Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନାତୁଣୀ ଭବିଷ୍ୟତ ସରକାର ବୁଝିବେ

National

ନାତୁଣୀ ଭବିଷ୍ୟତ ସରକାର ବୁଝିବେ

Manini Pattanayak
Browse all articles by Manini Pattanayak
·2 years ago·1 min read
ନାତୁଣୀ ଭବିଷ୍ୟତ ସରକାର ବୁଝିବେ

ବରଗଡ:  ଇଚ୍ଛା ନଥିଲେ ବି ଛାତିରେ ପଥର ରଖି ନିଜ ନାତୁଣୀକୁ  ସରକାରଙ୍କ ହାତକୁ ଦାନ କରିଦେଲେ ଜେଜେବାପା  । ଦାରିଦ୍ର୍ୟତା ଓ ଅସାହୟତା  ଅଲଗା କରିଦେଲା ଜେଜେବାପା ଆଉ ନାତୁଣୀକୁ। ବର୍ଷ ବର୍ଷର ସଂପର୍କ ତୁଟାଇ ବାହୁନି ବାହୁନି କାନ୍ଦି  ନାତୁଣୀକୁ  ନୂଆ  ବାପା, ମାଙ୍କ ହାତକୁ  ଟେକି ଦେଉଛି ବୁଢା ଜେଜେବାପା। ବରଗଡ ଜିଲ୍ଲା ଝାରବନ୍ଧ ଥାନା ଶାଖାଡୁଙ୍ଗୁରି ଗାଁରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଜନ୍ମ ହେବାପରଠୁ ତାର  ଲାଳନପାଳନ କରି ଆସୁଥିଲେ  କିନ୍ତୁ ଯେତେବେଳେ ୭୭ ବର୍ଷୀୟ ମୁକୁନ୍ଦ ବନଛୋର ଅନୁଭବ କଲେ ଆଉ ପାରିବିନି ଏ ବୟଷରେ .. କାରଣ ବୃଦ୍ଧ ଜଣଙ୍କ ଠିକରେ ଚାଲିବୁଲି ପାରୁନାହାଁନ୍ତି।

ଏପଟେ  ସ୍ତ୍ରୀ ପକ୍ଷାଘାତରେ ପିଡିତ।  ନାତୁଣୀକୁ କିପରି ପାଳିବି ?  ତାର ପାଠପଢା କେମିତି ହେବ? ତାର ଭବିଷ୍ୟତ ଅନ୍ଧାର ହୋଇଯିବ। ଏ ସମସ୍ତ କଥା ଭାବି ନାତୁଣୀର ଭବିଷ୍ୟତକୁ ଦୃଷ୍ଟିରେ ରଖି ବୃଦ୍ଧ ଜଣଙ୍କ ନାତୁଣୀକୁ ସରକାରଙ୍କ ହାତକୁ ଟେକିଦେଇଛନ୍ତି। ମୁକୁନ୍ଦ ବନଛୋର ୭୩ ବର୍ଷିୟ ପତ୍ନୀ ଓ ୯ ବର୍ଷିୟ ନାତୁଣୀଙ୍କୁ ନେଇ ରହୁଥିଲେ । ଜେଜେବାପା ମୁକୁନ୍ଦଙ୍କ କହିବାନୁସାରେ, ପୁଅ ଦିବାକରଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ବୋହୁ ପାଗଳି ହୋଇଯାଇଥିଲା । ନିଜେ ପୂର୍ବରୁ କୁଲିମଜୁରି କରି ପାରୁଥିଲେ । ନିଜ ସ୍ପଳ୍ପ ରୋଜଗାର ସହ ଭତ୍ତା ଓ ରାସନ ଖଣ୍ଡିକ ସାହାରା ହୋଇଥିଲା । ଛୋଟ ନାତୁଣୀ ଓ ପକ୍ଷାଘାତ ରୋଗରେ ପିଡିତ ପତ୍ନୀଙ୍କ ପେଟ ସେଥିରେ ଭରୁଥିଲା । ହେଲେ ଏବେ ବୟସ ବଢିଗଲାଣି  । ସ୍ୱଳ୍ପ ଭତ୍ତା  ଟଙ୍କାରେ କେମିତି ନାତୁଣୀର ପାଠପଢା ହେବ ? ସେମାନଙ୍କ ମୃତ୍ୟୁ ପରେ କିଏ ନାତୁଣୀଙ୍କ ଯତ୍ନ ନେବ? ଏ କଥା ଗାଁ ଲୋକ ସବୁବେଳେ କହୁଥିଲେ । ଏଣୁ ଇଚ୍ଛା ନଥିଲେ ବି ସେ ସରକାରଙ୍କୁ ତାଙ୍କ ନାତୁଣୀଙ୍କୁ ଟେକି ଦେଇଛନ୍ତି। 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Poverty and helplessness separated grandfather and granddaughter | Argus News