Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Politics: ୩୧ ଦିନରେ ଚାଲିଯିବ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ପଦ !

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·2 min read
Politics: ୩୧ ଦିନରେ ଚାଲିଯିବ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ପଦ !

Key Points

ଚାଲିଯିବ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ପଦ
୩୦ ଦିନ ଜେଲରେ, ୩୧ ଦିନକୁ ବିଦା
କ୍ରିମିନାଲ ନେତା ବିଲରେ ଚାଲିଯିବ ଚେୟାର

୩୧ ଦିନ ହେଲେ ଚାଲିଯିବ ପଦ । ସେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ କିମ୍ବା ପ୍ରଧାନମନ୍ତ୍ରୀ । କାହାକୁ ନିସ୍ତାର ନାହିଁ । ଗିରଫ ହେବା ପରେ ଲଗାତର ୩୦ ଦିନ ଜେଲରେ ରହିବେ, ତା’ହେଲେ ସେମାନଙ୍କ ପଦ ଆପେ ଆପେ ଚାଲିଯିବ । ଗୁରୁତର ଅପରାଧିକ ଦଫାରେ ଯଦି କୌଣସି ଲୋକପ୍ରତିନିଧି ୩୦ ଦିନ ଜେଲରେ ରହୁଛନ୍ତି, ତା’ହେଲେ ୩୧ତମ ଦିନରେ ସେ ପଦ ହରାଇବେ । ଏହା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଲାଗୁ ହେବ ।


ଏହା ସହ ଜଡ଼ିତ ବିଲ୍ କେନ୍ଦ୍ର ସରକାର ଲୋକସଭାରେ ଆଗତ କରିଛନ୍ତି । ପ୍ରବଳ ହଟ୍ଟଗୋଳ ମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୃହରେ କ୍ରିମିନାଲ ନେତା ବିଲକୁ ଉପସ୍ଥାପନ କରିଛନ୍ତି । କିନ୍ତୁ ଏହାକୁ ବିରୋଧୀ ଜୋରଦାର ବିରୋଧ କରୁଛନ୍ତି । ସେମାନେ ଆଜି ଲୋକସଭା ଭିତରେ ବିଲ୍‌ର କପିକୁ ଚିରି ଫିଙ୍ଗି ଦେଇଛନ୍ତି । ଏହାକୁ ସେମାନେ ସମ୍ବିଧାନ ବିରୋଧୀ ବୋଲି କହିଛନ୍ତି । ବିଲ ଆଇନରେ ପରିଣତ ହେଲେ ଜନପ୍ରତିନିଧିଙ୍କ ଗୁରୁତ୍ୱ ରହିବ ନାହିଁ ଓ ଦେଶ ପୋଲିସ୍‌ ଷ୍ଟେଟରେ ପରିଣତ ହେବ ବୋଲି ସେମାନେ କହିଛନ୍ତି ।


ଅମିତ ଶାହ ଆଜି ଲୋକସଭାରେ କେନ୍ଦ୍ର ଶାସିତ ଅଞ୍ଚଳ (ସଂଶୋଧନ ବିଲ) ୨୦୨୫, ସମ୍ବିଧାନ (୧୩୦ତମ ସଂଶୋଧନ) ବିଲ ୨୦୨୫ ଓ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ ୨୦୨୫କୁ ଉପସ୍ଥାପନ କରିଛନ୍ତି । ଏହି ୩ ଗୁରୁତ୍ୱପୂର୍ଣ୍ଣ ବିଲଗୁଡ଼ିକର ବିଚାର ପାଇଁ ଏହାକୁ ସଂସଦୀୟ କମିଟିକୁ ପଠାଯିବ ବୋଲି ଜଣାପଡ଼ିଛି । ଏଯାଏ ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ, ଦୋଷୀ ସାବ୍ୟସ୍ତ ହେଉଥିବା ଜନ ପ୍ରତିନିଧି ହିଁ ପଦ ହରାଇବାର ପ୍ରାବଧାନ ରହିଛି । ତେଣୁ ଏହା ଗୋଟିଏ ସାମ୍ବିଧାନିକ ସଂଶୋଧ ବିଲ । ସମ୍ବିଧାନକୁ ସଂଶୋଧନ କରି ଏପରି ପ୍ରାବଧାନକୁ ଯୋଡ଼ିବାକୁ ସରକାର ଚାହୁଁଛନ୍ତି । ଧାରା ୭୫, ୧୬୪ ଓ ୨୩୯ଏଏକୁ ସଂଶୋଧନ କରିବାକୁ ସରକାର ଚାହୁଁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପ୍ରସ୍ତାବିତ ଆଇନରେ କୁହାଯାଇଛି ଯେ ଯଦି ଜଣେ ପ୍ରଧାନମନ୍ତ୍ରୀ, ଯେକୌଣସି କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳର ମନ୍ତ୍ରୀ ଗିରଫ ହୋଇ ୩୦ ଦିନ ଜେଲରେ ରୁହନ୍ତି, ତା’ହେଲେ ୩୧ ତମ ଦିନ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିବ କିମ୍ବା ସେ ଆପେଆପେ ପଦ ହରାଇବେ।


କାହିଁକି ବିରୋଧ କରୁଛନ୍ତି ବିରୋଧୀ ?


ବିରୋଧୀଙ୍କ କହିବା କଥା ଯେ ଏପରି ସମ୍ବିଧାନ ସଂଶୋଧନ ବିଲ ଜରିଆରେ କେନ୍ଦ୍ର ସରକାର ବିରୋଧୀ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ରାଜନୀତିକ ଉଦ୍ଦେଶ୍ୟରେ ଗିରଫ କରି ଅସ୍ଥିର ସୃଷ୍ଟି କରିବାକୁ ସୁଯୋଗ ପାଇବେ। ଇଡି ଓ ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସି ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ମନ୍ତ୍ରୀମାନଙ୍କୁ ଗିରଫ କରିବାର ଅଧିକାର ପାଇଛନ୍ତି। ହେଲେ ପ୍ରଧାନମନ୍ତ୍ରୀଙ୍କୁ କିଏ ଗିରଫ କରିବ ବୋଲି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।


ସବୁ ନେତାଙ୍କୁ ମାରି ଖାଉଛି ଏହି କ୍ରିମିନାଲ ନେତା ବିଲ୍ ଭୟ । କାରଣ ଆଗକୁ ଏମିତି କିଛି କଲେ ଆପେ ଚାଲିଯିବ ପଦ, ପଦବୀ, ଚୌକି ।

Sponsored
Politics: Chief Minister, Prime Minister posts will be removed in 31 days! | Argus News