Videos
|
National

ପୂଜା ଖେଡକରଙ୍କ ବଢିଲା ଅଡୁଆ  

Manini Pattanayak
Browse all articles by Manini Pattanayak
·2 years ago·2 min read
ପୂଜା ଖେଡକରଙ୍କ ବଢିଲା ଅଡୁଆ  

ନୂଆଦିଲ୍ଲୀ:  ପୂଜା ଖେଡକରଙ୍କ ବଢିଲା ଅଡୁଆ । ପୂର୍ବରୁ ବିବାଦରେ ଥିବା ପୂଜା ଖେଡ଼କରଙ୍କୁ  ଲାଗିଛି ଜୋରଦାର ଝଟକା । ଆଇଏଏସ୍‌ ଚାକିରି ହରାଇଲେ, ଆଉ ୟୁପିଏସି ପରୀକ୍ଷା ବି ଦେଇପାରିବେନି । ନକଲି ପରିଚୟପତ୍ର ସହ ଏକାଧିକ ଥର ପରୀକ୍ଷାରେ ଭାଗନେଇଥିବାରୁ ତାଙ୍କ ବିରୋଧରେ ଏମିତି ଆକ୍ସନ ନିଆଯାଇଛି ।   
ଘଟଣା ଥିଲା କଣ ? 

ପୁଣେରେ ଟ୍ରେନି ଆଇଏଏସ୍‌ ଭାବେ ଯୋଗ ଦେଇଥିବା ପୂଜା ନିଜ କ୍ଷମତାର ଅପବ୍ୟବହାର କରିଥିଲେ । ଏଥିସହ ଦିବ୍ୟାଙ୍ଗ ଓ ପଛୁଆ ବର୍ଗର ସଂରକ୍ଷଣ ବ୍ୟବସ୍ଥାରେ ମଧ୍ୟ ହେରଫେର କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ପୁରା ଦେଶରେ ଚର୍ଚ୍ଚା ଜୋରଦାର ହୋଇଥିଲା ।  ସେପଟେ,  ୟୁପିଏସସି କହିଛି ଯେ ସମସ୍ତ ରେକର୍ଡଯାଞ୍ଚ କରିବା ପରେ ଜଣାପଡିଛି ଯେ ପୂଜା ଖେଡକର ସିଏସଇ-୨୦୨୨ ନିୟମଉଲ୍ଲଂଘନ କରିଛନ୍ତି । କମିଶନ ସିଏସଇର ଗତ ୧୫ ବର୍ଷର ତଥ୍ୟର ସମୀକ୍ଷା କରିଥିଲେ, ଯେଉଁଥିରେ ୧୫ ହଜାରରୁ ଅଧିକ ପ୍ରାର୍ଥୀ ସାମିଲ ହୋଇଥିଲେ । ସୂଚନାଯୋଗ୍ୟ, ପୂଜା ଖେଡକରଙ୍କ ବିରୋଧରେ ଜାଲିଆତି ଅଭିଯୋଗ ଆସିଛି ।  

 ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ପୂଜା ଖେଡକରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା । କାଗଜପତ୍ରରେ ନାମ, ଫଟୋ, ଇମେଲ ଏବଂ ଠିକଣାରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି ପୂଜା ଖେଡକରଙ୍କ ବିରୋଧରେ । କ୍ରାଇମବ୍ରାଞ୍ଚର କାର୍ଯ୍ୟାନୁଷ୍ଠାନ ପରେ ପୂଜା ଖେଡକର ଗିରଫଦାରୀରୁ ବର୍ତ୍ତିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୟୁପିଏସ୍‌ସିର ବିବୃତିରେ ଆହୁରି କୁହାଯାଇଛି ଯେ ଜୁଲାଇ ୧୮ରେ ପୂଜା ଖେଡକରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ପରବର୍ତ୍ତୀ ସମୟରେ ଜବାବ ରଖିବାର ସମୟସୀମାକୁ ଜୁଲାଇ ୩୦ ଯାଏ ବୃଦ୍ଧି କରାଯାଇଥିଲା। ସମୟସୀମା ବୃଦ୍ଧି କରାଯାଇଥିଲେ ହେଁ ସେ ନିଜର ପକ୍ଷ ରଖିବାକୁ ସମର୍ଥ ହୋଇ ନଥିଲେ। ତେବେ୨୦୨୩ ବ୍ୟାଚ୍‌ର ଆଇଏଏସ୍‌ ପୂଜାଙ୍କୁ ପୁଣେରେ ଟ୍ରେନି ଅଧିକାରୀ ଭାବେ ନିଯୁକ୍ତି ମିଳିଥିଲା।   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର 
 

pooja IAS lost his job, and could not even take UPSC exam. | Argus News