Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

VVIPଙ୍କ ସଭାରେ ବିଜୁଳି କେମିତି କଟୁଛି ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
VVIPଙ୍କ ସଭାରେ ବିଜୁଳି କେମିତି କଟୁଛି ?

Key Points

  • ସେବେ ରାଷ୍ଟ୍ରପତି ଏବେ ରାଜ୍ୟପାଳ
  • VVIP ଙ୍କ ସଭାରେ କଟୁଛି ବିଜୁଳି
  • ବିଜୁଳି ବିଭାଗ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କୁନ୍ଥୁକୁନ୍ଥୁ ହେଉଛନ୍ତି ସରକାର ?
     

ଅର୍ଗସ ବ୍ୟୁରୋ: ଗୋଟିଏ ପଟେ ବାରିପଦା ଗସ୍ତ ବେଳେ ଆସିଥିବା ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ରଖୁଥିଲେ । ହେଲେ ଏତିକି ବେଳେ କଟିଥିଲା ବିଜୁଳି । କାହିଁକି କଟିଲା ? କେମିତି କଟିଲା ? ସେନେଇ ପୂରା ରାଜ୍ୟରେ ଚହଳ ପଡିଥିଲା ।

ଏବେ ପୁଣି ସମାନ ଘଟଣା ଦେଖିବାକୁ ମିଳିଛି ଓଡ଼ିଶାରେ । କାରଣ ଛତିଶଗଡ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ଖୋଦ୍‌ ରାଜଧାନୀ ଭୁବନେଶ୍ଵରରେ ୨୬ ତମ କଳିଙ୍ଗ ପୁସ୍ତକ ମେଳା ୨୦୨୩ରେ ଯୋଗ ଦେଇଥିଲେ । ମଞ୍ଚରେ ଉପସ୍ଥିତ ଥିଲେ ରାଜ୍ୟପାଳ । ହେଲେ ଏତିକି ବେଳେ ହେଲା ପାୱାରକଟ୍‌ । ଅନ୍ଧାର ହେବାରୁ ମୋବାଇଲ ଟର୍ଚ୍ଚ ଲାଇଟ୍‌ ଜଳାଇଥିଲେ ଶୁଭେଚ୍ଛୁ । ହେଲେ ଭିଭିଆଇପିଙ୍କ ପୋଗ୍ରାମ୍‌ରେ କେମିତି ବିଜୁଳି ବିଭ୍ରାଟ ହେଲା ତାହାକୁ ନେଇ ଉଠିଲାଣି ପ୍ରଶ୍ନ ...

ଯେତେ ସମାଲୋଚନା ହେଉ କି ଯେତେ ଦୋଷ ବି ଦିଆଯାଉ... କମ୍ ପଡ଼ିଯିବ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ଆଗରେ । କାରଣ ଦେଶର ରାଷ୍ଟ୍ରପତିଙ୍କ ସଭାରେ ଓ ପଡୋଶୀ ରାଜ୍ୟର ରାଜ୍ୟପାଳଙ୍କ ସଭାରେ ଯେ ବିଦ୍ୟୁତ ବିଭ୍ରାଟ ହେବ, କିଟି କିଟି ଅନ୍ଧାର ଭିତରେ ଛିଡ଼ା ହୋଇ ଅଭିଭାଷଣ ରଖିବେ ଭିଭିଆଇପି । ତା’ପୁଣି ତାଙ୍କ ଜନ୍ମମାଟିରେ... ୟାଠୁ ଲଜ୍ଜାଜନକ ଘଟଣା ବା ଆଉ କ’ଣ ଘଟିପାରେ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୁରୁତ୍ଵପୂର୍ଣ୍ଣ କଥା ହେଲା ଭିଭିଆଇପିଙ୍କ ପୋଗ୍ରାମ୍‌ ବେଳେ ଯେମିତି କୌଣସି ପ୍ରକାର ବିଶୃଙ୍ଖଳା ନହୁଏ ସେଇଥି ଲାଗି ପ୍ରୋଟୋକଲ ଅନୁସାରେ ସବୁ ପ୍ରକାର ବ୍ୟବସ୍ଥା କରିବାର ଦାୟିତ୍ଵ ରାଜ୍ୟ ସରକାରଙ୍କର । ହେଲେ ଏଇଠି ସବୁ ବ୍ୟବସ୍ଥାକୁ ଯେମିତି ପରିହାସ କରିଛନ୍ତି ରାଜ୍ୟ ସରକାର । ତେବେ ଜାଣିଶୁଣି କରାଯାଇଛି କି ଅଜଣାତରେ ହୋଇଛି ସେନେଇ ତଥ୍ୟ ନଥିଲେ ବି ଭିଭିଆଇପିଙ୍କ ସଭାରେ ଏମିତି ବିଜୁଳି ବିଭ୍ରାଟକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ । ତେବେ ପୂରା ଘଟଣାକୁ ନେଇ ରାଜ୍ୟ ସରକାର କିମ୍ବା ପ୍ରଶାସନ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।


 

Sponsored
Power cut | Argus News