇବା ପରେ ପୋଲିସ ବିଏନଏସ ଧାରା ୧୧୫(୨) ଏବଂ ୧୨୬(୨) ଅନୁସାରେ ମାମଲା ରୁଜୁ କରିଛି। ବ୍ୟକ୍ତି ଜଣଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ସେ ଶ୍ରୀନଗର ଯାଉଥିବା ବେଳେ ଦୁଇ ଜଣ ବ୍ୟକ୍ତି ତାଙ୍କୁ ଭିଲଗାମରେ ଅଟକାଇ ଆକ୍ରମଣ କରିଥିଲେ।


ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟସଆପ ଜରିଆରେ ଅଭିଯୋଗ ହେବା ପରେ ଜମ୍ମୁ-କଶ୍ମୀର ପୋଲିସ ଏକ ଇଲେକ୍ଟ୍ରୋନିକ୍ ଫାଷ୍ଟ ଇନଫର୍ମେସନ ରିପୋର୍ଟ ରୁଜୁ କରିଛି । ଘଟଣାକୁ ନେଇ ପୋଲିସ ମୁଖପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ହ୍ବାଟସଆପରେ ଏକ ଅଭିଯୋଗ ପାଇବା ପରେ ଭିଲଗାମ ପୋଲିସ ପ୍ରଥମ ଇ- ଏଫଆଇଆର ରୁଜ୍ଜୁ କରିଛି। ତେବେ ଏହି ପ୍ରକ୍ରିୟା କେତେ ସଫଳ ହେବ କେତେ ବିଫଳ ହେବ ତାକୁ ନେଇ ଆରମ୍ଭ ହୋଇଯାଇଛି ବିତର୍କ।


ସାଧାରଣରେ ପ୍ରଶ୍ନ ଉଠୁଛି -


ଯଦି ଏହି ନିୟମ ପ୍ରଚଳିତ ହୁଏ ତେବେ ମିଛ ମାମଲା ସଂଖ୍ୟା ବଢିଯିବ। ପୋଲିସ ଷ୍ଟେସନ ଆସିବାକୁ ନ ପଡିବାରୁ କିଛି ଅସାଧୁ ବ୍ୟକ୍ତି ଏୟାର ଦୁରୁପଯୋଗ କରି ପୋଲିସର ସମୟ ନଷ୍ଟ କରିବେ। ଏଭଳି ସମୟରେ ସାଇବର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି।  ଇ-ଏଫଆଇଆର ପଞ୍ଜୀକରଣ ସମୟରେ ଅଭିଯୋଗକାରୀଙ୍କ ପରିଚୟ ଏବଂ ସତ୍ୟତା ଯାଞ୍ଚ କରିବା ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇପାରେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦୨୪ ମସିହା ଅକ୍ଟୋବରରେ ଉତ୍ତରପ୍ରଦେଶ ପୋଲିସର ଓ୍ବେବସାଇଟରୁ ଇ - ଏଫଆଇଆର ନକଲ ଡାଉନଲୋଡ କରି ଲୋକଙ୍କୁ ଠକିଥିବା ଏକ ଗ୍ୟାଙ୍ଗକୁ ଗିରଫ କରିଥିଲା ପୋଲିସ। ଗିରଫ ଅଭିଯୁକ୍ତମାନେ ନିଜକୁ ନକଲି ପୁଲିସ ଅଧୀକ୍ଷକ ଓ ଜିଲ୍ଲାପାଳ ପରିଚୟ ଦେଇ ଲୋକଙ୍କୁ ଏଫଆଇଆର କପିର ନକଲ ଦେଖାଇ ଠକେଇ କରିଥିଲେ। ଜଣେ ପୀଡିତଙ୍କୁ ସେମାନେ ପ୍ରତିଶ୍ରୁତି ଦେଇଥିଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବେ। ପରେ ଏନେଇ ଜଣା ପଡିବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। 


ପଦକ୍ଷେପକୁ ବହୁ ମାତ୍ରାରେ ସ୍ବାଗତ କରାଯାଉଛି -


ଏମିତି ହେଲେ ପୀଡିତଙ୍କ ଅଭିଯୋଗ ସହଜରେ ପୋଲିସ ପାଖରେ ପହଞ୍ଚି ପାରିବ। ବିଶେଷକରି ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳ ପାଇଁ ଉପଯୋଗୀ ହେବ। ମାମଲାର ତଦନ୍ତ ଶୀଘ୍ର ଆରମ୍ଭ ହୋଇପାରିବ। ଜମ୍ମୁ କାଶ୍ମୀରରେ ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯାଇଥିବା ଏହି ପଦେକ୍ଷେପ ଯଦି ସଫଳ ହୁଏ ତେବେ ଏହାକୁ ଅନ୍ୟ ରାଜ୍ୟମାନେ ମଧ୍ୟ ଲାଗୁ କରି ପାରନ୍ତି।






Sponsored
Police put FIR on WhatsApp | Argus News