Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଥିଲା ପ୍ରିନ୍ସପାଲ୍ ଙ୍କ ବଡିଗାର୍ଡ଼ !

Manini Pattanayak
Browse all articles by Manini Pattanayak
·1 year ago·2 min read
ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଥିଲା ପ୍ରିନ୍ସପାଲ୍ ଙ୍କ ବଡିଗାର୍ଡ଼ !

 ନୂଆଦିଲ୍ଲୀ:  କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ସମେତ 7 ଜଣଙ୍କର କରାଯାଇଛି ପଲିଗ୍ରାଫ୍ ଟେଷ୍ଟ । ଆଉ ସେପଟେ ସାମ୍ନାକୁ ଆସୁଛି ପୂର୍ବ ପ୍ରିନ୍ସପାଲ୍ ସନ୍ଦୀପ ଘୋଷଙ୍କ କଳା କାରନାମା । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଥିଲା ସନ୍ଦୀପଙ୍କ ବଡି ଗାର୍ଡ଼ । ପୂର୍ବ ଡେପୁଟି ସୁପରିଟେଣ୍ଡେଣ୍ଟ କରିଛନ୍ତି ସାଘାଂତିକ ଖୁଲାସା । କହିଛନ୍ତି, ମେଡିକାଲରୁ ଅଜଣା ମୃତଦେହ ବିଦେଶକୁ ଚାଲାଣ କରୁଥିଲେ ସନ୍ଦୀପ । ଆଉ ବ୍ୟବଚ୍ଛେଦ ପାଇଁ ଆସୁଥିବା ମୃତଦେହର ଅଙ୍ଗ କରୁଥିଲେ ବିକ୍ରି । କୋଲକାତା ଆରଜି କଲେଜ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ୭ ଜଣଙ୍କର ହୋଇଛି ପଲିଗ୍ରାଫ ଟେଷ୍ଟ .। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ, କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ,ଘଟଣାଦିନ ଡ୍ୟୁଟିରେ ଥିବା ୪ଜଣ ଡାକ୍ତର ଏବଂ ଜଣେ ସ୍ବେଚ୍ଛାସେବୀଙ୍କ ପଲିଗ୍ରାଫ ଟେଷ୍ଟ କରିଛି ସେଣ୍ଟ୍ରାଲ ଫରେନସିକ ଡିପାର୍ଟମେଣ୍ଟର ଟିମ୍.।

ମାମଲାରେ ସଞ୍ଜୟ ସହିତ ଆଉ କାହାର ସମ୍ପୃକ୍ତି ରହିଛି ସେୱୁର ସତ ଏହି ପରୀକ୍ଷାରୁ ଧରାପଡ଼ିବ ବୋଲି ଆଶା ରଖାଯାଇଛି। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଏବେ ରିମାଣଡରେ ଥିବା ବେଳେ ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ। ସେପଟେ  ଆର ଜି କର ମେଡ଼ିକାଲ କଲେଜ ଭିତରେ କଣ ସବୁ ଚାଲୁଥିଲା ତାକୁ ନେଇ ଅର୍ଗସ ଆଗରେ ମୁହଁ ଖୋଲିଛନ୍ତି 16 ବର୍ଷ ଧରି ଆର ଜି କର ମେଡ଼ିକାଲରେ କାମ କରିଥିବା ଡାକ୍ତର ଅକ୍ତର ଅଲି।

ଶବ ତସ୍କରୀଠାରୁ ଆରମ୍ଭ କରି ସରକାରୀ ମେଡ଼ିସିନ ଚାଲାଣ ଏବଂ ଏମିତିକି ସେକ୍ସ ରାକେଟ ଭଳି ବିଭିନ୍ନ ରାକେଟ ସବୁ ଚାଲୁଥିବାର ସାଁଘାତିକ ଅଭିଯୋଗ କରିଛନ୍ତି। ଆଉ ଏ ସବୁର ମାଷ୍ଟରମାଇଁଣ୍ଡ ଥିଲେ ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷ। ଏପଟେ ଘଟଣାର ମଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କର ଥିଲା ବଡିଗାର୍ଡ଼। ସନ୍ଦୀପ ଘୋଷଙ୍କ ବଳରେ ବଳିଆନ ଥିଲା ରାକ୍ଷସ ସଞ୍ଜୟ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ସେପଟେ ଅର୍ଗସକୁ 12 ମିନିଟର ଫୋନ କଲରେ ମମତା ସରକାରଙ୍କ କଳାଚିଠ୍ଠାର ଗୁମର ଖୋଲିଛନ୍ତି କଲିକତା ପିଡିତାଙ୍କ ପିତା...ସେଦିନ କାଳରାତ୍ରିର କଥା ବଖାଣିବା ସହ ମମତା ଦିଦି କେମିତି କିଛି ନକରି କେବଳ ଲୋକ ଦେଖାଣିଆ ଔଷଧ ମଗାଉଥିଲେ ଏବଂ ରାଜ୍ୟ ପୋଲିସର ନିଷ୍କ୍ରିୟତା ଉପରେ ପ୍ରଶ୍ନ କରିଛନ୍ତି ପୀଡ଼ିତାଙ୍କ ବାପା। କଲେଜ ଭିତରକୁ ଅଭୟାଙ୍କ ଡ୍ରାଇଭର ପଶିପାରୁନଥିବା ବେଳେ ଅଭିଯୁକ୍ତ ସଞ୍ଜୟ କେମିତି ଅବାଧରେ ପ୍ରବେଶ କରୁଥିଲା ତାକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି । ଝିଅର ମୃତ୍ୟୁର ଖବର ପାଇଲା ପରେ ହସ୍ପିଟାଲରେ ୪ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ଅଟକାଇରଖିଥିଲା ପୋଲିସ୍...ସେପଟେ ପୀଡ଼ିତାଙ୍କ ବାପା ଓ ତାଙ୍କ ମାଙ୍କୁ ଅଲଗା ଅଲଗା କରି ରଖିଥିଲା ପୋଲିସ୍।  ଖୋଲୁଛି ଯୌନ ପିପାଶୁର ପାପର ପେଡ଼ି। ସିବିଆଇ ଓଲଟାଉଛି ଅଭିଯୁକ୍ତ ସଞ୍ଜୟର ଚରିତ୍ର ପୃଷ୍ଠା। ୧୪ ଦିନିଆ ରିମାଣ୍ଡରେ ଅଛି ରାକ୍ଷସ ସଞ୍ଜୟ। ସେପଟେ ଦେଶ ସାରା ଏହି ମାମଲାରେ ଗରମ ମାହୋଲ୍। ଖୁବ୍ ଶୀଘ୍ର ସବୁ ଅଡ଼ୁଆ ସୂତାରୁ ଗୁମର ଖୋଲିବ ବୋଲି ଆଶା । 

ଅଧିକ ପଢନ୍ତୁ  ଭାରତ ଖବର 

Sponsored
Polygraph test on prime accused Sanjay Roy, ex-principal Sandip Ghosh | Argus News