Videos
|
National

Pooja Reveals / ରୁମରେ ଗୋଟିଏ ବିଛଣା ଥିଲା ଏବଂ ମୁଁ ନର୍ଭସ ହୋଇଗଲି, ପୂଜା କହିଲେ ମନର କଥା

Bikash Mohanty
Browse all articles by Bikash Mohanty
·2 weeks ago·3 min read
ରୁମରେ ଗୋଟିଏ ବିଛଣା ଥିଲା ଏବଂ ମୁଁ ନର୍ଭସ ହୋଇଗଲି, ପୂଜା କହିଲେ ମନର କଥା
Pooja bedi

Key Points

ଆମିର ଖାନଙ୍କ ବିଷୟରେ କହିଲେ ପୂଜା
ଏକ ମଜାଦାର କାହାଣୀ ସେୟାର କରିଛନ୍ତି ପୂଜା
ଲଭ୍ ମେକିଂ ସିନ୍ ପରେ  ଖୁବ୍ ନର୍ଭସ ଓ ଭୟଭୀତ ହୋଇ ଯାଇ ଥିଲେ
ମୁମ୍ବାଇ,୧୪/୦୮: ପୂଜା ବେଦୀ ନିକଟରେ ଆମିର ଖାନଙ୍କ ବିଷୟରେ ଏକ ମଜାଦାର କାହାଣୀ ସେୟାର କରିଛନ୍ତି ଯେତେବେଳେ ସେ ବଲିଉଡରେ ପ୍ରଥମ ଥର ପାଇଁ କାମ ଆରମ୍ଭ କରିଥିଲେ। ଏକ ରୋମାଣ୍ଟିକ ଦୃଶ୍ୟ ସୁଟିଂ କରିବା ପରେ ତାଙ୍କୁ ଏକ ଅଜବ ମୁହୂର୍ତ୍ତ ମନେ ପଡ଼ିଲା। ଆମିର ଖାନଙ୍କ ସହ ଲଭ୍ ମେକିଂ ସିନ୍ ପରେ ସେ ଖୁବ୍ ନର୍ଭସ ଓ ଭୟଭୀତ ହୋଇ ଯାଇ ଥିଲେ।

ଅଭିନେତ୍ରୀ ପୂଜା ବେଦୀ ଓ ଆମିର ଖାନ 'ଜୋ ଜିତା ୱହି ସିଙ୍କଦର'ରେ ଏକାଠି ନଜର ଆସି ଥିଲେ। ଏହି ଫିଲ୍ମ ବେଳେ ଏମିତି ଗୁଜବ ପ୍ରସାରିତ ହୋଇଥିଲା ଯେ, ଆମିର ଖାନ ଓ ପୂଜା ବେଦୀ ପରସ୍ପର ପ୍ରତି ଆକର୍ଷିତ ଥିଲେ। ଏବେ ପୂଜା ବେଦୀ ସେହି ସବୁ ଗୁଜବକୁ ନେଇ ପ୍ରତକ୍ରିୟା ଦେଇଛନ୍ତି । ଏହାସହ ସେ ଏକ ଫିଲ୍ମ ସହ ଜଡ଼ିତ କଥା ଶୁଣାଇଛନ୍ତି ଏବଂ କହିଛନ୍ତି ଯେ, ଆମିର ଖାନଙ୍କ ସହ ଲଭ୍ ମେକିଂ ସିନ୍ ପରେ ସେ ଖୁବ୍ ନର୍ଭସ ଓ ଭୟଭୀତ ହୋଇ ଯାଇ ଥିଲେ।

ଆମିର ଓ ପୂଜା ପରସ୍ପର ପ୍ରତି ଆକର୍ଷିତ ଥିଲେ କି ?

ଆମିର ଖାନଙ୍କ ପ୍ରତି ଆକର୍ଷିତ ହେବା ଗୁଜବକୁ ନେଇ ପୂଜା ବେଦୀ ୱିକି ଲାଲୱାନୀଙ୍କୁ କହିଥିଲେ -ଆପଣ ମଜାକ କରୁଛନ୍ତି। ଏହା ପରେ ସେ ହସିବାକୁ ଲାଗିଥିଲେ।ଫିଲ୍ମ 'ଜୋ ଜିତା ୱହି ସିକନ୍ଦର' ୧୯୯୨ ମସିହାରେ ରିଲିଜ୍ ହୋଇ ଥିଲା। ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିଲେ ମନସୁର ଖାନ୍। ଆଜି ବି ଏହି ଫିଲ୍ମକୁ ବଲିଉଡର ଅନ୍ୟତମ ଶ୍ରେଷ୍ଠ ରୋମାଣ୍ଟିକ୍ ଫିଲ୍ମ ଭାବେ ଗଣାଯାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଐଶ୍ୱର୍ଯ୍ୟାଙ୍କ ଛବି ଖରାପ କରିବାକୁ ଚାହୁଁଥିଲେ ନିର୍ଦ୍ଦେଶକ, ସିନେମା ପାଇଁ ରଖିଥିଲେ ସର୍ତ୍ତ

ଇଣ୍ଟିମେଟ୍ ସିନ୍ ପରେ ....

ଏହି ଆଲୋଚନା ସମୟରେ ପୂଜା କହିଥିଲେ, କିପରି ଗୋଟିଏ ଫିଲ୍ମ ପାଇଁ ତାଙ୍କର ଓ ଆମିରଙ୍କର ଏକ ଲଭ୍ ମେକିଂ ସିନ୍ ଶୁଟ୍ କରାଯାଇ ଥିଲା। ହେଲେ ପରବର୍ତ୍ତୀ ସମୟରେ ସେହି ସିନଟି ଫିଲ୍ମରେ ନଥିଲା। ପୂଜା କହି ଥିଲେ ଯେ, ସେହି ସିନ୍ କରିବା ପରେ ସେ ବହୁତ ନର୍ଭସ ଥିଲେ। ଦୁଇ ଅଭିନେତାଙ୍କ ମଧ୍ୟରେ ଏକ ଅଜବ ନୀରବତା ଛାଇ ଯାଇ ଥିଲା।

ଫିଲ୍ମରେ ସେହି ଇଣ୍ଟିମେଟ୍ ସିନ ରଖା ଯାଇ ନଥିଲା 

ପୂଜା ଯେଉଁ ଫିଲ୍ମ ବିଷୟରେ କହୁଥିଲେ ତାହାର ନାମ 'ଆତଙ୍କ ହି ଆତଙ୍କ'। ଏହି ଫିଲ୍ମରେ ପୂଜାଙ୍କର ଏକ କ୍ୟାମିଓ ଥିଲା। ସେ କହିଥିଲେ ଯେ ଦୁହେଁ (ପୂଜା ଓ ଆମିର ଖାନ୍) ଏକ ପ୍ୟାସନେଟ୍ ଲଭ୍ ମେକିଂ ସିନ୍ ସୁଟ୍ କରି ଥିଲେ। ହେଲେ ସେହି ଦୃଶ୍ୟଟି କେବେବି ଫିଲ୍ମରେ ରହି ନଥିଲା। ଅଭିନେତ୍ରୀ କହିଥିଲେ ଯେ, ଉକ୍ତ ସିନ୍ ମୁମ୍ବାଇ ଫିଲ୍ମ ସିଟି ନିକଟସ୍ଥ ଏକ ବଙ୍ଗଳାରେ ସୁଟ୍ ହୋଇ ଥିଲା। ସେତେବେଳେ ଆଜି ଭଳି ମାହୋଲ ନଥିଲା ଯେ ,ସିନ୍ ସରିବା ପରେ ଆକ୍ଚର୍ସ ନିଜ ନିଜ ଭ୍ୟାନିଟି ଭ୍ୟାନକୁ ଚାଲି ଯିବେ। ସେତେବେଳେ ବ୍ୟବସ୍ଥା ଖୁବ୍ ଅଲଗା ଥିଲା।

ନର୍ଭସ ହୋଇ ଯାଇ ଥିଲେ ପୂଜା 

ପୂଜା କହି ଥିଲେ, ଇଣ୍ଟିମେଟ୍ ସିନ୍ ଶୁଟିଂ ପରେ ଦୁହିଁଙ୍କୁ ଗୋଟିଏ ରୁମରେ ଅପେକ୍ଷା କରିବାକୁ କୁହାଯାଇ ଥିଲା। ସେହି ରୁମରେ ଗୋଟିଏ ବେଡ୍ ଥିଲା। ଅଭିନେତ୍ରୀ କହି ଥିଲେ ଯେ, ସେତେବେଳେ ସେ ବହୁତ କମ୍ ବୟସର ଥିଲେ ଏବଂ ସେହି ପରିସ୍ଥିତିରେ ବହୁତ ନର୍ଭସ ହୋଇ ପଡ଼ି ଥିଲେ।

ସେତେବେଳେ ତାଙ୍କ ମନରେ ହଜାର ହଜାର ପ୍ରଶ୍ନ ଉଠୁ ଥିଲା। ବଲିଉଡ ବିଷୟରେ ଶୁଣି ଥିବା କଥାଗୁଡ଼ିକ ଯୋଗୁଁ ଆଗକୁ କ’ଣ ହେବ ବୋଲି ସେ ଚିନ୍ତାରେ ପଡ଼ି ଯାଇ ଥିଲେ। କବାଟ ବନ୍ଦ ଥିଲା ଏବଂ ଦୁହେଁ ଚୁପଚାପ୍ ବସିଥିଲେ। ପୂଜା ବହୁତ ଦ୍ୱନ୍ଦ୍ୱରେ ଥିଲେ ଏବଂ ଡରି ମଧ୍ୟ ଯାଇ ଥିଲେ।

ଦୁହିଁଙ୍କ ମଧ୍ୟରେ ଥିବା ନୀରବତା ଆମିର ଖାନଙ୍କ ଯୋଗୁଁ ହିଁ ଦୂର ହୋଇଥିଲା। ଆମିର ସେହି ଶାନ୍ତ ପରିବେଶକୁ ବଦଳାଇବା ପାଇଁ ପୂଜାଙ୍କୁ ପଚାରି ଥିଲେ ଯେ, ଆପଣ ଚେସ୍ ଖେଳିବେ କି? ପୂଜା ତୁରନ୍ତ ଚେସ୍ ଖେଳିବା ପାଇଁ ହଁ ଭରି ଥିଲେ ଏବଂ ସେହି ରୁମକୁ ଚେସ୍ ବୋର୍ଡ ମଗାଯାଇ ଥିଲା ବୋଲି କହିଛନ୍ତି ପୁଜା

Pooja Reveals Why She Got Nervous in a One-Bed Room | Argus News