Operation Sindoorକୁ ନେଇ ସେନା ଓ ସରକାରଙ୍କ ଉପରେ କଂଗ୍ରେସର ପ୍ରଶ୍ନକୁ ନେଇ ରାଜନୈତିକ ଝଡ଼

Key Points
ରାହୁଲ ଗାନ୍ଧିଙ୍କ ସାଂଘାତିକ ଅଭିଯୋଗ
ଭାରତର ଆକ୍ରମଣ ବାବଦରେ ପୂର୍ବରୁ ଜାଣିଥିଲା ପାକିସ୍ତାନ
ସୂଚନା ଦେଇ ଆକ୍ରମଣ କରିବା ଦ୍ବାରା କେତେ ହେଲା ଭାରତର କ୍ଷତି ?
ବିଜେପିର ପାଲଟା ଆକ୍ରମଣ, ପାକିସ୍ତାନର ମିଛ ପ୍ରଚାର ଉପରେ ରାହୁଲ ଲଗାଉଛନ୍ତି ମୋହର
ଭାରତୀୟ ସେନା ଉପରେ ନାହିଁ ରାହୁଲଙ୍କ ଭରସା
ଅପେରସନ ସିନ୍ଦୂର ସମ୍ପର୍କରେ ସେନା ଦେଇଛି ସବିଶେଷ ତଥ୍ୟ, ତଥାପି କାହିଁ ଅବିଶ୍ବାସ
ପାକିସ୍ତାନୀ ଆତଙ୍କବାଦ ଉପରେ ଭାରତୀୟ ସେନାର ବିଧ୍ବସଂକ ପ୍ରହାର ପରେ ଏକ ବୟାନକୁ ନେଇ ଭାରତୀୟ ରାଜନୀତିରେ ସୃଷ୍ଟି ହୋଇଛି ଝଡ଼। ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କର ଏକ ବୟାନକୁ ନେଇ ରାହୁଲ ଗାନ୍ଧି ଏମିତି ବ୍ୟାଖ୍ୟା ପ୍ରସ୍ତୁତ କରିଛନ୍ତି ଯେ ଏବେ କଂଗ୍ରେସ ଦଳ ଏବେ ପୂରା ଅପରେସନ ସିନ୍ଦୂରର ସଫଳତା ଉପରେ ଆଶଙ୍କାର ବାଦଲ ଖେଳାଇବାରେ ଲାଗିପଡ଼ିଛି। କଂଗ୍ରେସ ତରଫରୁ ଛିଡ଼ା କରାଯାଇଥିବା ଏହି ପୂରା ବିବାଦର ଆରମ୍ଭ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କର ଏହି ବୟାନରୁ ହୋଇଥିଲା। ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଏହି ବୟାନକୁ ନେଇ କଂଗ୍ରେସ ଦଳ ପକ୍ଷରୁ ରାହୁଲ ଗାନ୍ଧି ସୋସିଆଲ୍ ମିଡିଆରେ ପ୍ରଶ୍ନ ଉଠାଇଲେ। ପ୍ରଥମେ କହିଲେ, ଆକ୍ରମଣ ପୂର୍ବରୁ ପାକିସ୍ତାନକୁ କହିବା ଅପରାଧ ଥିଲା । ରାହୁଲ କହିଲେ, ବିଦେଶ ମନ୍ତ୍ରୀ ମାନିଛନ୍ତି ଯେ ସରକାର ଏମିତି କରିଛନ୍ତି ଆଉ ରାହୁଲ ଦୁଇଟି ପ୍ରଶ୍ନ ବି ଉଠାଇଲେ। ଏହାଦ୍ବାରା ଆମ ବାୟୁସେନା କେତୋଟି ବିମାନ ହରାଇଲା ? ଦୁଇ ଦିନ ପରେ ରାହୁଲ ଗାନ୍ଧି ପୁଣି ଲେଖିଲେ ବିଦେଶ ମନ୍ତ୍ରୀଙ୍କ ନିରବତା ନିନ୍ଦନୀୟ। ଏହା ଭୁଲ୍ ନୁହେଁ ଅପରାଧ। ଦେଶକୁ ସତ ଜାଣିବାର ଅଧିକାର ଅଛି।
ତେବେ କଂଗ୍ରେସ ପକ୍ଷରୁ ପ୍ରଶ୍ନ ଉଠାଯିବା ପରେ ସରକାର ସ୍ପଷ୍ଟ କଲେ ଯେ ବିଦେଶ ମନ୍ତ୍ରୀ ଏମିତି କୌଣସି ବୟାନ ଦେଇନାହାନ୍ତି। ଆଉ ଯେଉଁ ବୟାନ ଦେଇଛନ୍ତି ତାର ତାହା ଅର୍ଥ ନ ଥିଲା। ପିଆଇବି ଫ୍ୟାକ୍ଟ ଚେକ୍ ଟିମ୍ ବି ବିଦେଶ ମନ୍ତ୍ରୀଙ୍କ ବୟାନର କଂଗ୍ରେସୀ ବ୍ୟାଖ୍ୟାକୁ ଭୁଲ୍ କହିଲା। କିନ୍ତୁ କଂଗ୍ରେସ ଦଳ ସରକାର ବା ବିଜେପି ପକ୍ଷରୁ ନିରବତାକୁ ସୁଯୋଗ ବୋଲି ଧରି ବଡ଼ ବଡ଼ ଅଭିଯୋଗ ଲଗାଇଲା। ଏତିକି ନୁହେଁ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ବୟାନକୁ ଆଧାର କରି କଂଗ୍ରେସ ଦଳ ମୋଦି ସରକାର ଓ ବିଜେପି ଉପରେ ମସୁଦ ଆଜହର ସହ ଯୋଡ଼ି ରାଜନୈତିକ ଆକ୍ରମଣ କରିଛି। କଥା ହେଲା ଏସ୍ ଜୟଶଙ୍କର ସରକାର ଓ ସେନା ପାକିସ୍ତାନକୁ ଯେଉଁ ଖବର ଦେବା ନେଇ ଯେଉଁ ସମୟ କଥା କହୁଛନ୍ତି ତାହା ମେ 7 ତାରିଖ ରାତିରେ ପ୍ରଥମ ଦୁଇ ଘଣ୍ଟା ପରବର୍ତ୍ତୀର ଘଟଣା ଥିଲା। ମେ 7 ତାରିଖ ରାତି 1.04 ମିନିଟରୁ 1.24 ମିନିଟ ଯାଏଁ ଭାରତୀୟ ସେନା ପାକିସ୍ତାନର 9ଟି ଆତଙ୍କବାଦୀ ଠିକଣାକୁ ଧ୍ବଂସ କରିଥିଲା। ଏହାପରେ ଡିଜିଏମଓ ପାକିସ୍ତାନର ଡିଜିଏମଓଙ୍କୁ କହିଥିଲେ, ଆକ୍ରମଣ ଉପରେ କେବଳ ପାକିସ୍ତାନୀ ଠିକଣା ଉପରେ ହୋଇଛି। ଡିଜିଏମଓଙ୍କ ବୟାନରୁ ସ୍ପଷ୍ଟ ଥିଲା ଯେ ଭାରତର ପ୍ରଥମ ପ୍ରହାର ପରେ ପାକିସ୍ତାନକୁ ଏକଥା କୁହାଯାଇଥିଲା ଯେ ଆକ୍ରମଣ ଆତଙ୍କବାଦୀ ଠିକଣା ଉପରେ ହୋଇଛି ଆଉ ପାକିସ୍ତାନୀ ସେନା ମଝିରେ ନ ପଶୁ।
📱 Get Argus News App
✨କିନ୍ତୁ କଂଗ୍ରେସ ଦଳ ପ୍ରଶ୍ନ କରୁଛି ଯେ ପୂର୍ବରୁ ସୂଚନା ଦେଇ ଆକ୍ରମଣ କରିବାରୁ ମସୁଦ ଆଜହର ଓ ହାଫିଜ୍ ସଇଦ ଖସିଗଲେ ଆଉ ଭାରତୀୟ ନୌସେନାର ବି କ୍ଷତି ହେଲା। ଏସ ଜୟଶଙ୍କରଙ୍କ ବୟାନକୁ ଧରି କଂଗ୍ରେସ ପାର୍ଟି ଯେଉଁ ଦୁଇଟି ପ୍ରଶ୍ନ ଉଠାଉଛି ତାରା ପାକିସ୍ତାନର ସ୍ବର ସହ ମେଳ ଖାଉଛି। ଏହି ଅପରେସନରେ ଭାରତୀୟ ବାୟୁସେନାର ଫାଇଟର ନଷ୍ଟ ହୋଇଛି। ପ୍ରେସ୍ ବ୍ରିଫିଂ ସମୟରେ ଭାରତୀୟ ବାୟୁସେନା କ୍ଷତି କଥା ତ ସ୍ବୀକାର କରିଥିଲା, କିନ୍ତୁ କେତେ ଆଉ କେମିତି ହୋଇଛି ଏକଥା ସ୍ପଷ୍ଟ କରିନାହିଁ। ଯେତେବେଳେ କି ପାକିସ୍ତାନ ଲଗାତାର ପ୍ରୋପାଗଣ୍ଡା କରୁଛି ଯେ ସେ 6ଟି ଭାରତୀୟ ବିମାନ ଖସାଇଛି। କିନ୍ତୁ ବିଦେଶୀ ଗଣମାଧ୍ୟମରେ ସେ ନେଇ ପ୍ରମାଣ ମଗାଗଲା, ସେତେବେଳେ ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ ଖ୍ବାଜା ମହମ୍ମଦ ଆସିଫ ସୋସିଆଲ୍ ମିଡିଆରେ ଚାଲୁଥିବା କହିଲେ। ବିଜେପି ଅଭିଯୋଗ କରୁଛି ଯେ ଦେଶର ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କର ସ୍ବର ପାକିସ୍ତାନ ସହ କେମିତି ଓ କାହିଁକି ମେଳ ଖାଉଛି?